Argentina vs Croatia Semi Final FIFA World Cup 2022: କ୍ରୋଏସିଆକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା, ମ୍ୟାଚରେ ଦେଖିବାକୁ ମିଳିଲା ଲିଓନେଲ ମେସିଙ୍କ ଯାଦୁ
Advertisement
Article Detail0/zeeodisha/odisha1484708

Argentina vs Croatia Semi Final FIFA World Cup 2022: କ୍ରୋଏସିଆକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା, ମ୍ୟାଚରେ ଦେଖିବାକୁ ମିଳିଲା ଲିଓନେଲ ମେସିଙ୍କ ଯାଦୁ

Argentina vs Croatia FIFA World Cup 2022 Semi Final: କାତାରରେ ଆୟୋଜିତ ଏହି ଫିଫା ବିଶ୍ୱକପର ସେମିଫାଇନାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା କ୍ରୋଏସିଆକୁ ୩-୦ରେ ପରାସ୍ତ କରିଛି । ୨୦୧୪ ପରଠାରୁ ଆର୍ଜେଣ୍ଟିନା ବର୍ତ୍ତମାନ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।

Argentina vs Croatia Semi Final FIFA World Cup 2022: କ୍ରୋଏସିଆକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା, ମ୍ୟାଚରେ ଦେଖିବାକୁ ମିଳିଲା ଲିଓନେଲ ମେସିଙ୍କ ଯାଦୁ

Argentina vs Croatia FIFA World Cup 2022 Semi Final: ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ (Argentina Team) ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲରେ ପ୍ରବେଶ କରିଛି । କାତାରରେ ଆୟୋଜିତ ଏହି ଫିଫା ବିଶ୍ୱକପ (Qatar FIFA World Cup 2022) ର ସେମିଫାଇନାଲ (FIFA World Cup Semi Final 2022) ରେ ମଙ୍ଗଳବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା କ୍ରୋଏସିଆ (Argentina vs Croatia) କୁ ୩-୦ରେ ପରାସ୍ତ କରିଛି । ୨୦୧୪ ପରଠାରୁ ଆର୍ଜେଣ୍ଟିନା ବର୍ତ୍ତମାନ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । 

ଟାଇଟଲ୍ ପାଇଁ ଫାଇନାଲରେ ଆର୍ଜେଣ୍ଟିନା ଦ୍ୱିତୀୟ ସେମିଫାଇନାଲ ବିଜେତା ଫ୍ରାନ୍ସ କିମ୍ବା ମୋରୋକ୍କୋ ସହିତ ମୁହାଁମୁହିଁ ହେବ । ଏହି ଟାଇଟଲ୍ ମ୍ୟାଚ୍ ଡିସେମ୍ବର ୧୮ରେ ଭାରତୀୟ ସମୟ ରାତି ୮.୩୦ ମିନିଟରେ ଖେଳାଯିବ । ଫିଫା ବିଶ୍ୱକପ (FIFA World Cup) ରେ ଏହା ଲିଓନେଲ ମେସି (Lionel Messi) ଙ୍କ ୨୬ ତମ ମ୍ୟାଚ୍ ହେବ । ଲିଓନେଲ ମେସି ଏହି ମ୍ୟାଚ ଖେଳିବା ପାଇଁ ପଡ଼ିଆରେ ଓହ୍ଲାଇବା ସହିତ ବିଶ୍ୱକପ (FIFA World Cup 2022) ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଯିବ ।

ଆର୍ଜେଣ୍ଟିନା ଓ କ୍ରୋଏସିଆ ମ୍ୟାଚ (Argentina vs Croatia) ରେ ପ୍ରଥମ ଗୋଲ୍ ୩୪ ତମ ମିନିଟରେ ଆର୍ଜେଣ୍ଟିନା ଅଧିନାୟକ (Argentina Captain) ଲିଓନେଲ ମେସି (Lionel Messi) ପେନାଲ୍ଟି କର୍ନରରୁ ଗୋଲ କରିଥିଲେ । ଏହାପରେ ଦ୍ୱିତୀୟ ଗୋଲ୍ ୩୯ ମିନିଟରେ ଆର୍ଜେଣ୍ଟିନା ପାଇଁ ଜୁଲିୟାନ୍ ଆଲଭରେଜ୍ ଗୋଲ୍ ସ୍କୋର କରିଥିଲେ । ତୃତୀୟ ଗୋଲ୍ ୬୯ ମିନିଟରେ ଅଲଭରେଜ୍ ଅଧିନାୟକ ମେସିଙ୍କ ପାସ ଉପରେ ଗୋଲ୍ ସ୍କୋର କରିଥିଲେ ।

