କିଏ ହେବେ ପଞ୍ଜାବର ପରବର୍ତ୍ତୀ କିଙ୍ଗ୍? ରେସରେ ସବୁଠାରୁ ଆଗରେ ରହିଛି ଏହି ୪ ନାଁ
Advertisement
Article Detail0/zeeodisha/odisha989482

କିଏ ହେବେ ପଞ୍ଜାବର ପରବର୍ତ୍ତୀ କିଙ୍ଗ୍? ରେସରେ ସବୁଠାରୁ ଆଗରେ ରହିଛି ଏହି ୪ ନାଁ

ଆସନ୍ତା ବର୍ଷ ଫେବୃଆରୀ ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଯିଏ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କର କାର୍ଯ୍ୟକାଳ କେବଳ କିଛି ମାସର ହେବ । ଯଦି ଆମେ ୨୦୧୭ ନିର୍ବାଚନକୁ ଆଧାର କରି ଦେଖିବା, ତେବେ  ଆଚାର ସଂହିତା ୨୦୨୨ ଜାନୁୟାରୀ ମାସରୁ ଲାଗୁ ହୋଇଯିବ । ଏଭଳି ପରିସ୍ଥିତିରେ ଯିଏ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ପାଖରେ ଚମତ୍କାର ଦେଖାଇବାକୁ ମାତ୍ର ୧୨ ସପ୍ତାହରୁ ଅଧିକ ସମୟ ହେବ ।

କିଏ ହେବେ ପଞ୍ଜାବର ପରବର୍ତ୍ତୀ କିଙ୍ଗ୍? ରେସରେ ସବୁଠାରୁ ଆଗରେ ରହିଛି ଏହି ୪ ନାଁ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Punjab CM Captain Amarinder Singh) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ପରେ ପଞ୍ଜାବ କଂଗ୍ରେସ ବିଧାୟକ ଦଳ (Punjab Congress Legislature Party) ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାର ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ଙ୍କ ଉପରେ ଛାଡିଛି । ସେପଟେ ସିଏମ ପଦ ପାଇଁ କଂଗ୍ରେସ (Congress) ର ୪ ଜଣ ନେତାଙ୍କ ନାମ ରେସରେ ସବୁଠାରୁ ଆଗରେ ରହିଛି । ସେମାନେ ହେଲେ ସୁନୀଲ ଜାଖର (Sunil Jakhar), ନବଜୋତ ସିଂ ସିଦ୍ଧୁ (Navjot Singh Sidhu), ସୁଖଜିନ୍ଦର ସିଂ ରନ୍ଧୱା (Sukhjinder Singh Randhawa) ଏବଂ ପ୍ରତାପ ସିଂ ବାଜୱା (Pratap Singh Bajwa) ।

ଆସନ୍ତା ବର୍ଷ ଫେବୃଆରୀ ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଯିଏ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କର କାର୍ଯ୍ୟକାଳ କେବଳ କିଛି ମାସର ହେବ । ଯଦି ଆମେ ୨୦୧୭ ନିର୍ବାଚନକୁ ଆଧାର କରି ଦେଖିବା, ତେବେ  ଆଚାର ସଂହିତା ୨୦୨୨ ଜାନୁୟାରୀ ମାସରୁ ଲାଗୁ ହୋଇଯିବ । ଏଭଳି ପରିସ୍ଥିତିରେ ଯିଏ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ପାଖରେ ଚମତ୍କାର ଦେଖାଇବାକୁ ମାତ୍ର ୧୨ ସପ୍ତାହରୁ ଅଧିକ ସମୟ ହେବ ।

ସୁନୀଲ ଜାଖର

ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ପୂର୍ବତନ ପିସିସି ସଭାପତି ସୁନୀଲ ଜାଖରଙ୍କ ନାମ ରେସରେ ସବୁଠାରୁ ଆଗରେ ରହିଛି । ଯଦି ଜାଖର ସିଏମ୍ ହୁଅନ୍ତି, ତେବେ ୧୯୬୬ ମସିହାରେ ପଞ୍ଜାବର ପୁନର୍ଗଠନ ପରେ ଏହା ପ୍ରଥମ ଥର ହେବ ଯେ ରାଜ୍ୟରେ ଜଣେ ହିନ୍ଦୁ ମୁଖ୍ୟମନ୍ତ୍ରୀ ହେବେ ।

