Lok Sabha Election 2024: ଲୋକସଭା ନିର୍ବାଚନକୁ ନେଇ ଚିନ୍ତାରେ ତୂରୀ ବାଦକ; ଘାରିଛି ରୋଜଗାର ହରାଇବା ଚିନ୍ତା
Advertisement

Lok Sabha Election 2024: ଲୋକସଭା ନିର୍ବାଚନକୁ ନେଇ ଚିନ୍ତାରେ ତୂରୀ ବାଦକ; ଘାରିଛି ରୋଜଗାର ହରାଇବା ଚିନ୍ତା

Traditional Musical Instrument Trumpet: ପାରମ୍ପରିକ ବାଦ୍ୟ ଯନ୍ତ୍ର ତୂରୀକୁ ସ୍ୱାଗତ କରିବା ପାଇଁ ବଜାଯାଇଥାଏ। ଏହା ପୂର୍ବରୁ ତୂରୀକୁ ରାଜାଙ୍କ ଆଗମନ ସମୟରେ ବଜା ଯାଉଥିଲା।

 

Lok Sabha Election 2024: ଲୋକସଭା ନିର୍ବାଚନକୁ ନେଇ ଚିନ୍ତାରେ ତୂରୀ ବାଦକ; ଘାରିଛି ରୋଜଗାର ହରାଇବା ଚିନ୍ତା

NCP Sharad Pawar Faction Election Symbol: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ନେଇ ସଗଗରମ ହୋଇଉଠିଛି ସମଗ୍ର ଦେଶର ରାଜନୀତି। ହେଲେ ଏହି ନିର୍ବାଚନ ପାଇଁ ତୂରୀ ବାଦକଙ୍କୁ ଘାରିଛି ରୋଜଗାର ହରାଇବା ଚିନ୍ତା। ଆଜ୍ଞା ହଁ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ସେମାନେ ରୋଜଗାର ହରାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି ତୂରୀ ବାଦକ। ହେଲେ କ'ଣ ତୂରୀ ବାଦକଙ୍କୁ ରୋଜଗାର ହରାଇବା ଚିନ୍ତା ଘାରୁଛି ତାହାର କାରଣ ସାମ୍ନାକୁ ଆସିଛି।

୨୨୦୪ ଲୋକସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ନେତୃତ୍ୱାଧିନ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଗୋଷ୍ଠୀକୁ "ତୂରୀ ବଜାଉଥିବା ପୁରୁଷ" ନିର୍ବାଚନ ପ୍ରତୀକ ମିଳିଛି। ଏହା ପରେ ଏହି ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଉଥିବା ଲୋକ ବ୍ୟବସାୟ ହରାଇବା ନେଇ ଭୟ କରୁଛନ୍ତି। କାରଣ ଉଭୟ ଲୋକସଭା ନିର୍ବାଚନ ଏବଂ ବିବାହ ଋତୁ ଗୋଟିଏ ସମୟରେ ଆସୁଛି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ଆଦର୍ଶ ଆଚଚଣ ବିଧି ଲାଗୁ ହୋଇସାରିଛି। ଯେଉଁ କାରଣରୁ ସେମାନେ ଭୟ କରୁଛନ୍ତି ଯେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ବୋଧ ହୁଏ ଚଳିତ ବର୍ଷ ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେମାନଙ୍କୁ ତୂରୀ' ବଜାଇବା କାମ ମିଳିବ ନାହିଁ।

ଇଂରାଜୀ ଅକ୍ଷର ସି (Englsih Letter C) ଭଳି ଦେଖାଯାଏ ତୂରୀ
ପାରମ୍ପରିକ ବାଦ୍ୟ ଯନ୍ତ୍ର ତୂରୀ ଇଂରାଜୀ ଅକ୍ଷର ସି (Englsih Letter C) ଭଳି ଦେଖାଯାଏ। ଏହି ବାଦ୍ୟ ଯନ୍ତ୍ରକୁ ସ୍ୱାଗତ କରିବା ପାଇଁ ବଜାଯାଏ। ଏହା ପୂର୍ବରୁ ତୂରୀକୁ ରାଜାଙ୍କ ଆଗମନ ସମୟରେ ବଜା ଯାଉଥିଲା। 

