ୟୁପି ନିର୍ବାଚନକୁ ନେଇ ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ବଡ଼ ବୈଠକ, କଂଗ୍ରେସ ଶିବିରରୁ ଆସିଲା ଏହି ଖବର
Advertisement
Article Detail0/zeeodisha/odisha1042115

ୟୁପି ନିର୍ବାଚନକୁ ନେଇ ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ବଡ଼ ବୈଠକ, କଂଗ୍ରେସ ଶିବିରରୁ ଆସିଲା ଏହି ଖବର

ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ନିର୍ବାଚନ ପାଇଁ 'ଲଡ଼କୀ ହୁଁ, ଲଢ଼ ସକତୀ ହୁଁ' ନାରା ଦେଇଛନ୍ତି ।

ୟୁପି ନିର୍ବାଚନକୁ ନେଇ ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ବଡ଼ ବୈଠକ, କଂଗ୍ରେସ ଶିବିରରୁ ଆସିଲା ଏହି ଖବର

ନୂଆଦିଲ୍ଲୀ: UP Assembly Election 2022: ଆଗାମୀ ବର୍ଷରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ ଆଜି (ସୋମବାର)  କଂଗ୍ରେସ ସାଧାରଣ ସମ୍ପାଦକ (Congress General Secretary) ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ନିର୍ବାଚନକୁ ନେଇ ଦଳୀୟ ନେତାଙ୍କ ସହ ମାନସ ମନ୍ଥନ କରିଛନ୍ତି । ପ୍ରିୟଙ୍କା ଲକ୍ଷ୍ନୌରେ ମନିଫେଷ୍ଟୋ କମିଟି ଓ କ୍ୟାମ୍ପେନ କମିଟି ସହିତ ଏକ ବୈଠକ କରିଛନ୍ତି । ଏହାସହ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ଜନତାଙ୍କ ମତରୁ ପ୍ରସ୍ତୁତ ମନିଫେଷ୍ଟୋକୁ ଚୂଡାନ୍ତ କରିବା ଉପରେ ଏକ ଆଲୋଚନା ହୋଇଛି ।

ପ୍ରିୟଙ୍କା ଗାନ୍ଧୀ (Priyanka Gandhi) କହିଛନ୍ତି ଯେ ୟୁପି କଂଗ୍ରେସ (UP Congress) ର ମନିଫେଷ୍ଟୋରେ ଯୁବକ, କୃଷକ, ମହିଳା, ବ୍ୟବସାୟୀ, ବଞ୍ଚିତ ବର୍ଗ ସମେତ ସମସ୍ତ ବର୍ଗର ସ୍ୱରକୁ ସ୍ଥାନ ଦିଆଯାଇଛି । ସେ କହିଛନ୍ତି ଯେ କଂଗ୍ରେସର ଇସ୍ତାହାର ଉତ୍ତରପ୍ରଦେଶର ଅଗ୍ରଗତି ପାଇଁ ପଥ ପରିଷ୍କାର କରିବାର ଏକ ଦସ୍ତାବିଜ ହେବ ।

ପ୍ରିୟଙ୍କାଙ୍କ ନାରା 'ଲଡ଼କୀ ହୁଁ, ଲଢ଼ ସକତୀ ହୁଁ'

ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ନିର୍ବାଚନ ପାଇଁ 'ଲଡ଼କୀ ହୁଁ, ଲଢ଼ ସକତୀ ହୁଁ' ନାରା ଦେଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଚାଷୀଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ ଓ ମହିଳାମାନଙ୍କୁ ଗୋଟିଏ ବର୍ଷରେ ତିନିଟି ଘରୋଇ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ ।

ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ କୋରୋନା ଅବଧିରେ ଆର୍ଥିକ ସଙ୍କଟ କାରଣରୁ ଯେଉଁମାନେ ବିଦ୍ୟୁତ୍ ବିଲ୍ ପୈଠ କରି ନାହାଁନ୍ତି ସେମାନଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ଛାଡ କରାଯିବ । ଏହାସହ ସେ ଏହା ମଧ୍ୟ କହିଛନ୍ତି କଂଗ୍ରେସ ସରକାର ଗଠନ ହେବା ପରେ ଯଦି କୌଣସି ରୋଗ ହୁଏ, ତେବେ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇବେ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ୩୦୦ ଦିନର Earned Leave! ଜାଣନ୍ତୁ କେବେଠୁ ହେବ ଲାଗୁ

ଏହା ବି ପଢ଼ନ୍ତୁ:-ଯଦି ଆପଣ ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି, ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଅନେକ ଦିଗଜଙ୍କ କଟିବ ପତା! ସଙ୍କେତ ଦେଲେ କୋଚ୍ ଦ୍ରାବିଡ

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ୁଥିବା ବେଳେ ପୁରୁଷଙ୍କୁ ଲାଗିପାରେ ଏପରି ଆଘାତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୧୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