Roger Binny: BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ମିଳିଲା ନୋଟିସ୍, ବୋହୂ ମୟନ୍ତୀ ଲେଙ୍ଗରଙ୍କ ସହ ଜଡ଼ିତ ମାମଲା
Advertisement
Article Detail0/zeeodisha/odisha1463770

Roger Binny: BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ମିଳିଲା ନୋଟିସ୍, ବୋହୂ ମୟନ୍ତୀ ଲେଙ୍ଗରଙ୍କ ସହ ଜଡ଼ିତ ମାମଲା

Roger Binny: ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ୧୯୮୩ ମସିହାରେ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ରୋଜର ବିନ୍ନିଙ୍କ ବିରୋଧରେ ସଞ୍ଜୀବ ଗୁପ୍ତା ଅଭିଯୋଗ କରିଛନ୍ତି । ଏହି କାରଣରୁ ଭିନେଟ ସରନ ରୋଜର ବିନ୍ନିଙ୍କୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ଡିସେମ୍ବର ୨୦ ସୁଦ୍ଧା ଲିଖିତ ଉତ୍ତର ଦେବାକୁ କହିଛନ୍ତି ।

Roger Binny: BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ମିଳିଲା ନୋଟିସ୍, ବୋହୂ ମୟନ୍ତୀ ଲେଙ୍ଗରଙ୍କ ସହ ଜଡ଼ିତ ମାମଲା

Roger Binny: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ  (BCCI President) ରୋଜର ବିନ୍ନି (Roger Binny) ବର୍ତ୍ତମାନ ଅସୁବିଧାରେ ଫସିଥିବାର ନଜରକୁ ଆସୁଛି । ଏହି ମାମଲା ତାଙ୍କ ସହ ଜଡ଼ିତ ନୁହେଁ, ବରଂ ତାଙ୍କ ବୋହୂ (Roger Binny Daughter-In-Law) ମୟନ୍ତୀ ଲାଙ୍ଗର (Mayanti Langer Binny) ଙ୍କ ସହ ଜଡ଼ିତ ଅଛି । ଏହା ଏକ ନିଜସ୍ୱ ସ୍ୱାର୍ଥଗତ ମାମଲା । ଏହାର ଅଭିଯୋଗ ଉପରେ ବିସିସିଆଇର ଆଚରଣ ଅଧିକାରୀ ଭିନେଟ ସରନ (Vineet Saran) ରୋଜର ବିନ୍ନିଙ୍କୁ ନୋଟିସ ପଠାଇଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ୧୯୮୩ ମସିହାରେ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ରୋଜର ବିନ୍ନିଙ୍କ ବିରୋଧରେ ସଞ୍ଜୀବ ଗୁପ୍ତା (Sanjeev Gupta) ଅଭିଯୋଗ କରିଛନ୍ତି । ଏହି କାରଣରୁ ଭିନେଟ ସରନ ରୋଜର ବିନ୍ନିଙ୍କୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ଡିସେମ୍ବର ୨୦ ସୁଦ୍ଧା ଲିଖିତ ଉତ୍ତର ଦେବାକୁ କହିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଅଭିଯୋଗକାରୀ ସଞ୍ଜୀବ ଗୁପ୍ତା (Sanjeev Gupta) ଅଭିଯୋଗ କରିଛନ୍ତି କି ଏହା ରୋଜର ବିନ୍ନିଙ୍କ ସ୍ୱାର୍ଥଗତ ମାମଲା, କାରଣ ତାଙ୍କ ବୋହୂ ଷ୍ଟାର ସ୍ପୋର୍ଟସରେ କାମ କରୁଛନ୍ତି ଯାହାକୁ ଭାରତୀୟ କ୍ରିକେଟର ଘରୋଇ ସିଜନ୍ ପାଇଁ ମିଡିଆ ଅଧିକାର ରହିଛି । ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ରୋଜର ବିନ୍ନି ଅକ୍ଟୋବରରେ ବିସିସିଆଇର ୩୬ ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି (Sourava Ganguly) ଙ୍କ ସ୍ଥାନରେ ନୂଆ ବିସିସିଆଇ ଅଧ୍ୟକ୍ଷ (BCCI President) ଭାବେ ନିଯୁକ୍ତ ହୋଇଥିଲେ । ରୋଜର ବିନ୍ନି ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ଟି ଦିନିକିଆ (ODI) ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି

ଅଧିକ ପଢ଼ନ୍ତୁ:-କିଏ ସେ IPS ଲକ୍ଷ୍ମୀ ସିଂହ, ଯାହାଙ୍କୁ ଯୋଗୀ ସରକାର ଦେଇଛନ୍ତି ପୋଲିସ କମିଶନରଙ୍କ ଦାୟିତ୍ୱ

 

ନଭେମ୍ବର ୨୧ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଭିନେଟ ସରନ କହିଛନ୍ତି ଯେ, "ଆପଣଙ୍କୁ ସୂଚନା ଦିଆଯାଉଛି ଯେ ବିସିସିଆଇର ଆଚରଣ ଅଧିକାରୀ ବିସିସିଆଇର ନିୟମ ୩୮ (୧) (କ) ଓ ନିୟମ ୩୮ (୨) ର ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ ମିଳିଛି, ଯାହା ଆପଣଙ୍କ ପଦର ବିରୋଧୀ । ଏହି ଅନୁଯାୟୀ, ଆପଣଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଉଛି କି ଅଭିଯୋଗ ଉପରେ ନିଜର ଲିଖିତ ପ୍ରତିକ୍ରିୟା ୨୦ ଡିସେମ୍ବର ୨୦୨୨ କିମ୍ବା ଏହା ପୂର୍ବରୁ ଦିଅନ୍ତୁ । ଏହି ପ୍ରତିକ୍ରିୟାକୁ ସମର୍ଥନ କରି ଏକ ଆଫିଡେଭିଟ୍ ମଧ୍ୟ ଦାଖଲ କରାଯିବା ଆବଶ୍ୟକ ।"

ସୂଚନାଯୋଗ୍ୟ, ୬୭ ବର୍ଷୀୟ ରୋଜର ମାଇକେଲ ହାମ୍ଫ୍ରି ବିନ୍ନିଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଭାବରେ ରୋଜର ବିନ୍ନି ସଦସ୍ୟ ରହିଛନ୍ତି । ସେହି ବିଶ୍ୱକପରେ ରୋଜର ବିନ୍ନି ବୋଲର ଭାବରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହି ବିଶ୍ୱକପରେ ରୋଜର ବିନ୍ନି ୧୮ ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ ।