ୟୁପିରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ସମାଜବାଦୀ ପାର୍ଟିରେ ଯୋଗଦେଲେ ଫତେହାବାଦର ବିଧାୟକ
Advertisement
Article Detail0/zeeodisha/odisha1078766

ୟୁପିରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ସମାଜବାଦୀ ପାର୍ଟିରେ ଯୋଗଦେଲେ ଫତେହାବାଦର ବିଧାୟକ

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିଜେପିର ଅନେକ ବିଧାୟକ ଦଳ ଛାଡିଛନ୍ତି । ସେମାନଙ୍କ ବ୍ୟତୀତ ୩ ମନ୍ତ୍ରୀ ଯୋଗୀ କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ୟୁପିରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ସମାଜବାଦୀ ପାର୍ଟିରେ ଯୋଗଦେଲେ ଫତେହାବାଦର ବିଧାୟକ

ନୂଆଦିଲ୍ଲୀ: UP Election 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ତାରିଖ ଘୋଷଣା ହୋଇସାରିଛି । ବର୍ତ୍ତମାନ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଏହି ସମୟରେ ନେତାଙ୍କ ଦଳ ବଦଳ ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ନିଜ ନିଜ ସୁବିଧା ଅନୁସାରେ ନେତାମାନେ ଦଳ ବଦଳ କରିବାରେ ଲାଗିଛନ୍ତି । ଏହି କ୍ରମରେ  ଆଗ୍ରାର ଫତେହାବାଦରୁ ବିଧାୟକ ଜିତେନ୍ଦ୍ର ବର୍ମା (Jitendra Verma) ଭାରତୀୟ ଜନତା ପାର୍ଟି (BJP) ରୁ ଇସ୍ତଫା ଦେଇଛନ୍ତି । ସେ ସମାଜବାଦୀ ପାର୍ଟି (Samajwadi Party) ରେ ଯୋଗ ଦେଇଛନ୍ତି । 

ଜିତେନ୍ଦ୍ର ବର୍ମା ବିଜେପିର ପ୍ରଦେଶାଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ (BJP State president Swatantra Dev Singh) ଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, "ମହାଶୟ, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଭାରତୀୟ ଜନତା ଦଳ (BJP) ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ।" ଏଥିସହିତ ସମାଜବାଦୀ ପାର୍ଟି (SP) ତାଙ୍କୁ ଦଳରେ ସାମିଲ କରି ତାଙ୍କୁ ଆଗ୍ରା ଜିଲ୍ଲା ସଭାପତି ଭାବରେ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଥମୁନି କୋରୋନାର ପ୍ରକୋପ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୨୦.୭୫ ପ୍ରତିଶତ

ବିଜେପି ଛାଡିବା ପରେ ଜିତେନ୍ଦ୍ର କହିଛନ୍ତି ଯେ, "ମୁଁ ବିଜେପି ପାଇଁ କାମ କରିଛି କିନ୍ତୁ ଏହା ସତ୍ତ୍ୱେ ମୋତେ ଟିକେଟ ଦିଆଯାଇ ନାହିଁ । ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବେ ବୋଲି ବିଜେପି କହୁଛି କିନ୍ତୁ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକେଟ ଦିଆଯାଇଛି । ସମାଜବାଦୀ ପାର୍ଟି ୟୁପିରେ ସରକାର ଗଠନ କରିବ ଓ ଆମେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବୁ ।"

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିଜେପିର ଅନେକ ବିଧାୟକ ଦଳ ଛାଡିଛନ୍ତି । ସେମାନଙ୍କ ବ୍ୟତୀତ ୩ ମନ୍ତ୍ରୀ ଯୋଗୀ କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।