Vladimir Putin:ବଡ଼ଦିନରେ ବଡ଼ ଧମାକା କରିବାକୁ ଯାଉଛି କି ଋଷ? ପାଶ୍ଚାତ୍ୟ ଦେଶଙ୍କୁ ପୁତିନଙ୍କ ଚେତାବନୀ
Advertisement
Article Detail0/zeeodisha/odisha2012914

Vladimir Putin:ବଡ଼ଦିନରେ ବଡ଼ ଧମାକା କରିବାକୁ ଯାଉଛି କି ଋଷ? ପାଶ୍ଚାତ୍ୟ ଦେଶଙ୍କୁ ପୁତିନଙ୍କ ଚେତାବନୀ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାଶ୍ଚାତ୍ୟ ଦେଶମାନଙ୍କୁ ମୋବାଇଲ୍ ଆଣବିକ ଆକ୍ରମଣ କରିବାରେ ସକ୍ଷମ ୟାର୍ସ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଆକ୍ରମଣର ଧମକ ଦେଇଛି । ବର୍ତ୍ତମାନ ପ୍ରାୟ ଏକ ମାସ ଧରି ଋଷ ତା’ର ଏହି ମାରାତ୍ମକ କ୍ଷେପଣାସ୍ତ୍ରକୁ ନେଇ ଯୁଦ୍ଧାଭ୍ୟାସ କରି ଆସୁଛି । ଦୈନିକ ଷ୍ଟାର ପୋର୍ଟାଲରେ ପ୍ରକାଶିତ ଖବର

SOCIAL MEDIA

Vladimir Putin:

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାଶ୍ଚାତ୍ୟ ଦେଶମାନଙ୍କୁ ମୋବାଇଲ୍ ଆଣବିକ ଆକ୍ରମଣ କରିବାରେ ସକ୍ଷମ ୟାର୍ସ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଆକ୍ରମଣର ଧମକ ଦେଇଛି । ବର୍ତ୍ତମାନ ପ୍ରାୟ ଏକ ମାସ ଧରି ଋଷ ତା’ର ଏହି ମାରାତ୍ମକ କ୍ଷେପଣାସ୍ତ୍ରକୁ ନେଇ ଯୁଦ୍ଧାଭ୍ୟାସ କରି ଆସୁଛି । ଦୈନିକ ଷ୍ଟାର ପୋର୍ଟାଲରେ ପ୍ରକାଶିତ ଖବର ଅନୁଯାୟୀ,ଋଷର ଇଭାନୋଭୋ ଅଞ୍ଚଳରେ ଏହି ଯୁଦ୍ଧାଭ୍ୟାସ ଚାଲିଛି । ଯେଉଁଥିପରେ ଏକହଜାର ପ୍ରଶିକ୍ଷିତ ସୈନିକ ୧୦୦ରୁ ଅଧିକ ଉପକରଣ ସହିତ ଭାଗ ନେଉଛନ୍ତି ।

ଏହି ଯୁଦ୍ଧାଭ୍ୟାସ ଓ ଧମକ ଏଭଳି ସମୟରେ ଆସିଛି ଯେତେବେଳେ  ୟୁକ୍ରେନ ଉପରେ ବିଜୟକୁ ନେଇ ଋଷ ଆତ୍ମବିଶ୍ୱାସୀ ହୋଇଛି । କ୍ରେମଲିନ୍ ଅନୁଯାୟୀ, ୟୁକ୍ରେନର ସହଯୋଗୀମାନେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ପର୍ଯ୍ୟାପ୍ତ ସାମରିକ ସାହାଯ୍ୟ ଯୋଗାଇବାରେ ବିଫଳ ହୋଇଛନ୍ତି। ୟୁକ୍ରେନ୍ ପାଖରେ ଗୋଳାବାରୁଦର ଅଭାବ ଥିବା ଋଷ ନିକଟରେ ପକ୍କା ସୂଚନା ରହିଛି । ପୁତିନଙ୍କ ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସରେ ୟାର୍ସ କମ୍ପ୍ଲେକ୍ସ ହେଉଛି ବହୁଳ ଭାବରେ ବ୍ୟବହୃତ କ୍ଷେପଣାସ୍ତ୍ର ପ୍ରଣାଳୀ ।

ଏହି ଯୁଦ୍ଧାଭ୍ୟାସର ଘୋଷଣା ଋଷ ପ୍ରତିରକ୍ଷା ବିଭାଗ ସେତେବେଳେ କରିଥିଲା  ଯେତେବେଳେ ଅକ୍ଟୋବର 25 ଏବଂ ନଭେମ୍ବର 1 ରେ ଦୁଇଟି RS-24 Yars ଇଣ୍ଟରକଣ୍ଟିନେଣ୍ଟାଲ ମିଶାଇଲ ପରୀକ୍ଷଣ ବିଫଳ ହୋଇଥିବା ୟୁକ୍ରେନ ଦାବି କରିଥିଲା । ୟୁକ୍ରେନକୁ ଉତ୍ତର ଦେବାକୁ ଋଷ ଏହି ଯୁଦ୍ଧାଭ୍ୟାସ କରିବା ସହିତ ପାଶ୍ଚାତ୍ୟ ଦେଶଙ୍କୁ ଧମକ ଦେଇଥିବା କୁହାଯାଉଛି ।

ୟୁକ୍ରେନ କହିଥିଲା ଯେ ଋଷର ନଭେମ୍ବର ପରୀକ୍ଷଣ ନିଜ ଲକ୍ଷ୍ୟଚ୍ୟୁତ ହୋଇଥିଲା । ଯେମିତିକି ପୂର୍ବ କମାଣ୍ଡ ଓ ନିୟନ୍ତ୍ରଣ ଅଭ୍ୟାସ କାଳରେ ହୋଇଥିଲା । ନୂଆ ଅଭ୍ୟାସରେ ସୈନିକ ଜଙ୍ଗଲରେ ମିଶାଇଲ ପ୍ରଣାଳୀ ଲୁଚାଇବା ଅଭ୍ୟାସ କରିବେ ଓ ସବୁଠାରୁ ମହତ୍ୱପୂର୍ଣ୍ଣ ୟାର୍ସର ମୁତୟନ ଓ ପ୍ରକ୍ଷେପଣର ପ୍ରସ୍ତୁତି କରିବେ ।ଋଷୀୟ ଚ୍ୟାନେଲ ଜ୍ୱେଦ୍ୟା ଅନୁସାରେ ସୈନିକ ଶହେରୁ ଅଧିକ ମାଇଲ ଯାତ୍ରା କରିବେ ଓ ବିଧ୍ୱଂସ ସୃଷ୍ଟି କରୁଥିବା ଆକ୍ରମଣର ଉତ୍ତର ଦେବେ । ପୁତିନିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଧ୍ୟ ଯୁଦ୍ଧରେ ଋଷର ବିଜୟ ଆତ୍ମବିଶ୍ୱାସ କଥା କହିଛନ୍ତି.

ପେସ୍କୋଭ ଇଜଭେଷ୍ଟିଆ ଖବରକାଗଜକୁ କହିଛନ୍ତି, "କିଭ୍ ପ୍ରାଶନ ସେମାନଙ୍କୁ(ପାଶ୍ଚାତ୍ୟ ରାଷ୍ଟ୍ର) ପ୍ରତିଶୃତି ଦେଇଥିଲା ଯେ ଯଦି ଆପଣ ଆମକୁ 100 ବିଲିୟନ ଡଲାର ଦିଅନ୍ତି ତେବେ ଆମେ ଯୁଦ୍ଧ ଜିତିବୁ ଏବଂ ଆମେରିକୀୟମାନେ ବର୍ତ୍ତମାନ ବୁଝି ସାରିଲେଣି ଯେ, ସେମାନେ ପ୍ରତାରିତ ହୋଇଛନ୍ତି!"