ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ କାହାର ସମର୍ଥନର ନାହିଁ ଆବଶ୍ୟକତା, ଜାଣନ୍ତୁ କ'ଣ ରହିଛି ସମୀକରଣ
Advertisement
Article Detail0/zeeodisha/odisha1242224

ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ କାହାର ସମର୍ଥନର ନାହିଁ ଆବଶ୍ୟକତା, ଜାଣନ୍ତୁ କ'ଣ ରହିଛି ସମୀକରଣ

Vice Presidential Election 2022: ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ । ଆସନ୍ତା ମୌସୁମୀ ଅଧିବେଶନରେ ନୂତନ ଉପବାଚସ୍ପତି ଦାୟିତ୍ୱ ଗ୍ରହଣ କରିବେ ଓ ଉପର ଗୃହରେ ଅଧ୍ୟକ୍ଷତା କରିବେ ।

ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ କାହାର ସମର୍ଥନର ନାହିଁ ଆବଶ୍ୟକତା, ଜାଣନ୍ତୁ କ'ଣ ରହିଛି ସମୀକରଣ

ନୂଆଦିଲ୍ଲୀ: Vice Presidential Election 2022: ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ​​ଭାରତୀୟ ଜନତା ପାର୍ଟି (BJP) କୁ ସହଯୋଗୀ ତଥା ମିତ୍ର ଦଳର ସମର୍ଥନର ଆବଶ୍ୟକତା ରହିଛି । ତେବେ ଉପରାଷ୍ଟ୍ରପତି ନିର୍ବାଚନ (Vice Presidential Election 2022) ରେ ​​ପ୍ରାର୍ଥୀ ଜିତିବା ପାଇଁ ଗେରୁଆ ଦଳ ପାଖରେ ପର୍ଯ୍ୟାପ୍ତ ଭୋଟ୍ ରହିଛି । ଏହା ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ମନୋନୀତ ସାଂସଦଙ୍କ ସମେତ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ କରନ୍ତି । ଏହି ନିର୍ବାଚନରେ ​​ଲୋକସଭାରେ ୫୪୩ ସାଂସଦ ଓ ରାଜ୍ୟସଭାରେ ୨୩୨ ଜଣ ସାଂସଦ ଭୋଟ୍ କରନ୍ତି ।

ନିକଟ ଅତୀତରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​ବିଜେପି ତିନିଟି ଆସନ ହରାଇଛି । ଜୁଲାଇ ୧ରେ ଗୃହରେ ଦଳର କ୍ଷମତା ହ୍ରାସ ଘଟି ୯୨ ସାଂସଦ ରହିଯାଇଛି । ଲୋକସଭାରେ ବିଜେପି ଓ ଏନଡିଏର ବହୁମତ ରହିଛି । ନିକଟ ଅତୀତରେ ଉପ-ନିର୍ବାଚନରେ ​​ବିଜେପି ଦୁଇଟି ଆସନ ଜିତିଛି । ଏହା ସହ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିର ମୋଟ ୩୯୫ ସାଂସଦ ବା ଭୋଟ୍ ଅଛି, ଯାହା ଜିତିବା ପାଇଁ ଆବଶ୍ୟକ ୩୮୮ରୁ ସାତ ଅଧିକ ।

ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ । ଆସନ୍ତା ମୌସୁମୀ ଅଧିବେଶନରେ ନୂତନ ଉପବାଚସ୍ପତି ଦାୟିତ୍ୱ ଗ୍ରହଣ କରିବେ ଓ ଉପର ଗୃହରେ ଅଧ୍ୟକ୍ଷତା କରିବେ ।

ରାଷ୍ଟ୍ରପତି ନିର୍ବାଚନରେ ​​ସହଯୋଗୀ ତଥା ଅନ୍ୟ ଦଳର ରହିଛି ଆବଶ୍ୟକତା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ସଂଖ୍ୟାଗରିଷ୍ଠତାଠାରୁ ପ୍ରାୟ ୧ ପ୍ରତିଶତ ଭୋଟ ଠାରୁ ଦୂରରେ ରହିଛି । କେବଳ ବିଜେପି ପାଖରେ ୪୨ ପ୍ରତିଶତରୁ ଅଧିକ ଭୋଟ୍ ରହିଛି । ତେବେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ପ୍ରାୟ ୩ ପ୍ରତିଶତ ଭୋଟ୍), ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି (୪ ପ୍ରତିଶତରୁ ଅଧିକ ଭୋଟ୍) ଏବଂ ଅକାଳୀ ଦଳ (୦.୧୬ ପ୍ରତିଶତ ଭୋଟ୍) ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ପରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ବିଧାନସଭାରେ ଆରମ୍ଭ ହେଲା ସଂଗ୍ରାମ, ଏକନାଥ ସିନ୍ଦେ ଗୋଷ୍ଠୀ ସିଲ କଲା ଶିବସେନାର ଅଫିସ

ଏହା ବି ପଢ଼ନ୍ତୁ:-ତ୍ରିପୁରା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସହଯୋଗୀ ଦଳ ଦି'ଫାଳ!

ଏହା ବି ପଢ଼ନ୍ତୁ:-'ସିନ୍ଦେ ପାଇଲେ ମୁଖ୍ୟମନ୍ତ୍ରୀ ପଦ, ଫଡନାଭିସଙ୍କ ଜୀବନରେ ଆସିଲା ଭୂକମ୍ପ!'

 

ବିରୋଧୀ ମଧ୍ୟ ଦେବେ ପ୍ରାର୍ଥୀ

ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବାର ବିରୋଧୀଙ୍କ ପାଖରେ କମ୍ ସୁଯୋଗ ରହିଛି । ଯଦିଓ ବିରୋଧୀ ତରଫରୁ ଜଣେ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଜଣେ ବିରୋଧୀଦଳ ନେତା କହିଛନ୍ତି ଯେ, ଏନଡିଏ ପ୍ରାର୍ଥୀ ବିନା ଲଢ଼େଇରେ ଜିତିବେ ନାହିଁ । ଏହି ନିର୍ବାଚନ ରାଜନୈତିକ ଓ ଆଦର୍ଶଗତ ଲଢ଼େଇ ବୋଲି ସେ କହିଛନ୍ତି ।

ଏନଡିଏ ଘୋଷଣା କରିଛି ପ୍ରାର୍ଥୀ

ଉପରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମବଙ୍ଗର ଉପରାଜ୍ୟପାଳ ଜଗଦୀପ୍ ଧନଖଡ଼ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ । ସେପଟେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୯ ।