Share Market:ବଜାରରେ ତ୍ରାହିମାମ୍,୬ ଘଣ୍ଟାରେ ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା ସ୍ୱାହା
Advertisement

Share Market:ବଜାରରେ ତ୍ରାହିମାମ୍,୬ ଘଣ୍ଟାରେ ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା ସ୍ୱାହା

ମଙ୍ଗଳବାର ଦିନ ଶେୟାର ବଜାରରେ ଖୁସି ଏବଂ ଦୁଃଖର ମିଶ୍ରିତ ଖବର ଆସିଛି । ଗୋଟିଏ ପଟେ ଭାରତୀୟ ସେୟାର ବଜାର ହଂକଂକୁ ଅତିକ୍ରମ କରି ବଜାର କ୍ୟାପ୍ ଦୃଷ୍ଟିରୁ ଚତୁର୍ଥ ସ୍ଥାନ ହାସଲ କରିଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ସେନସେକ୍ସ ଏବଂ ନିଫ୍ଟି କ୍ରାସ୍ କରିଛି । ଏହି କ୍ରାସର ଫଳଫାଳ ଏତେ ଜବରଦସ୍ତ ଥିଲା ଯେ, ମାତ୍ର ୬ ଘଣ୍ଟାରେ ନିବେଶକଙ୍କର ୮ ଲକ୍ଷ

SOCIAL MEDIA

Share Market:

ମଙ୍ଗଳବାର ଦିନ ଶେୟାର ବଜାରରେ ଖୁସି ଏବଂ ଦୁଃଖର ମିଶ୍ରିତ ଖବର ଆସିଛି । ଗୋଟିଏ ପଟେ ଭାରତୀୟ ସେୟାର ବଜାର ହଂକଂକୁ ଅତିକ୍ରମ କରି ବଜାର କ୍ୟାପ୍ ଦୃଷ୍ଟିରୁ ଚତୁର୍ଥ ସ୍ଥାନ ହାସଲ କରିଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ସେନସେକ୍ସ ଏବଂ ନିଫ୍ଟି କ୍ରାସ୍ କରିଛି । ଏହି କ୍ରାସର ଫଳଫାଳ ଏତେ ଜବରଦସ୍ତ ଥିଲା ଯେ, ମାତ୍ର ୬ ଘଣ୍ଟାରେ ନିବେଶକଙ୍କର ୮ ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଯାଇଥିଲା ।  ସେନସେକ୍ସ ଆଜି 70,370 ରେ ବନ୍ଦ ହୋଇ 1053.10 ପଏଣ୍ଟ ହ୍ରାସ ପାଇଛି । ଏହି ସମୟରେ, ନିଫ୍ଟି 333 ପଏଣ୍ଟରୁ ଅଧିକ ହ୍ରାସ ସହିତ 21,238 ସ୍ତରରେ ବନ୍ଦ ହୋଇଛି । ଆଜି ବଜାରରେ ସବୁଠୁ ବଡ ଟ୍ରାଜେଡି  ଜି ଏଣ୍ଟରଟେନମେଣ୍ଟ ସହିତ ଘଟିଛି । ଏହାର ସେୟାର ଆଜି ତିନିଥର ଲୋୟର ସର୍କିଟ୍ ମାରିବା ସହିତ  ଷ୍ଟକ୍ ମୂଲ୍ୟରେ 30 ପ୍ରତିଶତ ହ୍ରାସ ହୋଇଛି ।

