ବିଜେପିକୁ ଚେତାବନୀ ଦେଲେ ଉଦ୍ଧବ ଠାକରେ, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1286280

ବିଜେପିକୁ ଚେତାବନୀ ଦେଲେ ଉଦ୍ଧବ ଠାକରେ, ଜାଣନ୍ତୁ କ'ଣ କହିଲେ

Uddhav Thackeray: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ତାଙ୍କ ଦଳର ନେତା ସଞ୍ଜୟ ରାଉତ (Sanjay Raut) ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିବା ପରେ ଆସିଛି । ସୋମବାର ଠାକରେ ରାଉତଙ୍କ ପରିବାରକୁ ଭେଟି ଏକତା ଦେଖା ପ୍ରଦର୍ଶନ କରିଥିଲେ ଓ ପରେ ତାଙ୍କ କଳାନଗର ବାସଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । 

ବିଜେପିକୁ ଚେତାବନୀ ଦେଲେ ଉଦ୍ଧବ ଠାକରେ, ଜାଣନ୍ତୁ କ'ଣ କହିଲେ

ମୁମ୍ୱାଇ: Uddhav Thackeray: ମହାରାଷ୍ଟ୍ରରେ ଶିବସେନା (Shiv Sena) ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ (Uddhav Thackeray) ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଦଳ ଉପରେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ସମୟରେ ଉଦ୍ଧବ ଠାକରେ ବିଜେପି (BJP) କୁ ଚେତାବନୀ ଦେଇଛନ୍ତି । ସେ ବିରୋଧୀଙ୍କୁ ଶେଷ କରିବାର ପ୍ରୟାସ ବିରୋଧରେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ଭବିଷ୍ୟତରେ ତାଙ୍କ ଉପରେ ପାଲଟା ଆକ୍ରମଣ କରିପାରନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ତାଙ୍କ ଦଳର ନେତା ସଞ୍ଜୟ ରାଉତ (Sanjay Raut) ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିବା ପରେ ଆସିଛି । ସୋମବାର ଠାକରେ ରାଉତଙ୍କ ପରିବାରକୁ ଭେଟି ଏକତା ଦେଖା ପ୍ରଦର୍ଶନ କରିଥିଲେ ଓ ପରେ ତାଙ୍କ କଳାନଗର ବାସଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ କଂଗ୍ରେସକୁ ହଟାଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିକୁ କ୍ଷମତାର ଏତେ ନିଶା ହେବା ଉଚିତ୍ ନୁହେଁ ।

ସେ କହିଛନ୍ତି ଯେ, "ମୁଁ କ୍ଷମତା ନିଶାରେ ରହିଥିବା ଲୋକଙ୍କୁ କହିବାକୁ ଚାହୁଛି କି ନିଷ୍ଠୁର ହୁଅନ୍ତୁ ନୁହେଁ । ସମୟ ସମସ୍ତଙ୍କ ପାଇଁ ବଦଳି ଥାଏ । ଆପଣ ଅନ୍ୟମାନଙ୍କ ପ୍ରତି ଯାହା ଖରାପ କରନ୍ତି, ତାହା ଆପଣଙ୍କୁ ଫେରି ମିଳିଥାଏ ଏବଂ ଆପଣଙ୍କ ପାଖକୁ ଫେରି ଆସିବା ପରେ ଏହା କଠୋର, ଅଧିକ କ୍ରୁର ହୋଇପାରେ । ଆଶା କରୁଛି ଏପରି ସମୟ ଭାରତରେ ଆସିବ ନାହିଁ ।" ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନ ଉପରେ ଟିପ୍ପଣୀ କରି କହିଛନ୍ତି ଯେ ତାଙ୍କ ଦଳ ସମସ୍ତ ଆଞ୍ଚଳିକ ଦଳର ସଫେଇ କରିଦେବ ଓ ଶିବସେନା ମହାରାଷ୍ଟ୍ରରେ ଶେଷ ହେବାକୁ ଯାଉଥିଲା, ଠାକରେ ବିଜେପିକୁ ଏପରି କରିବାକୁ ଚ୍ୟାଲେଞ୍ଜ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମାୟାବତୀ କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ପେଲୋସିଙ୍କ ତାଇୱାନ ଗସ୍ତ ମଧ୍ୟରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ଆହୁରି ୧୨୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