ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
Advertisement
Article Detail0/zeeodisha/odisha1169261

ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ । 

ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଆଜିକାଲି ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଯେ ସେ ଶୀଘ୍ର କଂଗ୍ରେସ (Congress) ରେ ଯୋଗ ଦେଇପାରନ୍ତି, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସରେ ଯାଉନାହାଁନ୍ତି । ଏହି ସମସ୍ତ ବିଷୟ ଉପରେ ଚର୍ଚ୍ଚା କରୁଥିବା ସମୟରେ ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଆଙ୍କର୍ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM Narendra Modi) ଙ୍କ ପରେ ବିଜେପି (BJP) ର ଉତ୍ତରାଧିକାରୀ କିଏ ହେବେ? ଯାହାର ଜବାବ ସେ ଦେଇଛନ୍ତି ।

ଯେତେବେଳେ ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ପ୍ରଶାନ୍ତ କିଶୋରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏହି ପ୍ରଶ୍ନ ପଚରାଗଲା, ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, "ମୁଁ ନାମ ଅନୁଯାୟୀ ଯିବି ନାହିଁ, କିନ୍ତୁ ଇତିହାସ ଅନୁସାରେ ଦେଖିବା ତ କୌଣସି ବୁଦ୍ଧିମାନ ବ୍ୟକ୍ତି ଦେଖିପାରୁଥିବେ । ପ୍ରଥମେ ଆଡଭାନୀ ଓ ବାଜପେୟୀ ଜୀ ଏକାଠି ଥିଲେ ଓ ଏହା ପରେ ବାଜପେୟୀ ଓ ନରେନ୍ଦ୍ର ମୋଦି ଏକାଠି ହୋଇଥିଲେ । ଏହା ପରେ ମୋଦି ଓ ଶାହା ଆସିଛନ୍ତି ।" ନିଜ କଥାକୁ ଆଗକୁ ବଢ଼ାଇ ସେ କହିଛନ୍ତି ଯେ, ଏହା ଆଗକୁ ସବୁକିଛି ସ୍ପଷ୍ଟ ଭାବରେ ଦର୍ଶାଉଛି । ଆପଣ କୌଣସି ଜଣେ ବ୍ୟକ୍ତିଙ୍କ ନାମ କହିପାରିବେ ନାହିଁ କିନ୍ତୁ ଆସୁଥିବା ଲୋକଙ୍କୁ ନେଇ ଅନୁମାନ କରିପାରିବେ ।

କଂଗ୍ରେସ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଜବାବରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସର୍ବପ୍ରଥମେ ତାଙ୍କୁ ତାଙ୍କ ସଂଗଠନକୁ ମଜବୁତ କରିବାକୁ କାର୍ଯ୍ୟ କରିବାକୁ ପଡ଼ିବ । ନିଜ ପ୍ରେଜେଣ୍ଚେଶନର ବିଷୟବସ୍ତୁ ବିଷୟରେ ସେ କହିଛନ୍ତି ଯେ ଏହି ବିଷୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଯେ ଆପଣ କିପରି ଭାରତକୁ ଜୟ କରିପାରିବେ । ଏହି ସମୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ କଂଗ୍ରେସର ଦ୍ୱାର ଆପଣଙ୍କ ପାଇଁ ଖୋଲା ଅଛି ତ? ସେ କହିଛନ୍ତି ଯେ ସେ ମୋ ଠାରୁ ବଡ଼, ଯଦି ସେ ଡାକନ୍ତି ତେବେ ସେ କଥା ହେବେ । ଏହା ସହିତ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା (Priyanka Gandhi Vadra) ଙ୍କ ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, କଂଗ୍ରେସର ନେତୃତ୍ୱରେ ଏହି ଦୁଇ ଜଣଙ୍କୁ ହିଁ ମୋର ପ୍ରେଜେଣ୍ଟେଶନରେ ରଖାଯାଇ ନଥିଲା ।

ସୂଚନାଯୋଗ୍ୟ, ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ । 

ଏହା ବି ପଢ଼ନ୍ତୁ:-ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ମେଣ୍ଟକୁ ଲାଗିଲା ଲଟେରୀ, ବିରୋଧୀ ଦଳର ୨୫ରୁ ୨୧ ବିଧାୟକ ସରକାରରେ ସାମିଲ

ଏହା ବି ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?

ଏହା ବି ପଢ଼ନ୍ତୁ:-ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ

 

ସେହିପରି ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଥିଲେ, ପ୍ରଶାନ୍ତ କିଶୋର ନିଜେ କଂଗ୍ରେସରେ ଯୋଗଦେବାକୁ ମନା କରି ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ଉପସ୍ଥାପନା ଏବଂ ତାଙ୍କ ସହ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏମପାୱାର ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ ହେବା ପରେ ତାଙ୍କୁ ଏହି ଦଳରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦଳ ପ୍ରତି ତାଙ୍କର ପରାମର୍ଶ ଓ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ।