Central minister Visit Puri: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
Advertisement
Article Detail0/zeeodisha/odisha1670948

Central minister Visit Puri: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ଗତକାଲି ଛତିଶଗଡ଼ର ଦାନ୍ତେୱଡାରେ ମାଓବାଦୀଙ୍କ ବିସ୍ପୋରଣରେ ସହିଦ ହୋଇଛନ୍ତି ୧୦ଜଣ ଯବାନ। ଏଭଳି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସେପଟେ ପ୍ରଖ୍ଯାତ ବାଲୁକାଶିଳ୍ପି ସୁଦର୍ଶନ ପଟ୍ଟନାୟକ ନିଜର ଆକର୍ଷଣୀୟ ବାଲୁକାକୃତି ଜରୀଆରେ ସହିଦ ଯୱାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେପଟେ ସହିଦ ଯୱାନଙ୍କ ଉଦ୍ଦେଶ୍ୟରେ ଗ

Central minister Visit Puri: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

Central Minister Visit Puri: ପୁରୀ: ଗତକାଲି ଛତିଶଗଡ଼ର ଦାନ୍ତେୱଡାରେ ମାଓବାଦୀଙ୍କ ବିସ୍ପୋରଣରେ ସହିଦ ହୋଇଛନ୍ତି ୧୦ଜଣ ଯବାନ। ଏଭଳି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସେପଟେ ପ୍ରଖ୍ଯାତ ବାଲୁକାଶିଳ୍ପି ସୁଦର୍ଶନ ପଟ୍ଟନାୟକ ନିଜର ଆକର୍ଷଣୀୟ ବାଲୁକାକୃତି ଜରୀଆରେ ସହିଦ ଯୱାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେପଟେ ସହିଦ ଯୱାନଙ୍କ ଉଦ୍ଦେଶ୍ୟରେ ଗତକାଲି ବାଲୁକାକୃତି ଗଢି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସୁଦର୍ଶନ। 

ଆଜି କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାସ ସର୍କାର ପୁରୀ ଗସ୍ତରେ ଆସିଥିବା ବେଳେ ସହିଦ ଯୱାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ G20 କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାସ ସର୍କାର । 

ତେବେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ। ଦେଶ ଏବେ ପ୍ରଗତିର ପଥେ ଆଗେଇ ଚାଲିଛି। ଉଦାହରଣ ଛଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ କଲେ ପ୍ରଶଂସା। କହିଲେ ମନ୍ଦିର ସମ୍ମୁଖ ରାସ୍ତା ଏବେ ଏନଏଚ୍ ବନିଯାଇଛି। ଆଉ ଏହି ଛୋଟ ଏନଏଚ୍ ସମସ୍ତଙ୍କ ପାଇଁ ଦର୍ବାଜା ପାଲଟି ଯାଇଛି। ଓଡିଶାରେ ଆୟୋଜିତ G20ରେ ଏବେ ଶିକ୍ଷା ବ୍ଯବସ୍ଥା ଉପରେ ହେଉଛି ଆଲୋଚନା। ଇଣ୍ଡିଆନ ପ୍ରେସିଡେନ୍ସିରେ ଡ୍ରାପ୍ଟ ବନାଯାଉଛି। ପିଲାଙ୍କୁ ଉପଯୁକ୍ତ ଶିକ୍ଷା ପାଇଁ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଛି। ଦାଦାଦାଦୀଙ୍କ ସହ ରହିଲେ ଛୋଟପିଲାକୁ ଶିକ୍ଷା ଗ୍ରହଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ। ଏଣୁ ଏନେଇ ମଧ୍ୟ ବିସ୍ତୃତ ଆଲୋଚନା ହେଉଛି। ତେବେ କେନ୍ଦ୍ର ସରକାର ଏବେ ଚାହୁଁଛନ୍ତି ସମସ୍ତଙ୍କୁ କିଭଳି କାମଧନ୍ଦା ଯୋଗାଇ ଦିଆଯିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍କିଲ୍ଡ ସେକ୍ଟର ଓପନ କରାଯାଉଛି। ଯୁବକ ମାନଙ୍କୁ ସ୍କିଲ କରିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ। 

ସେପଟେ ଶ୍ରୀମନ୍ଦିର ଦର୍ଶନ ସାରି ସିଧା ନିଳାଦ୍ରୀ ବେଳାଭୂମୀରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଭାବିଥିଲେ ସହୀଦଙ୍କ ଉଦ୍ଦେଶ୍ୟରେ ସୁଦର୍ଶନ ପଟ୍ଟନାୟକ ଗଢିଥିବା ବାଲୁକାକୃତି ନିକଟରେ ସେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ମାତ୍ର ଏଥିପାଇଁ ତାଙ୍କୁ ନାକେଦମ ହେବାକୁ ପଡିଛି। ସୁଦର୍ଶନ ପଟ୍ଟନାୟକ ଗତକାଲି ବାଲୁକାକୃତିଟି ଗଢିଥିଲେ। ଆଜି ତାହା ନଷ୍ଟ ହୋଇଯାଇଥିବାରୁ ବାଲୁକାକୃତି ମିଳିନଥିଲା। ନିରାଶ ହୋଇ ଫେରିଲେ କେନ୍ଦ୍ରମନ୍ତ୍ରୀ। ତେବେ ନିଳାଦ୍ରୀ ଗେଟ ନିକଟରେ କିଛି ସଂଗୃହିତ ଫୁଲ ଅର୍ପଣ କରି ନିଆରା ଢଙ୍ଗରେ ସହୀଦ ଜୱନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସୂଚନାଯୋଗ୍ୟ ବୁଧବାର ହୋଇଥିବା ମାଓ ଆକ୍ରମଣରେ ଥରିଉଠିଛି ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲା। ବୁଧବାର ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ ଯବାନ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବୋଲି ଜଣାପଡ଼ିଛି। ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଛିନଛତ୍ର ହୋଇଯାଇଥିଲା।  

ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାର ଆର୍ନାପୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ମାଓ ଦମନ ଅଭିଯାନ। ଏହି  ଅପରେସନ ସାରି ଫେରିବା ବେଳେ ମାଓବାଦୀଙ୍କ ପକ୍ଷରୁ ହୋଇଥିଲା ଆଇଇଡ଼ି ବିସ୍ଫୋରଣ। ଏନେଇ ମିଳିଥିବା ସୂଚନା ମୁତାବକ ଆଇଇଡ଼ି ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକ ରାସ୍ତାରେ ଲଗାଯାଇଥିଲା।

Also Read: ଓଡ଼ିଶା କ୍ରିକେଟ ଟିମର ହେଡ କୋଚ୍ ଭାବେ ଦାୟିତ୍ଵ ନେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

Also Read: Odisha Crime News: ନବରଙ୍ଗପୁରରୁ ଝୁଲନ୍ତା ଅବସ୍ଥାରେ ଛାତ୍ରର ମୃତଦେହ ଉଦ୍ଧାର, ଯାଜପୁରରେ ଜୀବନ ହାରିଲେ ନର୍ସିଂ ଛାତ୍ରୀ