Ravi Bishnoi: T-20ରେ ନଂ ୧ ବୋଲର ହେବା ପରେ ଏପରି ରିଆକ୍ସସନ୍ ଦେଲେ ରବି ବିଷ୍ଣୋଇ
Advertisement
Article Detail0/zeeodisha/odisha2001953

Ravi Bishnoi: T-20ରେ ନଂ ୧ ବୋଲର ହେବା ପରେ ଏପରି ରିଆକ୍ସସନ୍ ଦେଲେ ରବି ବିଷ୍ଣୋଇ

Ravi Bishnoi: ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ପ୍ରକାଶିତ ସର୍ବଶେଷ ଖେଳାଳି ମାନ୍ୟତାରେ ଏହି ୨୩ ବର୍ଷୀୟ ଭାରତୀୟ ବୋଲରଙ୍କୁ ବିଶ୍ୱର ନମ୍ବର ୧ ଟି -20 ବୋଲର ଭାବେ ମନୋନୀତ କରାଯାଇଥିଲା । ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜରେ (India vs Australia ) ଚମତ୍କାର ବୋଲିଂ କରି ବିଷ୍ଣୋଇ ପ୍ଲେୟାର ଅଫ୍ ଦି ସିରିଜ (Player of the Series) ହୋଇଥିଲେ।

ସୌ(ସୋସିଆଲ ମିଡିଆ)

Ravi Bishnoi: ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର (Team India Leg Spinner) ରବି ବିଷ୍ଣୋଇ (Ravi Bishnoi) ଟି -20ରେ ନମ୍ବର ୧ ବୋଲର (No 1 t20 bowler 2023) ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ପ୍ରକାଶିତ ସର୍ବଶେଷ ଖେଳାଳି ମାନ୍ୟତାରେ ଏହି ୨୩ ବର୍ଷୀୟ ଭାରତୀୟ ବୋଲରଙ୍କୁ ବିଶ୍ୱର ନମ୍ବର ୧ ଟି -20 ବୋଲର ଭାବେ ମନୋନୀତ କରାଯାଇଥିଲା । ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜରେ (India vs Australia ) ଚମତ୍କାର ବୋଲିଂ କରି ବିଷ୍ଣୋଇ ପ୍ଲେୟାର ଅଫ୍ ଦି ସିରିଜ (Player of the Series) ହୋଇଥିଲେ।

ବିସିସିଆଇ ପକ୍ଷରୁ ଭିଡିଓ ଜାରି

ବିସିସିଆଇ (BCCI) ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଟି -20ରେ (T2O Series) ୧ ନମ୍ବର ବୋଲର ହେବାପରେ ରବି ବିଷ୍ଣୋଇ ନିଜର ପ୍ରତିକ୍ରିୟା ରହିଛନ୍ତି। ବିଷ୍ଣୁ କହିଛନ୍ତି, ‘ଏହା ଏକ ଭିନ୍ନ ଅନୁଭବ ଅଟେ, କାରଣ ଏକ ନମ୍ବର -୧ ବୋଲର ହେବାର ଅର୍ଥ କ’ଣ ମୁଁ କେବେ କଳ୍ପନା କରିନଥିଲି । ବର୍ତ୍ତମାନ ଏଠାରେ ପହଁଞ୍ଚି ବହୁତ ଭଲ ଲାଗଛୁ। ମୁଁ ଏହି ସ୍ଥାନ ବଜାଇ ରହିବାକୁ ଚେଷ୍ଟା କରିବି । ଯେତେବେଳେ ଦଳ ପାଇଁ ମୋତେ ଖେଳିବାକୁ ସୁଯୋଗ ମିଳିବ, ସେତେବେଳେ ଭଲ ଖେଳି ଟିମ୍ କୁ ଜିତେବାରେ ସାହାଯ୍ୟ କରିବି’ ।

ସେ ଆଉ ମଧ୍ଯ କହିଛନ୍ତି, 'ଫେବୃଆରୀ ୧୫ରେ ମୁଁ ଡେବ୍ୟୁ କରିଥିଲି । ଏହି ଯାତ୍ରା ଏତେ ସହଜ ନଥିଲା । ଦେଢ ବର୍ଷ ବହୁତ ଭଲ ଥିଲା । ଦଳ ସହ ମୋତେ ଭଲ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି । ଚଳିତ ବର୍ଷ ଏସିଆ କପ୍ ଓ ଏସୀୟ ଗେମ୍ସ ମଧ୍ଯ ଖେଳିଥିଲୁ, ଯାହା ସମ୍ପୂର୍ଣ୍ଣ ଏକ ଭିନ୍ନ ଅନୁଭୂତି ଅଟେ । ମୁଁ ଭଲ ସୁଯୋଗ ପାଇବାକୁ ଅପେକ୍ଷା କରିଥିଲି। ଗତ ୫-୭ ବର୍ଷ ଧରି କଠିନ ପରିଶ୍ରମ କରିଛି। ଏହାପରେ ମୋ ଯାତ୍ରା ଭଲରେ ଚାଲିଛି । ଯାହାକୁ ମୁଁ ଉପଭୋଗ କରୁଛି ।

ପ୍ରକାଶ ଥାଉ କି, ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ (Ind vs south Africa t20 2023) ଖେଳାଯିବାକୁ ଥିବା ଟି -20 ସିରିଜ ପାଇଁ ବିଷ୍ଣୋଇଙ୍କୁ ଟିମ୍ ରେ ସ୍ଥାନ ଦିଆଯାଇଛି। ୨୦୨୨ ମସିହା ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିବା ଏହି ଲେଗ୍ ସ୍ପିନର (Leg Spinner) ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ୨୧ ଟି -20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୪ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।