Babar Azam: ବାବର ଆଜମ କଲେ ଆହୁରି ୪ଟି ରେକର୍ଡ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ପଛକୁ ଛାଡ଼ିଲେ ପାକିସ୍ତାନ ଅଧିନାୟକ
Advertisement

Babar Azam: ବାବର ଆଜମ କଲେ ଆହୁରି ୪ଟି ରେକର୍ଡ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ପଛକୁ ଛାଡ଼ିଲେ ପାକିସ୍ତାନ ଅଧିନାୟକ

Babar Azam: ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଆଗରେ ୧୪୮ ରନର ଲକ୍ଷ୍ୟ ରଖିଥିଲା । ପାକିସ୍ତାନ ଏହି ଲକ୍ଷ୍ୟକୁ ୬ ୱିକେଟ୍ ଓ ୧୦ଟି ବଲ ଶେଷ ହେବା ପୂର୍ବରୁ ହାସଲ କରିନେଇଥିଲା । ବାବର ଆଜମ ଏହି ମ୍ୟାଚରେ ୫୩ ବଲରେ ୧୧ଟି ଚୌକା ସହାୟତାରେ ୭୯ ରନର ଚମତ୍କାର ଇନିଂସ ଖେଳିଥିଲେ । 

Babar Azam: ବାବର ଆଜମ କଲେ ଆହୁରି ୪ଟି ରେକର୍ଡ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ପଛକୁ ଛାଡ଼ିଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ: Babar Azam: ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ନିଜ ନାମରେ ପୁଣି ୪ଟି ରେକର୍ଡ କରିନେଇଛନ୍ତି । ଏହାସହ ସେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କୁ ମଧ୍ୟ ପଛରେ ଛାଡ଼ିଦେଇଛନ୍ତି । ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ରାଇ-ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ (Pakistan Captain) ବାବର ଆଜମ (Babar Azam) ଅର୍ଦ୍ଧଶତକ ହାସଲ କରି ଦଳକୁ ପୁନର୍ବାର ବିଜୟ ପ୍ରଦାନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଆଗରେ ୧୪୮ ରନର ଲକ୍ଷ୍ୟ ରଖିଥିଲା । ପାକିସ୍ତାନ ଏହି ଲକ୍ଷ୍ୟକୁ ୬ ୱିକେଟ୍ ଓ ୧୦ଟି ବଲ ଶେଷ ହେବା ପୂର୍ବରୁ ହାସଲ କରିନେଇଥିଲା । ବାବର ଆଜମ ଏହି ମ୍ୟାଚରେ ୫୩ ବଲରେ ୧୧ଟି ଚୌକା ସହାୟତାରେ ୭୯ ରନର ଚମତ୍କାର ଇନିଂସ ଖେଳିଥିଲେ । 

ବାବର ଆଜମଙ୍କ (Babar Azam) ମଜବୁତ ଇନିଂସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଦିଆଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଇନିଂସ ଖେଳି ବାବର ଆଜମ ୪ଟି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କେତେକରେ ତ ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଦିଗଜ ଟି-20 ଖେଳାଳିଙ୍କୁ ମଧ୍ୟ ପଛକୁ ପକାଇଦେଇଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ...

SENA ଦେଶଗୁଡ଼ିକରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନ୍ ଭାବରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା । ରୋହିତ ଶର୍ମା ଏପର୍ଯ୍ୟନ୍ତ ଏହି ୪ଟି ଦେଶରେ ୯୨୫ ରନ୍ ସ୍କୋର କରିଛନ୍ତି । କିନ୍ତୁ ବାବର ଆଜମ ନ୍ୟୁଜିଲାଣ୍ଡ ବିପକ୍ଷରେ ୭୯ ରନର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିନେଇଛନ୍ତି । ବର୍ତ୍ତମାନ SENA ଦେଶରେ  ବାବର ଆଜମଙ୍କ ରନ ୯୬୧ ହୋଇଛି ।

ଏହା ବ୍ୟତୀତ ବାବର ଆଜମ T20 ମ୍ୟାଚରେ ଟାର୍ଗେଟକୁ ପିଛା କରିବା ସମୟରେ ସବୁଠାରୁ ଅଧିକ ଥର ୭୫ କିମ୍ବା ତା' ଠାରୁ ଅଧିକ ରନ କରିବାର ରେକର୍ଡ ନିଜ ନାମରେ କରିନେଇଛନ୍ତି । ଏହି ପ୍ରସଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଚେଜ୍ ମାଷ୍ଟର ଭାବରେ ଜଣାଶୁଣା ବିରାଟ କୋହଲିଙ୍କ ନାମରେ ଏହା ପୂର୍ବରୁ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ୭୫ କିମ୍ବା ଅଧିକ ରନ୍ ସ୍କୋର କରିବାର ରେକର୍ଡ ଥିଲା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭୯ ରନର ଅପରାଜିତ ଇନିଂସ ଖେଳି ବାବର ଆଜମ ଷଷ୍ଠ ଥର ପାଇଁ ଏହା କରିଛନ୍ତି ।

ଟି-20ରେ ଏହା ହେଉଛି ବାବର ଆଜମଙ୍କ ଅପରାଜିତ ୧୦ଟି ୫୦ ପ୍ଲସ୍ ସ୍କୋର । ବିରାଟ କୋହଲି ଓ ମହମ୍ମଦ ରିଜୱାନଙ୍କ ପରେ ସେ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ବାବର ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ନରଙ୍କୁ ପଛରେ ପକାଇ ଦେଇଛନ୍ତି । ୱାର୍ନର ନାମରେ ୯ଟି ଅପରାଜିତ ୫୦ ପ୍ଲସ୍ ସ୍କୋର ରହିଛି । ଏହି ତାଲିକାରେ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନାମରେ ଅପରାଜିତ ୧୯ଟି ୫୦ ପ୍ଲସ୍ ସ୍କୋର ରହିଛି । ଏହା ପରେ ରିଜୱାନ୍ (୧୧) ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସ୍ଥାନ ନ ପାଇବାରୁ ନିରାଶ ଅଛନ୍ତି ଶାର୍ଦ୍ଦୁଲ ଠାକୁର, କହିଲେ- ପ୍ରତ୍ୟେକ ଖେଳାଳିଙ୍କର...

ଅଧିକ ପଢ଼ନ୍ତୁ:-'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ

ଅଧିକ ପଢ଼ନ୍ତୁ:-ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

 

ଟି-20 କ୍ରିକେଟରେ ଏହା ବାବର ଆଜମଙ୍କର ୨୮ ତମ ଅର୍ଦ୍ଧଶତକ ଥିଲା । ଏହି ସ୍ଥାନରେ ଦ୍ରୁତଗତିରେ ପହଞ୍ଚିବା ମାମଲାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବରାବର କରିନେଇଛନ୍ତି । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ୨୮ ଶତକ ହାସଲ କରିବାକୁ ବାବର ଆଜାମ ଓ ବିରାଟ କୋହଲି ୮୪ ଇନିଂସ ନେଇଥିବାବେଳେ ତାଲିକାରେ ତୃତୀୟ ସ୍ଥାନରେ ଥିବା ରୋହିତ ଶର୍ମା ୧୨୮ ଇନିଂସରେ ୨୮ ଅର୍ଦ୍ଧଶତକ ହାସଲ କରିଛନ୍ତି ।