୩୫ ବର୍ଷୀୟ ମେସିଙ୍କ ପାଇଁ ଏହା ଶେଷ ଫୁଟବଲ୍ ବିଶ୍ୱକପ୍ (Football World Cup) ହୋଇପାରେ । ଏପରି ପରିସ୍ଥିତିରେ ତାଙ୍କ ଅଧିନାୟକତ୍ୱରେ ସେ ଏଥର ଆର୍ଜେଣ୍ଟିନା ଦଳକୁ ଚାମ୍ପିୟନ କରିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଉଛନ୍ତି । ଏଥର ଆର୍ଜେଣ୍ଟିନା ପାଖରେ ତୃତୀୟ ଟାଇଟଲ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଦଳ ଟାଇଟଲ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି । ୧୯୭୮ ଓ ୧୯୮୬ରେ ଆର୍ଜେଣ୍ଟିନା ଏପର୍ଯ୍ୟନ୍ତ ଦୁଇଥର ଟାଇଟଲ୍ ଜିତିଛି ।​

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ବାଂଲାଦେଶକୁ ବଡ଼ ଝଟକା, ଅଧିନାୟକ ଶାକିବ ଅଲ ହାସନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଗଲା ଡାକ୍ତରଖାନା; ଜାଣନ୍ତୁ ପୂରା ଘଟଣା

ଏହା ବି ପଢ଼ନ୍ତୁ:-ଗାଡ଼ି ଚାଳକଙ୍କ ପାଇଁ ନିତିନ ଗଡକରୀ କଲେ ନୂଆ ଘୋଷଣା, ଶୁଣି ଖୁସିରେ ନାଚି ଉଠିବେ ଆପଣ

ଏହି ଫିଫା ବିଶ୍ୱକପରେ ଲିଓନେଲ ମେସିଙ୍କର ୫ଟି ଗୋଲ ରହିଛି । ଏହା ସହିତ ସେ ଫ୍ରାନ୍ସର କିଲିଆନ୍ ଏମ୍ବାପେଙ୍କୁ ବରାବର କରିଛନ୍ତି । ବର୍ତ୍ତମାନ ମେସି ଓ ଏମ୍ବାପେ ଗୋଲଡେନ୍ ବୁଟ୍ ରେସରେ ବରାବର ଅଛନ୍ତି । ଏହା ସହିତ ମେସି ବିଶ୍ୱକପ ଇତିହାସରେ ସବୁଠାରୁ ଅଧିକ ୧୧ ଗୋଲ ସ୍କୋର କରିଥିବା ଆର୍ଜେଣ୍ଟିନା ଖେଳାଳି ହୋଇପାରିଛନ୍ତି । ଏହି ପ୍ରସଙ୍ଗରେ ମେସି ପୂର୍ବତନ ଭେଟେରାନ ଗାବ୍ରିଏଲ ବାଟିଷ୍ଟୁଟାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତିନି ନମ୍ବରରେ ମାରାଡୋନା ବିଶ୍ୱକପରେ ୮ଟି ଗୋଲ୍ କରିଛନ୍ତି । ଏହି ଗୋଟିଏ ମ୍ୟାଚରେ ମେସି ଅନେକ ରେକର୍ଡ କରିଛନ୍ତି । ଏହାସହ ମେସି ଯେକୌଣସି ଏକ ବିଶ୍ୱକପ୍‌ରେ ସର୍ବାଧିକ ୫ଟି ଗୋଲ୍ ସ୍କୋର କରିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି ।