ICC Rankings: ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ
Advertisement
Article Detail0/zeeodisha/odisha1573267

ICC Rankings: ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ

ICC Test Rankings: ଗତ ମାସରେ ମଧ୍ୟ ଆଇସିସି ୱେବସାଇଟ୍ ବୋଧହୁଏ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟେଷ୍ଟ ମାନ୍ୟତାରେ ଭାରତକୁ ନମ୍ବର ୧ ଦେଖାଇଥିଲା । କିନ୍ତୁ ସେହି ସମୟରେ କିଛି ଘଣ୍ଟା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ଖସି ଆସିଥିଲା । ଯେତେବେଳେ ଆଇସିସି ୱେବସାଇଟରେ ବୁଧବାର ଅପରାହ୍ନରେ ର଼୍ୟାଙ୍କିଙ୍ଗ୍ ଅପଡେଟ୍ ହୋଇଥିଲା, ଟିମ୍ ଇଣ୍ଡିଆକୁ ୧୧୫ ରେଟିଂ ପଏଣ୍ଟ ଦେଖାଯାଇଥିଲା । 

ICC Rankings: ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ

ICC Rankings: ଟିମ୍ ଇଣ୍ଡିଆ (Team India) ପୁଣି ଥରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ (ICC Test Ranking) ରେ ନମ୍ବର ୨ ସ୍ଥାନରେ ଖସିଛି । ଆଜି (ବୁଧବାର) ଅର୍ଥାତ ଫେବୃଆରୀ ୧୫ ଅପରାହ୍ନ ୧.୩୦ରେ ଟିମ୍ ଇଣ୍ଡିଆ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର ୧ ସ୍ଥାନରେ ଥିଲା । କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ନମ୍ବର ୨ରେ ଖସି ଆସିଛି । ଅଷ୍ଟ୍ରେଲିଆ ଦଳ ଏବେ ପୁଣି ନମ୍ବର  ୧ରେ ରହିଛି । ଗତ ମାସରେ ମଧ୍ୟ ଆଇସିସି ୱେବସାଇଟ୍ ବୋଧହୁଏ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟେଷ୍ଟ ମାନ୍ୟତାରେ ଭାରତକୁ ନମ୍ବର ୧ ଦେଖାଇଥିଲା । କିନ୍ତୁ ସେହି ସମୟରେ କିଛି ଘଣ୍ଟା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ଖସି ଆସିଥିଲା । ଯେତେବେଳେ ଆଇସିସି (ICC) ୱେବସାଇଟରେ ବୁଧବାର (ଫେବୃଆରୀ ୧୫) ଅପରାହ୍ନରେ ର଼୍ୟାଙ୍କିଙ୍ଗ୍ (ICC Rankings) ଅପଡେଟ୍ ହୋଇଥିଲା, ଟିମ୍ ଇଣ୍ଡିଆକୁ ୧୧୫ ରେଟିଂ ପଏଣ୍ଟ ଦେଖାଯାଇଥିଲା ।

ଅନ୍ୟପଟେ ଅଷ୍ଟ୍ରେଲିଆ ୧୧୧ ରେଟିଂ ପଏଣ୍ଟ ସହ ନମ୍ବର ୨ ସ୍ଥାନରେ ରହିଥିଲା । କିନ୍ତୁ ସନ୍ଧ୍ୟା ସୁଦ୍ଧା ଏହି ସ୍ଥିତିରେ ହଠାତ୍ ପରିବର୍ତ୍ତନ ଦେଖାଗଲା । ବର୍ତ୍ତମାନ ଅଷ୍ଟ୍ରେଲିଆ ୧୨୬ ପଏଣ୍ଟ ସହ ଟେଷ୍ଟ ର଼୍ୟାଙ୍କିଙ୍ଗରେ ବିଶ୍ୱ ନମ୍ବର ୧ ଦଳ ରହିଛି । ଭାରତ ୧୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଭାରତୀୟ ଦଳ (Team India) କୁ ପୁଣିଥରେ ଟେଷ୍ଟ ର଼୍ୟାଙ୍କିଙ୍ଗ  (ICC Test Ranking) ରେ ନମ୍ବର ୧ ହେବାକୁ ଅପେକ୍ଷା କରିବାକୁ ପଡ଼ିବ । ଟିମ୍ ଇଣ୍ଡିଆ ଏହା ପୂର୍ବରୁ ତିନିଥର ନମ୍ବର ୧ରେ ପହଞ୍ଚିପାରିଛି । ୧୯୭୩ରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର ୧ ହୋଇଥିଲା । ଦୀର୍ଘ ସମୟ ପରେ ୨୦୦୯ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟେଷ୍ଟରେ ଶୀର୍ଷ ସ୍ଥାନ ହାସଲ କରିଥିଲା । ଏହା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୬ରେ ଶୀର୍ଷରେ ପହଞ୍ଚିଥିଲା ଓ ଚାରି ବର୍ଷ ଧରି ନମ୍ବର ୧ ରହିଥିଲା ।

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି ରାଗି ଯାଇ କ୍ରିକେଟ୍ ଛାଡ଼ିବାକୁ ଦେଇଥିଲେ ଧମକ, ଭାରତର ପୂର୍ବତନ କୋଚ୍ କଲେ ଖୁଲାସା

ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ

ଆଇସିସି ODI ଓ ଟି -20 ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ନମ୍ବର ୧ରେ ରହିଛି । ଏଭଳି ପରିସ୍ଥିତିରେ, ଯେତେବେଳେ ଅପରାହ୍ନରେ ର଼୍ୟାଙ୍କିଙ୍ଗ୍ ଅପଡେଟ୍ ହୋଇଥିଲା, ସେତେବେଳେ ଭାରତୀୟ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । କାରଣ ପ୍ରଥମ ଥର ପାଇଁ ଭାରତ ତିନୋଟି ଫର୍ମାଟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।​ କିନ୍ତୁ ପ୍ରଶଂସକଙ୍କ ଏହି ଇଚ୍ଛା ବର୍ତ୍ତମାନ ପୂରଣ ହୋଇନାହିଁ । ଆପଣଙ୍କୁ କହି ରଖୁଛୁ ଯେ,  ଅଷ୍ଟ୍ରେଲିୟ ଦଳ ଏକାସାଙ୍ଗରେ ସମସ୍ତ ତିନୋଟି ଫର୍ମାଟରେ ନମ୍ବର ୧ ହେବାର ସ୍ଥିତି ହାସଲ କରିସାରିଛି ।