Usman Khawaja: ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର
Advertisement
Article Detail0/zeeodisha/odisha1519551

Usman Khawaja: ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର

Usman Khawaja: ଅଷ୍ଟ୍ରେଲୀୟ ଟେଷ୍ଟ ଦଳ ଅଧିନାୟକତ୍ୱ କରୁଥିବା ପ୍ୟାଟ୍ କମିନ୍ସ ନିଜ ସାଥୀ ଖେଳାଳିଙ୍କୁ ଦ୍ୱିଶତକ ପୂରଣ କରିବାକୁ ଦେଇ ନଥିଲେ । ଡବଲ୍ ସେଞ୍ଚୁରୀ ପୂରଣ କରିବା ପାଇଁ ସେ ମାତ୍ର ୫ ରନ୍ ଦୂରରେ ଥିଲେ । କିନ୍ତୁ କମିନ୍ସ ଇନିଂସ ଘୋଷଣା କରିଦେଇଥିଲେ । ଏହି ଘଟଣା ପରେ ୧୮ ବର୍ଷର ଏକ କାହାଣୀ ମନେ ପଡ଼ିଯାଇଛି ।

Usman Khawaja: ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର

Usman Khawaja: ଅଷ୍ଟ୍ରେଲିଆ  ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ (Australia vs South Africa Test Series) ଖେଳାଯାଉଛି । ଏହି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ (AUS vs SA 3rd Test) ସମୟରେ ଏଭଳି ଘଟଣା ଘଟିଥିଲା ​​ଯାହା ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର (AUS vs SA 3rd Test) ଙ୍କୁ ମନେ ପକାଇ ଦେଇଛି । ଅଷ୍ଟ୍ରେଲୀୟ ଟେଷ୍ଟ ଦଳ ଅଧିନାୟକତ୍ୱ କରୁଥିବା ପ୍ୟାଟ୍ କମିନ୍ସ (Pat Cummins) ନିଜ ସାଥୀ ଖେଳାଳିଙ୍କୁ ଦ୍ୱିଶତକ ପୂରଣ କରିବାକୁ ଦେଇ ନଥିଲେ । ଡବଲ୍ ସେଞ୍ଚୁରୀ ପୂରଣ କରିବା ପାଇଁ ସେ ମାତ୍ର ୫ ରନ୍ ଦୂରରେ ଥିଲେ । କିନ୍ତୁ କମିନ୍ସ ଇନିଂସ ଘୋଷଣା କରିଦେଇଥିଲେ । ଏହି ଘଟଣା ପରେ ୧୮ ବର୍ଷର ଏକ କାହାଣୀ ମନେ ପଡ଼ିଯାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍ ଉସମାନ ଖାୱାଜା (Usman Khawaja) ଚମତ୍କାର ବ୍ୟାଟିଂ କରିଥିଲେ । ସେ ଦ୍ୱିଶତକ ହାସଲ କରିବାକୁ ଖୁବ୍ ନିକଟତର ଥିଲେ । କିନ୍ତୁ ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଇନିଂସ ଘୋଷଣା କରିଦେଇଥିଲେ । ୧୯୫ ରନ୍ ସ୍କୋର କରିବା ପରେ ଉସମାନ ଖାୱାଜା ଅପରାଜିତ ରହିଥିଲେ । ଏହି ସମୟରେ ସେ ୩୬୮ ବଲର ସାମ୍ନା କରିଥିଲେ ଓ ୧୯ଟି ଚକା ଓ ଗୋଟିଏ ଛକା ମାରିଥିଲେ । ଏଥି ସହିତ ଷ୍ଟିଭ ସ୍ମିଥ (Steve Smith) ମଧ୍ୟ ଏକ ଶତକ ହାସଲ କରିଥିଲେ । ସ୍ମିଥ ୧୯୨ ବଲରେ ନିଜ ଇନିଂସରେ ୧୧ ଚୌକା ଓ ୨ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସ ୪ ୱିକେଟରେ ୪୭୫ ରନ୍ ସ୍କୋରରେ ଘୋଷଣା କରିଥିଲା ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ଦେଖିବାକୁ ମିଳିବ ମୁକାବିଲା, ଜାଣନ୍ତୁ କେବେ ଓ କେଉଁଠାରେ ହେବ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଶତକ ମାରିବା ମାତ୍ରେ ରଚିଲେ ୩ଟି ବିଶ୍ୱ ରେକର୍ଡ, ଏପରି କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍

ଉସମାନ ଖାୱାଜାଙ୍କ ସହ ଘଟିଥିବା ଏହି ଘଟଣା ପରେ ୨୦୦୪ରେ ଘଟିଥିବା ଘଟଣାକୁ ଲୋକ ମାନେ ମନେ ପକାଇଛନ୍ତି । ସେହି ସମୟରେ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ସହ ସମାନ ଘଟଣା ଘଟିଥିଲା । ମାର୍ଚ୍ଚ ୨୦୦୪ରେ ମୁଲତାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ୧୯୪ ରନ୍ ସ୍କୋର କରିବା ପରେ ସଚିନ ତେନ୍ଦୁଲକର ଅପରାଜିତ ରହିଥିଲେ, ସେତେବେଳେ ଦଳର ତତ୍କାଳୀନ ଅଧିନାୟକ ରାହୁଲ ଦ୍ରାବିଡ ଇନିଂସ ଘୋଷଣା କରିଥିଲେ । ସେତେବେଳେ ସଚିନ ତେନ୍ଦୁଲକର ମାତ୍ର ୬ ରନ୍ ନ କରିପାରିବାରୁ ନିଜର ଡବଲ୍ ସେଞ୍ଚୁରୀରୁ ବଞ୍ଚିତ ହୋଇଥିଲେ । ସିଡନୀ ଗ୍ରାଉଣ୍ଡରେ ଇନିଂସ ଘୋଷଣା କରିବା ପରେ ଖାୱାଜା ପାଭିଲିୟନକୁ ଫେରୁଥିବା ବେଳେ ପ୍ରଶଂସକମାନେ ମଧ୍ୟ ସେହି ଘଟଣାକୁ ମନେ ପକାଇଥିଲେ ।