ସୁନୀଲ ଜାଖର ଏକ କୃଷକ ପରିବାରରୁ ଆସନ୍ତି ଓ ପଞ୍ଜାବର ହିନ୍ଦୁ ସମ୍ପ୍ରଦାୟରେ ମଧ୍ୟ ତାଙ୍କର ସ୍ଥିତି ମଜଭୁତ ରହିଛି । ଯାହାର ଦ୍ୱିଗୁଣ ଲାଭ କଂଗ୍ରେସ ସପକ୍ଷରେ ଯାଇପାରେ ।

ଜାଖର ଅବୋହରର ଜଣେ ଜଣାଶୁଣା ଜମିଦାର ଓ ସେ ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁତ୍ର । ୬୭ ବର୍ଷୀୟ କଂଗ୍ରେସ ନେତା ଅବୋହର ନିର୍ବାଚନମଣ୍ଡଳୀରୁ (୨୦୦୨-୨୦୧୭) ତିନିଥର ବିଧାୟକ ରହିସାରିଛନ୍ତି ଓ ଗୁରୁଦାସପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ ।

୨୦୧୭ ବିଧାନସଭା ନିର୍ବାଚନରେ ଜାଖରଙ୍କୁ ବଡ଼ ଝଟକା ଲାଗିଥିଲା । କାରଣ ସେ ​​ଅବୋହରରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ଯଦିଓ ସେ ୨୦୧୭ରେ ରାଜ୍ୟ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ୨୦୧୯ରେ ଆଉ ଏକ ନିର୍ବାଚନୀ ପରାଜୟର ସମ୍ମୁଖୀନ ହୋଇଥିଲେ ଯେତେବେଳେ ସେ ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କ ଠାରୁ ପରାସ୍ତ ହୋଇଥିଲେ ।

ସୁଖଜିନ୍ଦର ସିଂ ରନ୍ଧୱା

କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ୟାବିନେଟରେ ୬୨ ବର୍ଷୀୟ ସୁଖଜିନ୍ଦର ସିଂ ରନ୍ଧୱା ଜେଲ ଓ ସହଯୋଗ ମନ୍ତ୍ରୀ ଥିଲେ । ପଞ୍ଜାବର ମାଝା ଅଞ୍ଚଳର ଗୁରୁଦାସପୁର ଜିଲ୍ଲାର ବାସିନ୍ଦା ରନ୍ଧୱା ତିନିଥର କଂଗ୍ରେସ ବିଧାୟକ ଭାବରେ କାର୍ଯ୍ୟ କରିସାରିଛନ୍ତି ଓ ୨୦୦୨, ୨୦୦୭ ଏବଂ ୨୦୧୭ରେ ନିର୍ବାଚିତ ହୋଇଥିଲେ । ସେ ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଏକ କଂଗ୍ରେସ ପରିବାରରୁ ଆସନ୍ତି । ତାଙ୍କ ପିତା ସାନ୍ତୋଖ ସିଂ ଦୁଇଥର ରାଜ୍ୟ କଂଗ୍ରେସ ସଭାପତି ଥିଲେ ଓ ମାଝା ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ ।

ପ୍ରତାପ ସିଂ ବାଜୱା

ସିଏମ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଗୁରୁଦାସପୁର ଜିଲ୍ଲାର ୬୪ ବର୍ଷୀୟ ପ୍ରତାପ ସିଂ ବାଜୱା ମଧ୍ୟ ଅଛନ୍ତି । ସେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରୁ ଜଣେ ଓ ବର୍ତ୍ତମାନ ପଞ୍ଜାବରୁ ରାଜ୍ୟସଭା ସାଂସଦ ଅଛନ୍ତି ।

ପ୍ରତାପ ସିଂ ବାଜୱାଙ୍କ ପିତା ସତ୍ୟନମ ସିଂ ବାଜୱା ମଧ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଏବଂ ମନ୍ତ୍ରୀ ଥିଲେ । ପ୍ରତାପ ସିଂ ବାଜୱାଙ୍କ ସାନଭାଇ ଫତେହ ଜଙ୍ଗ ସିଂ ବାଜୱା ମଧ୍ୟ ବର୍ତ୍ତମାନର କଂଗ୍ରେସ ବିଧାୟକ । ତାଙ୍କ ପତ୍ନୀ ଚରଣଜିତ୍ କୌର ବାଜୱା ମଧ୍ୟ ପୂର୍ବ ବିଧାନସଭାରେ ଜଣେ ବିଧାୟକ ଥିଲେ ।

