ସୋନୁ ସୁଦଙ୍କ ଭଉଣୀ ଆସିବା ପରେ ପଞ୍ଜାବରେ କଂଗ୍ରେସକୁ ହେବ କି ଲାଭ? ଜନତା ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1073656

ସୋନୁ ସୁଦଙ୍କ ଭଉଣୀ ଆସିବା ପରେ ପଞ୍ଜାବରେ କଂଗ୍ରେସକୁ ହେବ କି ଲାଭ? ଜନତା ଦେଲେ ଏହି ଜବାବ

ଏଠାରେ କହି ରଖୁଛୁ ଯେ, ଅଭିନେତା ସୋନୁ ସୁଦ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ତାଙ୍କ ଭଉଣୀ ରାଜନୀତିରେ ଯୋଗଦେବେ । ସୋନୁ ସୁଦ୍ କୋରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ଓ ଏହି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି ।

ସୋନୁ ସୁଦଙ୍କ ଭଉଣୀ ଆସିବା ପରେ ପଞ୍ଜାବରେ କଂଗ୍ରେସକୁ ହେବ କି ଲାଭ? ଜନତା ଦେଲେ ଏହି ଜବାବ

ନୂଆଦିଲ୍ଲୀ: Punjab Assembly Election 2022: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ବିଜୟକୁ ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ (Punjab Election 2022) ର ଠିକ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦ  (Sonu Sood) ଙ୍କ ଭଉଣୀ ମଲଭିକା ସୁଦ (Malvika Sood) କଂଗ୍ରେସ (Congress) ରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ମୋଗା ଆସନ (Moga Seat) ରୁ ପ୍ରାର୍ଥୀ କରିଛି । ଏବେ ପ୍ରଶ୍ନ ଉଙ୍କି ମାରୁଛି ଯେ ମାଲାଭିକା ଶାସକ ଦଳ କଂଗ୍ରେସରେ ଯୋଗଦେବାରୁ ଦଳକୁ ଚଳିତ ବିଧାନସଭା ନିର୍ବାଚନରେ ​​କେତେ ଲାଭ ହେବ?

ଲୋକଙ୍କ ମତ ଜାଣିବା ପାଇଁ ସି ଭୋଟର (C Voter Survey) ଏକ ସର୍ଭେ କରିଛି । ଏହି ସର୍ଭେରେ ୫୬ ପ୍ରତିଶତ ଲୋକ କହିଛନ୍ତି ଯେ ସୋନୁ ସୁଦଙ୍କ ଭଉଣୀ (Sonu Sood Sister) କଂଗ୍ରେସ (Congress) ରେ ଯୋଗଦେବାରୁ ଦଳକୁ ଲାଭ ହେବ ନାହିଁ । ଏଥିସହ ୨୯ ପ୍ରତିଶତ ଲୋକ ଲାଭବାନ ହେବେ ବୋଲି କହିଛନ୍ତି । ୧୫ ପ୍ରତିଶତ ଲୋକ ଜାଣନ୍ତି ନାହିଁ ବୋଲି କହିଛନ୍ତି ।

ସୋନୁ ସୁଦଙ୍କ ଭଉଣୀଙ୍କ କଂଗ୍ରେସରେ ଆସିବାରୁ ଦଳକୁ ଲାଭ ହେବ କି?

ସି-ଭୋଟର ସର୍ଭେ 

ହଁ-୨୯ ପ୍ରତିଶତ

ନା -୫୬ ପ୍ରତିଶତ

ଜାଣନ୍ତି ନାହିଁ -୧୫ ପ୍ରତିଶତ

ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ

ଏହା ବି ପଢ଼ନ୍ତୁ:-ଜେଡିୟୁକୁ ଧମକ ଦେଲା ବିଜେପି, ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ

ଏଠାରେ କହି ରଖୁଛୁ ଯେ, ଅଭିନେତା ସୋନୁ ସୁଦ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ତାଙ୍କ ଭଉଣୀ ରାଜନୀତିରେ ଯୋଗଦେବେ । ସୋନୁ ସୁଦ୍ କୋରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ଓ ଏହି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି ।

ସୂଚନାଯୋଗ୍ୟ, ମୋଗା ଆସନରୁ ମଲଭିକା ସୁଦଙ୍କ ପ୍ରାର୍ଥୀ ଉପରେ କ୍ରୋଧିତ ହୋଇ ବିଧାୟକ ହରଜୋତ କମଲ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୮୬ ପ୍ରାର୍ଥୀଙ୍କ ପ୍ରଥମ ତାଲିକା କଂଗ୍ରେସ ଶନିବାର ଜାରି କରିଥିଲା । ଏଥିରେ କମଲଙ୍କ ସମେତ ଚାରି ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ଦିଆଯାଇନଥିଲା ।

ଫେବୃଆରୀ ୧୪ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ​​ଶାସକ କଂଗ୍ରେସ (Congress) ର ମୁକାବିଲା ଆମ୍ ଆଦମୀ ପାର୍ଟି (AAP), ଅକାଲୀ ଦଳ (Akali Dal) ଏବଂ ବିଜେପି-ପଞ୍ଜାବ ଲୋକ କଂଗ୍ରେସ ମେଣ୍ଟ (BJP-Punjab Lok Congress Alliance) ମଧ୍ୟରେ ହେବ ।