IPL 2023 ମଝିରେ ICC ନେଲା ବଡ଼ ନିଷ୍ପତ୍ତି, ହଠାତ୍ ଏହି ଘାତକ ବୋଲରଙ୍କୁ କଲା ବ୍ୟାନ୍
Advertisement
Article Detail0/zeeodisha/odisha1644973

IPL 2023 ମଝିରେ ICC ନେଲା ବଡ଼ ନିଷ୍ପତ୍ତି, ହଠାତ୍ ଏହି ଘାତକ ବୋଲରଙ୍କୁ କଲା ବ୍ୟାନ୍

Ali Khan: ବର୍ତ୍ତମାନ ସମୟରେ ଭାରତରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2023) ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର ଏହି ୧୬ତମ ସିଜନରେ ଦେଶ ବିଦେଶରୁ ଅନେକ ବଡ଼ ବଡ଼ ଖେଳାଳି ଯୋଗ ଦେଇଛନ୍ତି । ଏହି ସମୟରେ ମାରାତ୍ମକ ଦ୍ରୁତ ବୋଲରଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଏହି ଖେଳାଳିଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏକ ବଡ଼ ପଦକ୍ଷେପ ନେଇଛି ।

IPL 2023 ମଝିରେ ICC ନେଲା ବଡ଼ ନିଷ୍ପତ୍ତି, ହଠାତ୍ ଏହି ଘାତକ ବୋଲରଙ୍କୁ କଲା ବ୍ୟାନ୍

Ali Khan Banned: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2023) ରେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଖେଳାଯାଇଛି । ଏହି ସମୟରେ କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ICC (International Cricket Council) ହଠାତ୍ ଏକ ଘାତକ ବୋଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଖେଳାଳି ପ୍ରଥମ ଆମେରିକୀୟ କ୍ରିକେଟର (USA Bowler) ଯିଏକି ଇଣ୍ଡିଆନ ପ୍ରିମିୟର ଲିଗ (Indian Premier League) ରେ ଖେଳିଥିଲେ । ଯଦିଓ ଏହି ଖେଳାଳି ଚଳିତ ସିଜନରେ ଆଇପିଏଲ (IPL Season 16) ରେ ଅଂଶ ଗ୍ରହଣ କରିନାହାଁନ୍ତି । ଆଇସିସି ଆଚରଣ ବିଧିର ସ୍ତର ୧ ଉଲ୍ଲଂଘନ (Breach Of ICC Code Of Conduct ) ପାଇଁ ଆମେରିକାର ଦ୍ରୁତ ବୋଲର (USA Bowler) ଅଲି ଖାନ (Ali Khan) ଙ୍କୁ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇଛି । 

ଲଗାଇଥିବା ଗୋଟିଏ ଡେରିମିଟ୍ ପଏଣ୍ଟ ଯୋଗୁଁ ଅଲି ଖାନ (Ali Khan) ଙ୍କର ଡେରିମିଟ୍ ପଏଣ୍ଟ ୪ ହୋଇଯାଇଥିଲା । ମଙ୍ଗଳବାର ୱିଣ୍ଡହୋକରେ ଜର୍ସି ଦଳ ବିପକ୍ଷ ଆମେରିକାର ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପ୍ଲେ ଅଫ୍ ମ୍ୟାଚ୍ ସମୟରେ ଖାନ ଅଲି ଖାନ (Ali Khan) ଏହି ଅପରାଧ କରିଛନ୍ତି । ଅଲି ଖାନ ଅଲି ଖାନ (Ali Khan) ଙ୍କୁ ଖେଳାଳି ଓ ଖେଳାଳିଙ୍କ ସପୋର୍ଟ ପର୍ସନାଲଙ୍କ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବା ଜଣାପଡିଛି, ଯାହା ଭାଷା, କାର୍ଯ୍ୟ କିମ୍ବା ଅଙ୍ଗଭଙ୍ଗୀ ବ୍ୟବହାର ସହିତ ଜଡିତ ଯାହା ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ହେବା ପରେ ତାଙ୍କ ସମାଲୋଚନା କରିଥାଏ କିମ୍ବା ଏହା ଏକ ଆକ୍ରମଣାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଅଲି ଖାନ (Ali Khan) ଙ୍କ ଉପରେ ମ୍ୟାଚ୍ ଫିର ୧୫ ପ୍ରତିଶତ ଜରିମାନା ମଧ୍ୟ ଲଗାଯାଇଛି । 

fallback

ନଭେମ୍ବର ୨୦୨୧ରେ ଆଣ୍ଟିଗୁଆରେ ଆଇସିସି ଟି-20 ବିଶ୍ୱକପ (ICC T20 World Cup 2021) କ୍ୱାଲିଫାୟର ଆମେରିକା ଫାଇନାଲରେ ବରମୁଣ୍ଡା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଖେଳ ସମୟରେ ଅଲି ଖାନ (Ali Khan) ଙ୍କୁ ଦୁଇଟି ପୃଥକ ଘଟଣା ପାଇଁ ଡିମେରିଟ ପଏଣ୍ଟ ଦିଆଯାଇଥିଲା । ଅଲି ଖାନ (Ali Khan) ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL 2020) ର ଏକ ଅଂଶ ହୋଇଥିଲେ । ଅଲି ଖାନ (Ali Khan) ପ୍ରଥମ ଆମେରିକୀୟ କ୍ରିକେଟର ଯିଏକି ଆଇପିଏଲରେ ଯୋଗ ଦେଇଥିଲେ । 

ଅଧିକ ପଢ଼ନ୍ତୁ-ଏପ୍ରିଲରେ ବୁଡ଼ିଯିବ ଏହି ୪ଟି ରାଶିର ଭାଗ୍ୟର ତାରା, ଚାକିରି-ବ୍ୟବସାୟରେ ହେବ ବହୁତ କ୍ଷତି!

ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

ଅଧିକ ପଢ଼ନ୍ତୁ-CSKର ବିଜୟ ପରେ ଧୋନି ଖୁସିରେ ଗଦଗଦ୍, ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍!

ଅଲି ଖାନ (Ali Khan) ଙ୍କୁ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ୨୦ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଆହତ କାରଣରୁ ଅଲି ଖାନ (Ali Khan) ଙ୍କୁ ଆଇପିଏଲରୁ ବାଦ୍ ଦିଆଯାଇଥିଲା । ଅଲି ଖାନ (Ali Khan) ଏପର୍ଯ୍ୟନ୍ତ ୧୨ଟି ODI ଓ ୬ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚରେ ଅଲି ଖାନ (Ali Khan) ମୋଟ ୩୫ ୱିକେଟ୍ ନେଇଛନ୍ତି । ଅଲି ଖାନ (Ali Khan) ଅନେକ ବଡ଼ କ୍ରିକେଟ୍ ଲିଗରେ ଖେଳୁଥିବା ମଧ୍ୟ ନଜର ଆସିଛନ୍ତି ।