Lok Sabha Elections 2024: ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1343160

Lok Sabha Elections 2024: ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ

Lok Sabha Elections 2024: ଆପଣଙ୍କୁ କହିରଖୁଛୁ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିଲେ । ଦିଲ୍ଲୀରେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଓପି ଚୌଟାଲା ଏବଂ ସୀତାରାମ ୟେଚୁରୀ ଭଳି ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ । 

Lok Sabha Elections 2024: ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ

କୋଲକାତା: Mamata Banerjee on Lok Sabha Elections 2024: ଆଗାମୀ ଲୋକସଭା ନିର୍ବାଚନ (Lok Sabha Elections 2024) ପାଖେଇ ଆସୁଛି । ତେଣୁ ବିଜେପି ଠାରୁ ଆରମ୍ଭ କରି ସମସ୍ତ ବିରୋଧୀ ଦଳ ଏଥିପାଇଁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିହାର ମୁଖ୍ୟମନ୍ତ୍ରୀ (Bihar CM Nitish Kumar) ନୀତିଶ କୁମାର (Nitish Kumar) ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା କଥା କହୁଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamta Banerjee) ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ​​"ଖେଲା ହୋବେ" ହେବା କଥା କହୁଛନ୍ତି ।

ଗତକାଲି ଅର୍ଥାତ ସେପ୍ଟେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, "୨୦୨୪ରେ ଆମେ ଏକ ଖେଳ ଖେଳିବୁ ଯାହା ପଶ୍ଚିମବଙ୍ଗରୁ ଆରମ୍ଭ ହେବ । ହେମନ୍ତ ସୋରେନ, ଅଖିଳେଶ ଯାଦବ, ନୀତିଶ କୁମାର, ମୁଁ ଏବଂ ଅନ୍ୟ ବନ୍ଧୁମାନେ ସେତେବେଳେ ଏକଜୁଟ ହେବେ । ତେବେ ସେମାନେ (ବିଜେପି) କିପରି ସରକାର ଗଠନ କରିବେ? ବିଜେପି ସରକାରର କୌଣସି ଆବଶ୍ୟକତା ନାହିଁ ।"

ଦିଦି ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ନୀତିଶ କୁମାର, ହେମନ୍ତ ସୋରେନ ଏବଂ ଅନ୍ୟମାନେ ୨୦୨୪ରେ ଏକାଠି ହେବେ । ସମସ୍ତ ବିରୋଧୀ ଦଳ ମିଳିତ ଭାବେ ବିଜେପିକୁ ପରାସ୍ତ କରିବା ପାଇଁ ହାତ ମିଶାଇବେ । ଆମେ ସମସ୍ତେ ଗୋଟିଏ ପଟେ ହେବୁ ଓ ଅନ୍ୟ ପଟେ ରହିବ ବିଜେପି । ୩୦୦ ଆସନ ବିଶିଷ୍ଟ ବିଜେପିର ଅହଂକାର ଭାଙ୍ଗିବ । ୨୦୨୪ରେ 'ଖେଲା ହୋବେ' ହେବ ।"

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (BJP) ଭାବୁଛି ସେ ଆମକୁ ସିବିଆଇ ଓ ଇଡି ମାଧ୍ୟମରେ ଭୟଭୀତ କରିପାରିବ, କିନ୍ତୁ ସେମାନେ ଯେତେ ଅଧିକ କୌଶଳ ଅବଲମ୍ବନ କରିବେ, ଆଗାମୀ ବର୍ଷର ପଞ୍ଚାୟତ ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ​​ସେମାନେ ପରାଜିତ ହେବେ ।

ଏହା ବି ପଢ଼ନ୍ତୁ:-ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍

ଏହା ବି ପଢ଼ନ୍ତୁ:-୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ

ଆପଣଙ୍କୁ କହିରଖୁଛୁ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିଲେ । ଦିଲ୍ଲୀରେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଓମ୍ ପ୍ରକାଶ ଚୌଟାଲା ଏବଂ ସୀତାରାମ ୟେଚୁରୀ ଭଳି ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ । ନୀତିଶ କୁମାର ଦିଲ୍ଲୀ ଗସ୍ତ ସମୟରେ ଅନେକ ଥର କହିଥିଲେ ଯେ ବର୍ତ୍ତମାନ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ, ସେତେବେଳେ ହିଁ କିଛି ଭଲ ଘଟଣା ଘଟିବ ଏବଂ ଦେଶରେ ସମାନ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।