ବାଜୱା ରାଜ୍ୟ କଂଗ୍ରେସ କମିଟିର ସଭାପତି ରହିଛନ୍ତି ଓ ୧୯୯୪ରୁ ୨୦୦୭ ମଧ୍ୟରେ ରାଜ୍ୟର ବିଭିନ୍ନ କଂଗ୍ରେସ ସରକାରରେ ତିନିଥର ବିଧାୟକ ତଥା ମନ୍ତ୍ରୀ ରହିସାରିଛନ୍ତି । ସେ ଗୁରୁଦାସପୁରର ଲୋକସଭା ସାଂସଦ ମଧ୍ୟ ରହିସାରିଛନ୍ତି ।

ନବଜୋତ ସିଂ ସିଦ୍ଧୁ

ନବଜୋତ ସିଂ ସିଦ୍ଧୁ କଂଗ୍ରେସରେ ଯୋଗଦେବା ପରଠାରୁ ଯେଉଁଭଳି ଭାବରେ ଘଟଣାକ୍ରମ ବଦଳିଛି, ତାହା କାହାଠାରୁ ଲୁଚି ନାହିଁ । ନବଜୋତ ସିଂ ସିଦ୍ଧୁ ହେଉଛନ୍ତି ପ୍ରଦେଶ କଂଗ୍ରେସ କମିଟିର ବର୍ତ୍ତମାନର ସଭାପତି । ସେ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ୟାବିନେଟରେ ମଧ୍ୟ ମନ୍ତ୍ରୀ ଥିଲେ କିନ୍ତୁ ପରେ ଇସ୍ତଫା ଦେଇଥିଲେ । ପରେ ସେ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲେ ଓ ଅନେକ ସାର୍ବଜନୀନ ଫୋରମରେ କ୍ୟାପଟେନ ତଥା ତାଙ୍କ ସରକାରଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଥିଲେ ।

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଟେଲିଭିଜନ କମେଡି ସୋ’ର ହୋଷ୍ଟ ସିଦ୍ଧୁ ଅମରିନ୍ଦର ସିଂଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ କଂଗ୍ରେସ ସଭାପତି ହୋଇଛନ୍ତି । ବର୍ତ୍ତମାନ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାରେ ସଫଳ ହୋଇଛନ୍ତି । ଏହି ଘଟଣା କେବଳ ପାଞ୍ଚ ମାସ ମଧ୍ୟରେ ଘଟିଛି ।

ଅମୃତସର ଲୋକସଭା ନିର୍ବାଚନମଣ୍ଡଳୀରୁ ତିନିଥର ସାଂସଦ ତଥା ବିଜେପିର ରାଜ୍ୟସଭାର ମନୋନୀତ ସଦସ୍ୟ ସିଦ୍ଧୁ ସିଏମ ରେସ୍ ତାଲିକାରେ ସବୁଠାରୁ କନିଷ୍ଠ ହୋଇପାରନ୍ତି, କିନ୍ତୁ ତାଙ୍କ ନାମ ସବୁଠାରୁ ଚର୍ଚ୍ଚିତ । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଅନ୍ୟ ତିନି ସମ୍ଭାବ୍ୟ ପ୍ରାର୍ଥୀଙ୍କ ପରି ସେ ମଧ୍ୟ ଏକ କଂଗ୍ରେସ ପରିବାରରୁ ଆସନ୍ତି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୩୦୯ ସଂକ୍ରମିତଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-ନଭେମ୍ବର ୩୦ ସୁଦ୍ଧା ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା! କ'ଣ ଆପଣଙ୍କର ମଧ୍ୟ ଅଛି କି ଏସବୁ ବ୍ୟାଙ୍କରେ ଖାତା

ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଅଧିକ ପଢ଼ନ୍ତୁ:-କ'ଣ ଆପଣ ମଧ୍ୟ ମହିଳାଙ୍କୁ ସ୍ୱପ୍ନରେ ଏପରି କାର୍ଯ୍ୟ କରୁଥିବାର ଦେଖନ୍ତି? ତେବେ ଏହା ଶୁଭ ସଙ୍କେତ