NCP-କଂଗ୍ରେସର ସାଥ୍ ଛାଡ଼ି BJP ସହ ସରକାର ଗଢ଼ିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ!
Advertisement

NCP-କଂଗ୍ରେସର ସାଥ୍ ଛାଡ଼ି BJP ସହ ସରକାର ଗଢ଼ିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ!

Maharashtra Politics: ରାହୁଲ ଶିୱାଲେ କହିଛନ୍ତି ଯେ, ଗତ ବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏକ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଜୁଲାଇରେ ମହାରାଷ୍ଟ୍ର ବିଧାନସଭାରେ ୧୨ ଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେପିର ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା ଓ ମେଣ୍ଟ ହୋଇପାରି ନଥିଲା ।

NCP-କଂଗ୍ରେସର ସାଥ୍ ଛାଡ଼ି BJP ସହ ସରକାର ଗଢ଼ିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ!

ମୁମ୍ୱାଇ: Maharashtra Politics: କ'ଣ ମହା ବିକାଶ ଅଘାଡ଼ି (Maha Vikas Aghadi) ଛାଡ଼ି ଉଦ୍ଧବ ଠାକରେ (Uddhav Thackeray) ପୁଣି ଥରେ ଭାରତୀୟ ଜନତା ପାର୍ଟି (BJP) ସହ ମେଣ୍ଟ କରିବାକୁ ଚାହୁଁଥିଲେ କି? ଶିବସେନା ସାଂସଦ ରାହୁଲ ଶେୱାଲେ (Rahul Shewale) ଙ୍କ ଅନୁଯାୟୀ ଗତ ବର୍ଷ ଉଦ୍ଧବ ଠାକରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ସହ ସାକ୍ଷାତ କରିଥିଲେ ଓ ଏହି ମେଣ୍ଟ ଉପରେ ଆଲୋଚନା କରିଥିଲେ । କିନ୍ତୁ ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ନିଲମ୍ବନ ଯୋଗୁଁ ବିଜେପି ଅସନ୍ତୁଷ୍ଟ ଥିଲା । ତେଣୁ କଥା ଅଧିକ ଆଗକୁ ବଢ଼ିପାରି ନଥିଲା । ଏହା ପରେ ଉଦ୍ଧବ ଠାକରେ ନିଜେ ଦଳର ସାଂସଦମାନଙ୍କୁ କହିଥିଲେ ଯେ ସେ ପ୍ରସ୍ତୁତ ଅଛନ୍ତି କିନ୍ତୁ ସାଂସଦମାନେ ଚେଷ୍ଟା କରନ୍ତୁ ।

ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେ ଗୋଷ୍ଠୀର ସାଂସଦ ରାହୁଲ ଶିୱାଲେଙ୍କୁ ଶିବସେନାର ୧୨ ସାଂସଦ ସଂସଦରେ ଦଳର ନେତା ଭାବରେ ମନୋନୀତ କରିଛନ୍ତି ।  ଏହା ଉପରେ ବାଚସ୍ପତିଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି । ଏକନାଥ ସିନ୍ଦେ ନିଜେ ଏହି ସମୟରେ ଦିଲ୍ଲୀରେ ଥିଲେ ଓ ଏହା ପରେ ସେ ରାହୁଲ ଶିୱାଲେଙ୍କୁ ଭେଟିଥିଲେ । ଏହି ସମୟରେ ରାହୁଲ ଶିୱାଲେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଶିବସେନାରେ ଅଛନ୍ତି ଓ ଦଳର ୧୨ ଜଣ ସାଂସଦଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ସେ ଏକନାଥ ସିନ୍ଦେଙ୍କ ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରିଛନ୍ତି । ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ ମଧ୍ୟ ବିଜେପି ସହ ମେଣ୍ଟ ଚାହୁଁଥିଲେ ।

ରାହୁଲ ଶିୱାଲେ କହିଛନ୍ତି ଯେ, ଗତ ବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏକ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଜୁଲାଇରେ ମହାରାଷ୍ଟ୍ର ବିଧାନସଭାରେ ୧୨ ଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେପିର ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା ଓ ମେଣ୍ଟ ହୋଇପାରି ନଥିଲା ।

ଏହା ବି ପଢ଼ନ୍ତୁ:-ଶ୍ରୀଲଙ୍କା ପରି ଅବସ୍ଥା ଭାରତରେ ହେବ? ଜାଣନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!

ଏହା ବି ପଢ଼ନ୍ତୁ:-ଆଖୁ ରସ ପିଇବାରୁ ମିଳିଥାଏ ଏହି ୫ଟି ଆଶ୍ଚର୍ଯ୍ୟଜନକ ଲାଭ, ଜାଣି ଚକିତ ହେବେ ଆପଣ

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ସମେତ ଶିବସେନାର ଲୋକସଭା ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିମ୍ନ ଗୃହରେ ନିଜ ଦଳର ନେତା ବଦଳାଇବାକୁ ଅନୁରୋଧ କରିଥିଲେ । ଦଳର ନେତା ବିନୟ ରାଉତ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବାର ଦିନକ ପରେ ବିଦ୍ରୋହୀ ଶିବସେନା ସାଂସଦମାନେ ଓମ ବିର୍ଲାଙ୍କୁ ଭେଟି ବିରୋଧୀ ଶିବିରରୁ କୌଣସି ସ୍ମାରକପତ୍ର ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ।

ବାଚସ୍ପତିଙ୍କୁ ଭେଟିଥିବା ସିନ୍ଦେ ଦଳର ୧୨ ଜଣ ସାଂସଦଙ୍କ ମଧ୍ୟରୁ ହେମନ୍ତ ଗୋଡସେ କହିଛନ୍ତି ଯେ, "ଶିବସେନାର ୧୨ ଜଣ ଲୋକସଭା ସଦସ୍ୟ ବାଚସ୍ପତି ଓମ ବିର୍ଲାଙ୍କ ସହ ସାକ୍ଷାତ କରିଛନ୍ତି ଓ ବିନାୟକ ରାଉତଙ୍କ ସ୍ଥାନରେ ରାହୁଲ ଶେୱାଲେଙ୍କୁ ଗୃହରେ ଦଳର ନେତା ଭାବରେ ନିଯୁକ୍ତ କରିବାକୁ ଆଗ୍ରହ କରିଛନ୍ତି ।" ଯାହା ପରେ ବର୍ତ୍ତମାନ ଗୃହରେ ଶିବସେନାର ନେତା ରାହୁଲ ଶେୱାଲେ (Rahul Shewale) ହେବେ ଓ ଭବନା ଗୱଲିଙ୍କୁ ମୁଖ୍ୟ ସଚେତକ  (Chief Whip) ଭାବରେ ରଖାଯାଇଛି । ବାଚସ୍ପତି ୧୨ ଜାନୁଆରୀ ୧୯୮୮ରେ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ପରାମର୍ଶକୁ ଉଦାହରଣ ଭାବେ ଦିଆଯାଇଛି, ଯେଉଁଥିରେ କୁହାଯାଇଥିଲା ଯେ କୌଣସି ଦଳର ନେତା ସିଏ ହେବେ, ଯାହାଙ୍କ ପାଖରେ ସଂଖ୍ୟାବଳ ଅଧିକ ରହିବ ।