Pak vs Ban: ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ
Advertisement
Article Detail0/zeeodisha/odisha1937875

Pak vs Ban: ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ

Pak vs Ban World Cup 2023: ବିଶ୍ବକପର (World cup 2023) ୩୧ତମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ । ଉଭୟ ଦଳ ମଧ୍ୟରେ ଆଜି ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଜରୁରୀ ରହିଛି । ତେବେ ଆଜିର ମ୍ୟାଚ୍ ହାରିଲେ ପାକିସ୍ତାନ ଦଳ ସେମିଫାଇନାଲ ରେସରୁ ବାଦ ପଡ଼ିବ ।

ସୌ(ସୋସିଆଲ ମିଡିଆ)

Pak vs Ban: ବିଶ୍ବକପର (World cup 2023) ୩୧ତମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ (Pak vs Ban) । ଉଭୟ ଦଳ ମଧ୍ୟରେ ଆଜି ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଜରୁରୀ ରହିଛି । ତେବେ ଆଜିର ମ୍ୟାଚ୍ ହାରିଲେ ପାକିସ୍ତାନ ଦଳ ସେମିଫାଇନାଲ ରେସରୁ ବାଦ ପଡ଼ିବ ।

ସୂଚନାଯୋଗ୍ୟ, ବାଂଲାଦେଶ ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ୍ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନକୁ ହରାଇଥିଲା । ତେବେ ଏହାପରଠାରୁ  ବାଂଲାଦେଶ କୌଣସି ମୁକାବିଲା ଜିତିପାରିନାହିଁ । ତେବେ ସେମିଫାଇନାଲ ରେସରେ ରହିବାକୁ ହେଲେ ଦଳ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ବାଂଲାଦେଶ (Bangladesh) । ସେପଟେ ପାକିସ୍ତାନ (Pakistan) ମଧ୍ଯ ୬ଟି ମୁକାବିଲା ଖେଳିଥିବା ବେଳେ ମାତ୍ର ଦୁଇଟି ମ୍ୟାଚ୍ ଜିତିଛି । ଦଳ ୪ ଅଙ୍କ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେବେ ଚଳିତ ବିଶ୍ବକପରେ (World cup 2023) କିଛି ଖାସ ପ୍ରଦର୍ଶନ କରିପାରିନାହିଁ ଦଳ । ପୂର୍ବରୁ ଆନ୍ତର୍ଜାତିକ ଦିନିକିଆରେ ଏହି ଦୁଇ ଦଳ ୩୮ ଥର ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ସର୍ବାଧିକ ୩୩ ଥର ବିଜୟୀ ହୋଇଛି। କିନ୍ତୁ ଗତ ୫ ମୁକାବିଲା ମଧ୍ୟରୁ ବାଂଲାଦେଶ ୩ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି।

ପାକିସ୍ତାନ ପ୍ଲେଇଙ୍ଗ ଇଲେଭେନ୍: ବାବର ଆଜମ (ଅଧିନାୟକ), ଇମାମ ଉଲ୍‌ ହକ, ଅବଦୁଲ୍ଲା ସଫିକ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ସାହିନ ଶାହ ଆଫ୍ରିଦି, ହାସନ ଅଲ୍ଲୀ, ହାରିସ ରୌଫ।

ବାଂଲାଦେଶ ପ୍ଲେଇଙ୍ଗ ଇଲେଭେନ୍: ସାକିବ୍ ଅଲ୍ ହାସନ ( ଅଧିନାୟକ) ଲିଟନ୍ ଦାସ, ତନଜିଦ୍ ହାସନ, ନଜମୁଲ ହୋସେନ ଶାନ୍ତୋ, ମେହଦି ହାସନ ମିରାଜ, ତୋହିଦ ହୃଦୟ, ମୁସଫିକର ରହିମ୍, ମହମ୍ମୁଦୁଲ୍ଲା, ଟସ୍କିନ୍ ଅହମ୍ମଦ, ଶରିଫୁଲ ଇସଲାମ, ମୁସ୍ତଫିଜୁର ରେହମାନ ।

Also Read-Babar Azam's WhatsApp Chat: ସୋସିଆଲ ମିଡିଆରେ ଲିକ୍ ହେଲା ବାବର ଆଜମଙ୍କ ପ୍ରାଇଭେଟ୍ ଚାଟ୍, ପାକିସ୍ତାନ କ୍ରିକେଟରେ ହଇଚଇ