Babar Azam Captaincy: ପାକିସ୍ତାନରୁ ଆସିଲା ବଡ଼ ଖବର! ଚାଲିଯିବ ବାବର ଆଜମଙ୍କ ଅଧିନାୟକତ୍ୱ
Advertisement
Article Detail0/zeeodisha/odisha1930303

Babar Azam Captaincy: ପାକିସ୍ତାନରୁ ଆସିଲା ବଡ଼ ଖବର! ଚାଲିଯିବ ବାବର ଆଜମଙ୍କ ଅଧିନାୟକତ୍ୱ

World cup 2023: ଚଳିତ ବିଶ୍ୱକପରେ ବାବର ଆଜମଙ୍କୁ ତାଙ୍କ ଅଧିନାୟକତ୍ୱ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାଗତ ଭାବରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଦଳ ଜିତିଥିବା ଦୁଇଟି ମ୍ୟାଚ୍‌ରେ ମଧ୍ୟ ବାବର ବ୍ୟାଟିଂରେ ବିଫଳ ହୋଇଥିଲେ । 

 

Babar Azam Captaincy

Babar Azam Captaincy: ଆଇସିସି ODI ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ କ୍ରମାଗତ ଭାବେ ହାରିଯାଉଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଦଳ ତିନୋଟି ମ୍ୟାଚ୍ ହାରି ଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ପରେ ଆଫଗାନିସ୍ତାନ ଦଳ ମଧ୍ୟ ପାକିସ୍ତାନ ଦଳ ବିପକ୍ଷରେ ବିଶ୍ୱକପ ମ୍ୟାଚ୍ ଜିତି ଇତିହାସ ସୃଷ୍ଟି କରିଛି । ଏହି ପରାଜୟର ସମ୍ମୁଖୀନ ହେବା ପରେ, ବର୍ତ୍ତମାନ ବାବର ଆଜମଙ୍କ ଅଧିନାୟକତ୍ୱ ହରାଇବା ନିଶ୍ଚିତ ହୋଇଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି ।

ଆଇସିସି ODI ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ପରାଜୟର ହ୍ୟାଟ୍ରିକ୍ ଲଗାଇଛି । ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏହି ଦଳକୁ ପରାସ୍ତ କରିଛି । ଏହା ପରେ ବାବର ଟିମକୁ ଆଫଗାନିସ୍ତାନ ଦଳ ଠାରୁ ସବୁଠାରୁ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ODI ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରି ଆଫଗାନିସ୍ତାନ ଗଭୀର ଆଘାତ ଦେଇଛି । ଲଗାତାର ତିନିଟି ପରାଜୟ ପରେ ଏବେ ନିଶ୍ଚିତ ହୋଇଛି ଯେ ଅଧିନାୟକ ବାବର ଆଜାମ ତାଙ୍କ ଅଧିନାୟକତ୍ୱ ହରାଇବେ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ସୂତ୍ର ପିଟିଆଇକୁ କହିଛି, ବର୍ତ୍ତମାନ ଯଦି ପାକିସ୍ତାନ ଦଳ ଚମତ୍କାର ପ୍ରଦର୍ଶନ କରେ ଓ ବାକି ସମସ୍ତ ମ୍ୟାଚ୍ ଜିତେ ଏବଂ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ହାସଲ କରେ, ତେବେ କେବଳ ବାବର ଆଜମଙ୍କ ଅଧିନାୟକତ୍ୱ ବଞ୍ଚିବାର ସୁଯୋଗ ରହିବ । ଏହା ପରେ ମଧ୍ୟ ଲାଗୁଛି ଯେ ତାଙ୍କୁ କେବଳ ଟେଷ୍ଟ ଅଧିନାୟକ ଭାବରେ ରଖାଯିବ ଏବଂ ତାଙ୍କଠାରୁ ଟି-୨୦ ଓ ODI ଅଧିନାୟକତ୍ୱ ନୋଇ ନିଆଯାଇପାରେ ।

ବିଶ୍ୱକପରେ ଫ୍ଲପ୍ ହୋଇଛନ୍ତି ବାବର ଆଜମ 
ଚଳିତ ବିଶ୍ୱକପରେ ବାବର ଆଜମଙ୍କୁ ତାଙ୍କ ଅଧିନାୟକତ୍ୱ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଦଳ ଜିତିଥିବା ଦୁଇଟି ମ୍ୟାଚ୍‌ରେ ମଧ୍ୟ ସେ ବ୍ୟାଟିଂରେ ବିଫଳ ହୋଇଥିଲେ । ସେ ଶ୍ରୀଲଙ୍କା ୧୦ ରନ୍ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାବେଳେ ମାତ୍ର ୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଭାରତ ଓ ଆଫଗାନିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ୫ଟି ମ୍ୟାଚରେ ସେ ମାତ୍ର ୧୭୪ ରନ୍ ସ୍କୋର କରିଛନ୍ତି ।