Team India Captain: BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!
Advertisement

Team India Captain: BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!

BCCI Apex Council Meeting 2022: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ର ଆପେକ୍ସ କାଉନସିଲର ବୈଠକରେ ଟିମ୍ ଇଣ୍ଡିଆର ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଛି । ବୈଠକ ପରେ ବୁଧବାର ରାତିରେ ସୂତ୍ର ଏହି ସୂଚନା ମିଳିଛି । ସୂଚନାନୁସାରେ, ରୋହିତ ଶର୍ମାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ କରୁଥିବାର ଦେଖିବାକୁ ମିଳିବ ।

Team India Captain: BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!

BCCI Apex Council Meeting 2022: ଭାରତୀୟ କ୍ରିକେଟ ଦଳ (Indian Cricket Team) ର ଧୁରନ୍ଧର ଓପନର୍ ରୋହିତ ଶର୍ମା (Rohit Sharma) ଉପରେ ଆକ୍ସନ ନିଆଯାଇଛି ।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ର ଆପେକ୍ସ କାଉନସିଲର ବୈଠକ (BCCI Apex Council Meeting 2022) ରେ ଟିମ୍ ଇଣ୍ଡିଆ (Team India) ର ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଛି । ବୈଠକ ପରେ ବୁଧବାର ରାତିରେ ସୂତ୍ର ଏହି ସୂଚନା ମିଳିଛି । ସୂଚନାନୁସାରେ, ରୋହିତ ଶର୍ମାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ (Test Captain) କରୁଥିବାର ଦେଖିବାକୁ ମିଳିବ ।

ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ବର୍ତ୍ତମାନ ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ଆନୁଷ୍ଠାନିକ ଭାବରେ ଏହି ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଶୀଘ୍ର ହସ୍ତାନ୍ତର କରିପାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧଳା ବଲ୍ ଫର୍ମାଟ୍ ଅର୍ଥାତ୍ ODI ଓ T20 ରେ ଅଧିନାୟକତ୍ୱ ପ୍ରଦାନ କରାଯାଇପାରେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମା (Rohit Sharma) କେବଳ ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବାର ନଜର ଆସିବେ । 

ବିସିସିଆଇ (BCCI) ସହିତ ଜଡିତ ସୂତ୍ରଗୁଡିକ ଏହି ସୂଚନା ଦେଇଛନ୍ତି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଟି-20 ବିଶ୍ୱକପ (T-20 World Cup 2022) ରେ ଭାରତର ପ୍ରଦର୍ଶନ ଆଶା ଅନୁରୂପ ନଥିଲା । ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟି-20 ବିଶ୍ୱ ଚାମ୍ପିୟନ ହୋଇଥିଲା । ଖବର ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ଯେ ବିସିଆଇର ଜଣେ ଅଧିକାର କହିଛନ୍ତି କି, "ଆମର ଏହି ଯୋଜନା ଅଛି । ଆମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଆଲୋଚନା କରିଛୁ । ସେ କିଛି ଦିନ ସମୟ ମାଗିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଶୀଘ୍ର ଉତ୍ତର ଦେବେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଆମେ ବର୍ତ୍ତମାନ ତାଙ୍କୁ ହ୍ୱାଇଟ-ବଲ୍ ଅଧିନାୟକତ୍ୱ ଦେବା ପ୍ରକ୍ରିୟାରେ ଅଛୁ । ଦେଖାଯାଉ ଜିନିଷଗୁଡିକ କିପରି ଅଗ୍ରଗତି କରୁଛି ।"

ଅଧିକ ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ସବୁଠାରୁ ଖରାପ ଖବର! ଶୁଣିବା ପରେ ମୁଣ୍ଡରେ ହାତ ଦେଇ ବସିବେ ୮୦ କୋଟି ଲୋକ

ଅଧିକ ପଢ଼ନ୍ତୁ:-'କଦଳୀ ଦୋକାନ ଖୋଲ...ଅଣ୍ଡା ବିକ୍ରି କର...', ଭାରତୀୟ ଖେଳାଳିଙ୍କୁ କାହିଁକି ଏପରି ଉପଦେଶ ଦେଲେ କପିଲ ଦେବ; ଭିଡିଓ ଦେଖନ୍ତୁ

ଅଧିକ ପଢ଼ନ୍ତୁ:-ଆଉ ଏକ ସହରରେ ଆରମ୍ଭ ହେଲା Jio 5G ସେବା, ମାଗଣାରେ ମିଳିବ ଅସୀମିତ ଡାଟା

 

 

ସୂଚନାଯୋଗ୍ୟ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ନିଜ ଅଧିନାୟକତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମଧ୍ୟ ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରାଇଥିଲେ । ବିଶେଷ କଥା ହେଉଛି ଗୁଜୁରାଟ ଦଳ ପ୍ରଥମ ଥର ପାଇଁ ଆଇପିଏଲରେ ପ୍ରବେଶ କରି ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି । ହାର୍ଦ୍ଦିକ ଆଇପିଏଲ ୨୦୨୨ରେ ୧୫ଟି ମ୍ୟାଚରେ ଏଭେରେଜ୍ ୪୪.୨୭ ସହ ୪୮୭ ରନ୍ ସଂଗ୍ରହ କରିଥିଲେ ଓ ଚାରିଟି ଅର୍ଦ୍ଧଶତକ ଇଂନିସ ମଧ୍ୟ ଖେଳି ଥିଲେ । ସେ ସିଜନରେ ୮ଟି ୱିକେଟ୍ ନେଇଥିଲେ ।