India vs West Indies: ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଭାରି ଜରିମାନା ଲଗାଇଲା ଆଇସିସି, ଜାଣନ୍ତୁ କାହିଁକି ମିଳିଲା 'ଦଣ୍ଡ'?
Advertisement

India vs West Indies: ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଭାରି ଜରିମାନା ଲଗାଇଲା ଆଇସିସି, ଜାଣନ୍ତୁ କାହିଁକି ମିଳିଲା 'ଦଣ୍ଡ'?

India vs West Indies: ପ୍ରଥମ ଟି-୨୦ ମ୍ୟାଚରେ ଉଭୟ ଦଳ ବୋଲିଂ ସମୟରେ ମିନିମମ୍ ଓଭର ରେଟ୍ ପଛରେ ରହିଯାଇଥିଲେ । ଏହି କାରଣରୁ ଆଇସିସି ତାଙ୍କୁ ଜରିମାନା କରିଛି । ଜାଣନ୍ତୁ ପୂରା ମାମଲା...।

 

ସୌ: ସୋସିଆଲ ମିଡିଆ

India vs West Indies 1st T20I: ୩ ଅଗଷ୍ଟରେ ତାରୁବାସ୍ଥିତ ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ ଷ୍ଟାଡିୟମରେ (Brian Lara Cricket Academy Stadium) ପ୍ରଥମ ଟି-୨୦ ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ସ୍ଲୋ ଓଭର ରେଟ୍ (Minimum over rate) ପାଇଁ ଜରିମାନା କରାଯାଇଛି । ପ୍ରଥମ ଟି-୨୦ ମ୍ୟାଚରେ ଉଭୟ ଦଳ ବୋଲିଂ ସମୟରେ ମିନିମମ୍ ଓଭର ରେଟ୍ ପଛରେ ରହିଯାଇଥିଲେ । ଏହି କାରଣରୁ ତାଙ୍କୁ ଆଇସିସି (ICC) ତରଫରୁ ଜରିମାନା କରାଯାଇଛି ।

ବୋଲିଂ ସମୟରେ ଭାରତ ଗୋଟିଏ ଓଭର ପଛରେ ରହିଯାଇଥିଲା
ଭାରତ ନିଜର ବୋଲିଂ ସମୟରେ ନିର୍ଦ୍ଧାରିତ ସମୟରେ ଏକ ଓଭର ପଛରେ ରହି ଯାଇଥିଲା । ଏହି କାରଣରୁ ତାଙ୍କ ମ୍ୟାଚ୍ ଫି ୫ ପ୍ରତିଶତ କଟା ଯାଇଛି । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଦୁଇଟି ଓଭର ପଛରେ ରହି ଯାଇଥିଲା, ଯାହାଫଳରେ ସେମାନଙ୍କ ଖେଳାଳିଙ୍କ ମ୍ୟାଚ୍ ଫିରେ ୧୦ ପ୍ରତିଶତ କଟା ଯାଇଛି । ଖେଳାଳି ଓ ସପୋର୍ଟ ଷ୍ଟାପଙ୍କ ପାଇଁ ଆଇସିସି ଆଚରଣ ସଂହିତା ର ଧାରା ୨.୨୨ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି । ଯାହା ମିନିମମ୍ ଓଭର-ରେଟ୍ ସହିତ ଜଡିତ ।

ଆଇନ ଅନୁଯାୟୀ, ଖେଳାଳିମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବୋଲିଂ କରିବାରେ ବିଫଳ ହେବା ପାଇଁ ପ୍ରତ୍ୟେକ ଦଳ ପାଇଁ ସେମାନଙ୍କ ମ୍ୟାଚ୍ ଫିସର ୫ ପ୍ରତିଶତ ଜରିମାନା କରାଯାଇଛି । ଏହି ଆଇନ ଅନୁଯାୟୀ ସର୍ବାଧିକ ମ୍ୟାଚ୍ ଫି ର ୫୦ ପ୍ରତିଶତ ପର୍ଯ୍ୟନ୍ତ ଏହି ଜରିମାନା ଲାଗୁ କରାଯାଇପାରେ ।

ଉଭୟ ଅଧିନାୟକ ଏହି ଅପରାଧକୁ ସ୍ୱୀକାର କରିଥିଲେ
ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ ଓ ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦୁହେଁ ଏହି ଅପରାଧ ସ୍ୱୀକାର କରିଛନ୍ତି । ଏହା ପରେ ଶୁଣାଣିର କୌଣସି ଆବଶ୍ୟକତା ନଥିଲା । ଅନ-ଫିଲ୍ଡ ଅମ୍ପାୟାର ଗ୍ରେଗୋରୀ ବ୍ରାଥୱାଇଟ୍ ଓ ପାଟ୍ରିକ୍ ଗୁଷ୍ଟାର୍ଡ ​​ତଥା ତୃତୀୟ ଅମ୍ପାୟାର ନିଗେଲ ଡୁଗୁଏଡ ଓ ଚତୁର୍ଥ ଅମ୍ପାୟାର ଲେସଲି ରେଫର ଏହି ଅଭିଯୋଗ କରିଥିଲେ ।

୬ ଅଗଷ୍ଟରେ ଗୁୟାନାଠାରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍ 
ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍କୁ ୪ ରନରେ ଜିତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୱିଣ୍ଡିଜ୍ ୧୫୦ ରନ୍ ସଂଗ୍ରହ କରିଥିଲେ । ଏହାକୁ ପିଛା କରି ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୧୪୫ ରନ୍ ସ୍କୋର କରିପାରିବାରେ ସମର୍ଥ ହୋଇଥିଲା । ପ୍ରଥମେ ଟସ୍ ଜିତି ଟିଂ କରିଥିବା ଓ୍ୱେଷ୍ଟଇଣ୍ଡିଜ ଦଳ ନିକୋଲସ ପୁରନ ଓ ଲୋଭମାନ ପାଓ୍ୱେଲଙ୍କ ଲଢୁଆ ବ୍ୟାଟିଂ ବଳରେ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ ହରାଇ ୧୫୦ ରନ ସ୍କୋର କରିଥିଲା । ଏହାର ଜବାବରେ ଭାରତ ୪ ରନ ପଛରେ ରହି ଅଲଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚରେ ଘାତକ ବୋଲିଂ କରିଥିବା ଜେସନ ହୋଲ୍ଡରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଆୱାର୍ଡ ଦିଆ ଯାଇଥିଲା । ତରୋବାରେ ବିଜୟ ସହ ଆୟୋଜକମାନେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛନ୍ତି । ଦ୍ୱିତୀୟ ଟି-୨୦ ମ୍ୟାଚ୍ ୬ ଅଗଷ୍ଟରେ ଗୁୟାନାଠାରେ ଖେଳାଯିବ ।

ଏହା ବି ପଢ଼ନ୍ତୁ: Manoj Tiwary Retirement: କ୍ରିକେଟରୁ ହଠାତ୍ ଅବସର ନେଲେ ଏହି ଭାରତୀୟ ଖେଳାଳି, ସୋସିଆଲ ମିଡିଆରେ ଲେଖିଲେ ଏକ ଭାବପ୍ରବଣ ପୋଷ୍ଟ

ଏହା ବି ପଢ଼ନ୍ତୁ: Ishan Kishan: ଲଗାତାର ତିନୋଟି ପଚାଶ ମାରି ଟିମ୍ ମ୍ୟାନେଜମେଣ୍ଟ ଆଗରେ ବଡ଼ ପ୍ରଶ୍ନ ଉଠାଇଲେ କିଶାନ, ହରଡ଼ଘଣାରେ ଚୟନକର୍ତ୍ତା