FIFA World Cup Quarter Final 2022: ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହିଞ୍ଚିଲେ ଏହି ୮ଟି ଦଳ, କିଏ କାହାକୁ ଦେବ ଟକ୍କର; ଦେଖନ୍ତୁ ପୂରା ଶେଡ୍ୟୁଲ୍
Advertisement

FIFA World Cup Quarter Final 2022: ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହିଞ୍ଚିଲେ ଏହି ୮ଟି ଦଳ, କିଏ କାହାକୁ ଦେବ ଟକ୍କର; ଦେଖନ୍ତୁ ପୂରା ଶେଡ୍ୟୁଲ୍

FIFA World Cup Quarter Final 2022: ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାର୍ଟର ମ୍ୟାଚ୍ ମଧ୍ୟ ଶେଷ ହୋଇଛି । ଏଥିରେ ୮ଟି ଦଳର ଯାତ୍ରା ମଧ୍ୟ ସମାପ୍ତ ହୋଇଛି । ଏଥି ସହିତ ୮ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୫ ଥର ଚାମ୍ପିଅନ୍ ବ୍ରାଜିଲ ବ୍ୟତୀତ ଏଥିରେ କ୍ରୋଏସିଆ, ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ଫ୍ରାନ୍ସ, ପର୍ତ୍ତୁଗାଲ, ଇଂଲଣ୍ଡ ଏବଂ ମୋରୋକ୍କୋ ସାମିଲ ଅଛନ୍ତି । 

FIFA World Cup Quarter Final 2022: ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହିଞ୍ଚିଲେ ଏହି ୮ଟି ଦଳ, କିଏ କାହାକୁ ଦେବ ଟକ୍କର; ଦେଖନ୍ତୁ ପୂରା ଶେଡ୍ୟୁଲ୍

FIFA World Cup Quarter Final 2022: ଚଳିତ ଥର ଫିଫା ବିଶ୍ୱକପ କାତାର (FIFA World Cup Qatar 2022) ରେ ଆୟୋଜିତ ହେଉଛି । ଫିଫା ବିଶ୍ୱକପ୍ ୨୦୨୨ (FIFA World Cup 2022) ର ଆରମ୍ଭ ୩୨ଟି ଟିମ ସହ ହୋଇଛି । ଗ୍ରୁପ୍ ରାଉଣ୍ଡ ମ୍ୟାଚ୍ ପରେ ୧୬ଟି ଦଳ ବାହାର ହୋଇଯାଇଛି । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାର୍ଟର ମ୍ୟାଚ୍ ମଧ୍ୟ ଶେଷ ହୋଇଛି । ଏଥିରେ ୮ଟି ଦଳର ଯାତ୍ରା ମଧ୍ୟ ସମାପ୍ତ ହୋଇଛି । ଏଥି ସହିତ ୮ଟି ଦଳ କ୍ୱାର୍ଟର ଫାଇନାଲ (FIFA World Cup Quarter Final 2022) ରେ ପ୍ରବେଶ କରିଛନ୍ତି । ୫ ଥର ଚାମ୍ପିଅନ୍ ବ୍ରାଜିଲ ବ୍ୟତୀତ ଏଥିରେ କ୍ରୋଏସିଆ, ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ଫ୍ରାନ୍ସ, ପର୍ତ୍ତୁଗାଲ, ଇଂଲଣ୍ଡ ଏବଂ ମୋରୋକ୍କୋ ସାମିଲ ଅଛନ୍ତି । ମୋରୋକ୍କୋ ଦଳ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଟୁର୍ଣ୍ଣମେଣ୍ଟର ସେମିଫାଇନାଲ (FIFA World Cup SemiFinal 2022) ଡିସେମ୍ବର ୧୪ ଓ ୧୫ରେ ଅନୁଷ୍ଠିତ ହେବ । ଏହାପରେ ଫିଫା ବିଶ୍ୱକପ ୨୦୨୨ ଫାଇନାଲ (FIFA World Cup Final 2022) ଡିସେମ୍ବର ୧୮ରେ ଅନୁଷ୍ଠିତ ହେବ । ଅନ୍ୟପଟେ ଡିସେମ୍ବର ୯ରୁ ଫିଫା ବିଶ୍ୱକପ ୨୦୨୨ କ୍ୱାର୍ଟର ଫାଇନାଲ୍ (FIFA World Cup Qatar 2022) ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ୮ରେ ଫିଫା ବିଶ୍ୱକପରେ ଏକ ବିରତି ଅଛି, ଅର୍ଥାତ୍ ଆଜି ଗୋଟିଏ ବି ମ୍ୟାଚ୍ ହେବ ନାହିଁ ।

