Pak vs Afg: ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା, ଜାଣନ୍ତୁ କ’ଣ କହୁଛି ହେଡ ଟୁ ହେଡ ରେକର୍ଡ
Advertisement
Article Detail0/zeeodisha/odisha1927193

Pak vs Afg: ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା, ଜାଣନ୍ତୁ କ’ଣ କହୁଛି ହେଡ ଟୁ ହେଡ ରେକର୍ଡ

World cup 2023: ଚଳିତ ବିଶ୍ବକପରେ (World Cup 2023) ପାକିସ୍ତାନ (Pakistan) ୪ଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଆଫଗାନିସ୍ତାନ ୪ଟି ମ୍ୟାଚ୍ ରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତି ପାରିଛି। ତେବେ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ପାକିସ୍ତାନ ଦଳ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ଅଟେ । 

ସୌ(ସୋସିଆଲ ମିଡିଆ)

PAK vs AFG: ଦିନିକିଆ ବିଶ୍ବକପରେ ସୋମବାର ମୁହାଁମୁହିଁ ହେବେ ପାକିସ୍ତାନ ଓ ଆଫଗାନିସ୍ତାନ (Pak vs Afg world cup 2023) । ଚେନ୍ନାଇର ଚେପକ ଷ୍ଟାଡ଼ିମୟରେ (Chennai Chepauk Stadium) ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ ।

ସୂଚନା ଅନୁଯାୟୀ, ଚଳିତ ବିଶ୍ବକପରେ (World Cup 2023) ପାକିସ୍ତାନ (Pakistan) ୪ଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଆଫଗାନିସ୍ତାନ ୪ଟି ମ୍ୟାଚ୍ ରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତି ପାରିଛି। ତେବେ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ପାକିସ୍ତାନ ଦଳ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ଅଟେ । ବାବର ଆଜମଙ୍କ (Babar Azam) ଟିମ୍ ୪ ପଏଣ୍ଟ ଓ -୦୪୫୬ ନେଟ୍ ରନ୍ ରେଟ ସହ ଦଳ ପଏଣ୍ଟ ଟେବୁଲର (World cup points table 2023) ୫ମ ସ୍ଥାନରେ ରହିଛି । ତେବେ ଆଫ୍‌ଗାନିସ୍ତାନ ନିକଟରେ ଷ୍ଟାର ସ୍ପିନର ରସିଦ ଖାନ୍ (Rashid khan), ମହମ୍ମଦ ନବି ଓ ମୁଜୀବ ଉର୍‌ ରହମାନ ରହିଥିବା ବେଳେ ଦଳ ବ୍ୟାଟିଂ ବିଭାଗ ମଧ୍ୟ ଜବରଦସ୍ତ ରହିଛି । ତେ‌ଣୁ ସ୍ପିନ୍‌ ପାଇଁ ପ୍ରସିଦ୍ଧ ଚିପକ ଷ୍ଟାଡିୟମରେ (Chepauk Stadium) ପାକିସ୍ତାନ ବ୍ୟାଟର୍‌ ଓ ଆଫଗାନିସ୍ତାନ ସ୍ପିନର ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ ଦେଇନଥିବା ବାବରଙ୍କଠାରୁ ଭଲ ‌ସ୍କୋର ନେଇ ଲକ୍ଷ୍ୟ ରଖିଛି ଦଳ । ସେହିପରି ଅଭିଜ୍ଞ ସ୍ପିନରଙ୍କ ଜରିଆରେ ଆଫଗାନିସ୍ତାନ (Afghanistan) ଦଳ ପାକିସ୍ତାନକୁ ଧୂଳି ଚଟାଇବା ନେଇ ଲକ୍ଷ୍ୟ ରଖିଛି ।

ପାକିସ୍ଥାନ ଓ ଆଫଗାନିସ୍ତାନ ହେଡ଼ ଟୁ ହେଡ଼

ଦିନିକିଆ ଇତିହାସରେ ଦୁଇ ଦଳ ପରସ୍ପର ସହ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସମସ୍ତ ମ୍ୟାଚ୍ ପାକିସ୍ତାନ ସପକ୍ଷରେ ରହିଛି ।

ପାକିସ୍ତାନ ସମ୍ଭାବ୍ୟ ପେଲିଙ୍ଗ ଇଲେଭେନ୍ : ବାବର ଆଜମ (ଅଧିନାୟକ), ଅବଦୁଲ୍ଲା ସଫିକ, ଇମାମ-ଉଲ-ହକ୍‌, ମହମ୍ମଦ ରିଜୱାନ (ୱିକେଟ୍‌ କିପର), ସାଉଦ ସକିଲ, ଇଫତିକାର ଅହମଦ, ମହମ୍ମଦ ନୱାଜ, ଉସମା ମିର, ହାସନ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ୍‌।

ଆଫଗାନିସ୍ତାନ ସମ୍ଭାବ୍ୟ ପେଲିଙ୍ଗ ଇଲେଭେନ୍: ହସମତୁଲ୍ଲା ସାହିଦି (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ଅଜମାତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ (ୱିକେଟ୍‌ କିପର), ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର ରହମାନ, ନବୀନ-ଉଲ-ହକ୍‌, ଫଜଲହକ ଫାରୁକୀ ।

ଏହା ବି ପଢନ୍ତୁ-Fastest 2000 Runs: ODI ରେ ଦ୍ରୁତତମ ୨୦୦୦ ରନ୍ ପୂରା କଲେ ଶୁବମନ ଗିଲ, ଭାଙ୍ଗିଲେ ବାବର-ଆମଲା ସମେତ ଏହି ଖେଳାଳିଙ୍କ ରେକର୍ଡ