ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!
Advertisement

ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!

ଏହା ପରେ ଗୁରୁବାର ଏକ ଟିଭି ଚ୍ୟାନେଲ ଏହି ଖବର ଚଳାଇଥିଲା । ଯାହା ପରେ ଏହି ଖବର ବାକି ଗଣମାଧ୍ୟମରେ ଚାଲିବାକୁ ଲାଗିଲା ଏବଂ ପାୱାରଙ୍କ ପାର୍ଟିକୁ ସଫେଇ ଦେବାକୁ ପଡିଛି । 

ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!

ନୂଆଦିଲ୍ଲୀ: କିଛି ଦିନ ହେବ ଗଣମାଧ୍ୟମରେ ଏକ ଖବର ଉପରେ ଆଲୋଚନା କରାଯାଉଛି ଯେଉଁଥିରେ କୁହାଯାଇଛି ଯେ ସୋନିଆ ଗାନ୍ଧୀ (Sonia Gandhi) ଙ୍କ ବଦଳରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ପ୍ରମୁଖ ଶରଦ ପାୱାର (Sharad Pawar) ଙ୍କୁ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସର (UPA)ର ସଭାପତି ଭାବରେ ନିଯୁକ୍ତ କରାଯାଇପାରେ । ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ପାୱାରଙ୍କ ବିଷୟରେ ଏହି ଆଲୋଚନା କିଛି ଖବରକାଗଜରେ ପ୍ରକାଶିତ ପ୍ରବନ୍ଧରୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ପାୱାରଙ୍କୁ କଂଗ୍ରେସରେ ମିଶି ଯିବା ଉଚିତ ଓ ପରେ ଦଳର କମାଣ ସମ୍ଭାଳିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-କିଏ କିଣୁଛି ସମସ୍ତ କୋରୋନା ଟିକା, ଜାଣନ୍ତୁ କ'ଣ ରହିଛି ଭାରତର ସ୍ଥିତି?

ଏହା ପରେ ଗୁରୁବାର ଏକ ଟିଭି ଚ୍ୟାନେଲ ଏହି ଖବର ଚଳାଇଥିଲା । ଯାହା ପରେ ଏହି ଖବର ବାକି ଗଣମାଧ୍ୟମରେ ଚାଲିବାକୁ ଲାଗିଲା ଏବଂ ପାୱାରଙ୍କ ପାର୍ଟିକୁ ସଫେଇ ଦେବାକୁ ପଡିଛି । ଦଳର ମୁଖ୍ୟ ମୁଖପାତ୍ର ମହେଶ ତାପସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୟୁପିଏ ସହଯୋଗୀଙ୍କ ସହ ଦଳର କୌଣସି ଆଲୋଚନା ହୋଇନାହିଁ । କିନ୍ତୁ ମହାରାଷ୍ଟ୍ରରେ ଏନସିପି ସହଯୋଗୀ ଶିବସେନା କହିଛନ୍ତି ଯେ "ରାଜନୀତିରେ ସବୁକିଛି ବି ସମ୍ଭବ ।"

ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, "ରାଜନୀତିରେ ଅନିଶ୍ଚିତତା ଭରି ରହିଛି । ପରବର୍ତ୍ତୀ ସମୟରେ କଣ ହୋଇପାରେ ତାହା କେହି ଜାଣନ୍ତି ନାହିଁ ।"

ଅନ୍ୟପଟେ କୃଷକ ଆନ୍ଦୋଳନ ସମୟରେ ଶରଦ ପାୱାର ଚର୍ଚ୍ଚାରେ ରହିଆସୁଛନ୍ତି । ଡିସେମ୍ବର ୯ରେ ଦେଶର ବିରୋଧୀ ଦଳ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ଶରଦ ପାୱାର ନେଇଥିଲେ । ଶରଦ ପାୱାରଙ୍କ ବ୍ୟତୀତ ପାଞ୍ଚଜଣ ନେତାଙ୍କ ପ୍ରତିନିଧିତ୍ୱରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଏବଂ ଡିଏମକେ ନେତା ଟିକେଏସ ଏଲନଗୋବନ ସାମିଲ ଥିଲେ ।

ଅଧିକ ପଢ଼ନ୍ତୁ:-ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ

ସୂଚନାଯୋଗ୍ୟ, ୨୦୦୪ରେ କଂଗ୍ରେସ ଅନ୍ୟ ଦଳ ସହ ସରକାର ଗଠନ କଲାବେଳେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ ବା ୟୁପିଏ ଗଠନ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମେଣ୍ଟର ସଭାପତି କରାଯାଇଥିବାବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୭ରେ ସୋନିଆ ଗାନ୍ଧୀ କଂଗ୍ରେସ ମୁଖ୍ୟ ପଦ ଛାଡିଥିଲେ, କିନ୍ତୁ ସେ ୟୁପିଏର ସଭାପତି ରହିଥିଲେ ।