ଗୋଟିଏ ସମୟରେ ଆସୁଛି ଉଭୟ ଲୋକସଭା ନିର୍ବାଚନ ସହ ବିବାହ ଋତୁ
ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତୂରୀ ବଜାଉଥିବା ଜୟସିଂହ ହୋଲି ନାମକ ଜଣେ ବାଦକ କହିଛନ୍ତି ଯେ ତୂରୀ ହେଉଛି ଏକ ପାରମ୍ପାରିକ ଉପକରଣ। ଯାହାକୁ ବିବାହ ସମେତ ଅନ୍ୟାନ୍ୟ ସମାରୋହରେ ବଜାଯାଏ। ହେଲେ ଚଳିତ ବର୍ଷ ଉଭୟ ଲୋକସଭା ନିର୍ବାଚନ ଏବଂ ବିବାହ ଋତୁ ଗୋଟିଏ ସମୟରେ ଆସୁଛି। ଏଭଳି ପରିସ୍ଥିତିରେ ଆମେ ଭୟ କରୁଛୁ ଯେ ଆମର ବ୍ୟବସାୟ ଚଳିତ ବର୍ଷ ନଷ୍ଟ ହୋଇ ଯାଇପାରେ। 

ସେହପରି ସହରରେ ରହୁଥିବା ତୂରୀ ବାଦକ ବାବୁରାଓ ଗୁରୁଭ କହିଛନ୍ତି ଯେ ରାଜନୈତିକ ଦଳ ପାଖରେ ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବସ୍ତୁ ପଦାର୍ଥ ନିର୍ବାଚନ ପ୍ରତୀକ ଭାବରେ ରହିଛି। ଆମେ ଏହାକୁ ଏଡାଇ ଦେଇପାରିବୁ ନାହିଁ। ହେଲେ ଆମେ ନିଶ୍ଚିତ ନୁହେଁ ଯେ ଏକ ପ୍ରମୁଖ ରାଜନୈତିକ ଦଳ ସହିତ ଯୋଡ଼ି ହୋଇଥିବାରୁ ବିବାହ ତଥା ଅନ୍ୟାନ୍ୟ ପାରିବାରିକ କାର୍ଯ୍ୟକ୍ରମରେ ତୂରୀ କେଉଁଠାରେ ବଜାଯିବା ଆବଶ୍ୟକ। ରାଜନୈତିକ କାର୍ଯ୍ୟକ୍ରମରେ ତୂରୀ ବଜାଇବା କାମ ମିଳିବ ନାହିଁ। ସାଧାରଣତଃ ସମସ୍ତ ରାଜନୈତିକ ଦଳ ଦ୍ୱାରା ନିର୍ବାଚନ ରାଲି  ଭଲି କାର୍ଯ୍ୟକ୍ରମରେ ତୂରୀ ବଜାଇବାକୁ ନିମନ୍ତ୍ରଣ ଆସିଥାଏ। ହେଲେ ଆମର ଉପକରଣ ବର୍ତ୍ତମାନ ଏକ ରାଜନୈତିକ ଦଳର ନିର୍ବାଚନ ପ୍ରତୀକ ପାଲଟିଛି। ଏଥିପାଇଁ ଆମେ ଭୟ କରୁଛୁ ଯେ ହୁଏତ ଆମେ ରାଜନୈତିକ ଦଳ ପକ୍ଷରୁ ତୂରୀ ବଜାଇବା ପାଇଁ ଆମକୁ ଡକା ଯାଇ ନପାରେ। କାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହି କାରଣରୁ ଲୋକେ ଆମକୁ ସାଂସ୍କୃତିକ କିମ୍ବା ଅନ୍ୟ କୌଣସି ପାରିବାରିକ କାର୍ଯ୍ୟରେ ଆମନ୍ତ୍ରଣ ନକରିବାକୁ ମଧ୍ୟ ବିଚାର କରିପାରନ୍ତି।