ଫିଫା ବିଶ୍ୱକପ ୨୦୨୨ କ୍ୱାର୍ଟର ଫାଇନାଲ (FIFA World Cup Qatar 2022) ମ୍ୟାଚ୍ ଡିସେମ୍ବର ୯ରୁ ଆରମ୍ଭ ହେବ । ପ୍ରଥମ କ୍ୱାର୍ଟର ଫାଇନାଲ ଗତ ଥରର ରନର୍ସ ଅପ୍ କ୍ରୋଏସିଆ ଓ ବ୍ରାଜିଲ ମଧ୍ୟରେ ହେବ । ବ୍ରାଜିଲ୍ ଦଳ ଦମଦାର୍ ଫର୍ମରେ ଚାଲିଛି । ଦକ୍ଷିଣ କୋରିଆ ବିପକ୍ଷରେ ଦଳ ପ୍ରଥମ ହାଫରେ ଗୋଲ ସ୍କୋର କରିସାରିଛି । ଅନ୍ୟପକ୍ଷରେ କ୍ରୋଏସିଆ ପେନାଲ୍ଟି ସୁଟ୍ ଆଉଟ୍ ଜିତି କ୍ୱାର୍ଟର ଫାଇନାଲରେ ଯୋଗ୍ୟତା ହାସଲ କରିଛି ।

ଏହା ବି ପଢ଼ନ୍ତୁ:-ହିମାଚଳ ପ୍ରଦେଶରୁ କଂଗ୍ରେସ ପାଇଁ ଖୁସି ଖବର; ଏଣିକି କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ୫ ନାମ

ଏହା ବି ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସିରିଜ୍ ହାରିବା ପରେ ଏସବୁ ଖେଳାଳିଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା, ପରାଜୟ ପାଇଁ କଲେ ଦାୟୀ

ଫିଫା ବିଶ୍ୱକପ୍ ୨୦୨୨ କ୍ୱାର୍ଟର ଫାଇନାଲର ଶେଡ୍ୟୁଲ୍

ଡିସେମ୍ବର ୯, ଶୁକ୍ରବାର (8:30 PM IST): ଏଜୁକେଶନ ସିଟି ଷ୍ଟାଡିୟମରେ କ୍ରୋଏସିଆ ବନାମ ବ୍ରାଜିଲ 

ଡିସେମ୍ବର ୧୦, ଶନିବାର (12:30 AM IST): ଲୁସେଲ ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ବନାମ ଆର୍ଜେଣ୍ଟିନା 

ଡିସେମ୍ବର ୧୦, ଶନିବାର (8:30 PM IST): ଅଲ ଥୁମା ଷ୍ଟାଡିୟମରେ ପର୍ତ୍ତୁଗାଲ ବନାମ ମୋରୋକ୍କୋ

ଡିସେମ୍ବର ୧୧, ରବିବାର (12:30 AM IST): ଅଲ ବାଇଟ୍ ଷ୍ଟାଡିୟମରେ ଇଂଲଣ୍ଡ ବନାମ ଫ୍ରାନ୍ସ 

ପ୍ରି-କ୍ୱାର୍ଟର ଫାଇନାଲ ଫଳାଫଳ 

ନେଦରଲ୍ୟାଣ୍ଡ ଆମେରିକାକୁ ୩-୧ରେ ପରାସ୍ତ କରିଛି ।

ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି ।

ଫ୍ରାନ୍ସ ପୋଲାଣ୍ଡକୁ ୩-୧ରେ ପରାସ୍ତ କରିଛି ।

ଇଂଲଣ୍ଡ ସେନେଗାଲକୁ ୩-୦ରେ ପରାସ୍ତ କରିଛି ।

ପେନାଲ୍ଟି ସୁଟଆଉଟରେ କ୍ରୋଏସିଆ ଜାପାନକୁ ୩-୧ରେ ପରାସ୍ତ କରିଛି ।

ବ୍ରାଜିଲ ଦକ୍ଷିଣ କୋରିଆକୁ ୪-୧ରେ ପରାସ୍ତ କରିଛି ।

ପେନାଲ୍ଟି ସୁଟଆଉଟରେ ମୋରୋକ୍କୋ ସ୍ପେନକୁ ୩-୦ରେ ପରାସ୍ତ କରିଛି ।

ପର୍ତ୍ତୁଗାଲ ସ୍ୱିଜରଲ୍ୟାଣ୍ଡକୁ ୬-୧ରେ ପରାସ୍ତ କରିଛି ।