ଏସିଆ କପ ସହ ଏହି ଖେଳାଳିଙ୍କ ଟି-20 କ୍ୟାରିୟର ମଧ୍ୟ ହେଲା ଶେଷ!
Advertisement
Article Detail0/zeeodisha/odisha1344937

ଏସିଆ କପ ସହ ଏହି ଖେଳାଳିଙ୍କ ଟି-20 କ୍ୟାରିୟର ମଧ୍ୟ ହେଲା ଶେଷ!

Asia Cup 2022: ଏସିଆ କପ ୨୦୨୨ରେ ଟିମ୍ ଇଣ୍ଡିଆ ୫ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଛି । ଏହି ସମସ୍ତ ମ୍ୟାଚରେ ଭାରତୀୟ ଦଳ ଅଲଗା ଅଲଗା ପ୍ଲେଇଙ୍ଗ 11 ସହିତ ମୈଦାନକୁ ଓହ୍ଲାଇ ଥିଲା ​। ଚଳିତ ଏସିଆ କପରେ ଋଷଭ ପନ୍ତ (Rishabh Pant) ଙ୍କୁ ଲଗାତର ୱିକେଟକିପର ଭାବରେ ଦଳରେ ସାମିଲ କରାଯାଇଛି ।

ଏସିଆ କପ ସହ ଏହି ଖେଳାଳିଙ୍କ ଟି-20 କ୍ୟାରିୟର ମଧ୍ୟ ହେଲା ଶେଷ!

ନୂଆଦିଲ୍ଲୀ: Asia Cup 2022: ଚଳିତ ଏସିଆ କପ ଭାରତୀୟ ଦଳ ପାଇଁ ଖରାପ ରହିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଏସିଆ କପରୁ ଦଳ ବାହାର ହୋଇଯାଇଛି । ଚଳିତ ଏସିଆ କପ (Asia Cup 2022) ରେ ଭାରତୀୟ କ୍ରିକେଟ ଟିମ (Team India) ର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ଟିମ୍ ଇଣ୍ଡିଆ ସୁପର-୪ରୁ ହିଁ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି । ଏସିଆ କପରେ ଭାରତୀୟ ଦଳ ପାକିସ୍ତାନ (Pakistan) କୁ ପରାସ୍ତ କରି ଆରମ୍ଭ କରିଥିଲା । କିନ୍ତୁ ସୁପର-୪ ବେଳକୁ ଆସୁ ଆସୁ ଦଳର ପୁରା ଖେଳ ବଦଳି ଯାଇଛି । ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଜଣେ ଖେଳାଳି ସମ୍ପୂର୍ଣ୍ଣ ଫ୍ଲପ୍ ରହିଛନ୍ତି । ଏହି ଖେଳାଳି ଆଗାମୀ ସମୟରେ ଟିମ୍ ଇଣ୍ଡିଆର ଟି-20 ଦଳରୁ ମଧ୍ୟ ବାହାର ହୋଇପାରନ୍ତି ।

ଏସିଆ କପ ୨୦୨୨ରେ ଟିମ୍ ଇଣ୍ଡିଆ ୫ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଛି । ଏହି ସମସ୍ତ ମ୍ୟାଚରେ ଭାରତୀୟ ଦଳ ଅଲଗା ଅଲଗା ପ୍ଲେଇଙ୍ଗ 11 ସହିତ ମୈଦାନକୁ ଓହ୍ଲାଇ ଥିଲା ​। ଚଳିତ ଏସିଆ କପରେ ଋଷଭ ପନ୍ତ (Rishabh Pant) ଙ୍କୁ ଲଗାତର ୱିକେଟକିପର ଭାବରେ ଦଳରେ ସାମିଲ କରାଯାଇଛି । କିନ୍ତୁ ସେ ଗୋଟିଏ ବି ସୁଯୋଗର ଲାଭ ଉଠାଇ ପାରିନଥିଲେ । ଏହି ସାରା ଟୁର୍ନାମେଣ୍ଟରେ ଋଷଭ ପନ୍ତ ଭାରତୀୟ ଦଳର  ଦୁର୍ବଳତା ବୋଲି ପ୍ରମାଣିତ ହୋଇଛନ୍ତି ।

ଚଳିତ ଏସିଆ କପରେ ଋଷଭ ପନ୍ତ ୩୦ ରନର ନମ୍ୱର ମଧ୍ୟ ଛୁଇଁ ପାରି ନାହାଁନ୍ତି । ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ୧୬ଟି ବଲରେ ଅପରାଜିତ ୨୦ ରନ ସ୍କୋର କରିଥିଲେ । ଏହି ଟୁର୍ନାମେଣ୍ଟରେ ତାଙ୍କର ଏହା ବେଷ୍ଟ୍ ସ୍କୋର ଥିଲା । ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଋଷଭ ପନ୍ତ ମାତ୍ର ୧୪ ରନର ସ୍କୋର କରିବାରେ ସଫଳ ହୋଇପାରିଥିଲେ । ଏଥି ସହିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଋଷଭ ପନ୍ତ ୧୩ଟି ବଲରେ ୧୭ ରନର ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ । ଟି-20 କ୍ରିକେଟରେ ତାଙ୍କର ଖରାପ ପ୍ରଦର୍ଶନ ପୁଣି ଥରେ ଦେଖିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ:-ଘନୀଭୂତ ହେଉଛି ଲଘୁଚାପ, ରାଜ୍ୟର ଏସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୮୪ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀଙ୍କ କଲେ ଭୁରି ଭୁରି ପ୍ରଶଂସା

 

 

ଭାରତୀୟ ଟିମକୁ ଆସନ୍ତା ମାସରେ ଟି-୨୦ ବିଶ୍ୱକପ ପରି ଏକ ବଡ଼ ଟୁର୍ନାମେଣ୍ଟ ଖେଳିବାର ଅଛି । ତେଣୁ ଋଷଭ ପନ୍ତଙ୍କ ଏହି ପ୍ରଦର୍ଶନ ତାଙ୍କୁ ଦଳରୁ ବାହାର କରିପାରେ । ଋଷଭ ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଏହି ମ୍ୟାଚଗୁଡିକରେ ଋଷଭ ପନ୍ତ ୨୩.୯୫  ଏଭେରେଜରେ ମାତ୍ର ୯୩୪ ରନ୍ ସଂଗ୍ରହ କରିଛନ୍ତି । ଆଗାମୀ ମ୍ୟାଚରେ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ହୋଇପାରନ୍ତି । ଅନ୍ୟପଟେ ଋଷଭ ପନ୍ତଙ୍କ ଟି-20 କ୍ୟାରିୟର ଏବେ ବିପଦରେ ରହିଛି ।