ସର୍ବାଧିକ ହ୍ରାସ ପାଇଥିବା ସେୟାରଗୁଡ଼ିକ ମଧ୍ୟରେ ଇଣ୍ଡିସ୍ ଇଣ୍ଡ୍ ବ୍ୟାଙ୍କ ଶୀର୍ଷରେ ରହିଥିଲା । ଇଣ୍ଡସ ଇଣ୍ଡିଆ ବ୍ୟାଙ୍କ 6.18 ପ୍ରତିଶତ ହ୍ରାସରେ ବନ୍ଦ ହୋଇଛି । ଏହା ପରେ କୋଲ ଇଣ୍ଡିଆ 5.58 ପ୍ରତିଶତ, ଏସବିଆଇ ଲାଇଫ 4.66 ପ୍ରତିଶତ, ONGC 4.57 ପ୍ରତିଶତ ଏବଂ ଆଦାନୀ ଏୟାରପୋର୍ଟ୍ସର ସେୟାମୂଲ୍ୟରେ  4.27 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଏଥି ସହିତ ସିପଲା 6.97 ପ୍ରତିଶତ ଲାଭ ସହ ସର୍ବାଧିକ ରୋଜଗାର କରୁଥିବା ଷ୍ଟକ୍ ଭାବେ ଆଜି ଉଭା ହୋଇଥିଲା । ଏହା ବ୍ୟତୀତ ସନ୍ ଫାର୍ମା, ଭାରତ ଏୟାରଟେଲ୍, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଡାକ୍ତର ରେଡ୍ଡୀ ମଧ୍ୟ ନିବେଶକମାନଙ୍କୁ ଭଲ ଲାଭ ଦେଇଛନ୍ତି।

ରିଅଲିଟି ସେକ୍ଟର ସର୍ବାଧିକ ପ୍ରଭାବିତ

ସେକ୍ଟରାଲ୍ ଇଣ୍ଡେକ୍ସଗୁଡିକ ବାବଦରେ ଯଦି କୁହାଯାଏ ତେବେ ପ୍ରମୁଖ ସୂଚକାଙ୍କରେ ନିଫ୍ଟି ଫାର୍ମା ବ୍ୟତୀତ ଅନ୍ୟ ସମସ୍ତ ସୂଚକାଙ୍କ ସବୁଜ ରଙ୍ଗରେ ବନ୍ଦ ହୋଇଛନ୍ତି । 5.31 ପ୍ରତିଶତ ହ୍ରାସ ସହିତ ନିଫ୍ଟି ରିଅଲିଟି ବନ୍ଦ ହୋଇଛି । ଏହା ବ୍ୟତୀତ ନିଫ୍ଟି ମିଡିଆ 12.87 ପ୍ରତିଶତ ଖସି ବନ୍ଦ ହୋଇଥିଲା । ସେହିଭଳି 4.10 ପ୍ରତିଶତ ହ୍ରାସ ସହିତ PSU ବ୍ୟାଙ୍କ ସୂଚକାଙ୍କ ବନ୍ଦ ହୋଇଛି । ନିଫ୍ଟି ଫାଇନାନସିଆଲ, ଏଫଏମସିଜି, ମେଟାଲ, ତେଲ ଏବଂ ଗ୍ୟାସ ଏବଂ ଆଇଟି ସମେତ ସମସ୍ତ ସୂଚକାଙ୍କ ଏକ ପ୍ରତିଶତରୁ ଅଧିକ  ହ୍ରାସ ସହିତ ବନ୍ଦ ହୋଇଥିଲେ।

ହ୍ରାସ କାହିଁକି ହେଲା?

ମେହେଟା ଇକ୍ୱିଟିସର ସିନିୟର ଭିପି (ଅନୁସନ୍ଧାନ) ପ୍ରଶାନ୍ତ ତାପସେ କହିଛନ୍ତି ଯେ ବିଦେଶୀ ସଂସ୍ଥାଗତ  ନିବେଶକଙ୍କ(ଏଫଆଇ) ଦ୍ୱାରା କରାଯାଇଥିବା ବିକ୍ରି କାରଣରୁ ମାର୍କେଟ୍ କ୍ରାସ କରିଥିଲା । ଏଫଆଇଙ୍କ ଦ୍ୱାରା ନିଜ ନିବେଶ ବିକ୍ରି ପଛରେ ମିଶ୍ରିତ ରୋଜଗାରର ଆକଳନ ଏବଂ ସେୟାର ଗୁଡିକଙ୍କର ହାଇଭ୍ୟାଲୁସେନ ଭଳି କାରଣ ରହିଛି ବୋଲି ସେ କହିଛନ୍ତି ।