IND vs AUS 1st Test Ravindra Jadeja​: ବିଜୟ ପରେ ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ICC ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ନେଲା ଏହି କଡ଼ା କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1567482

IND vs AUS 1st Test Ravindra Jadeja​: ବିଜୟ ପରେ ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ICC ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ନେଲା ଏହି କଡ଼ା କାର୍ଯ୍ୟାନୁଷ୍ଠାନ

IND vs AUS 1st Test Ravindra Jadeja​: ପୂରା ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିଲେ । ଏଥି ସହ ରବିଚନ୍ଦ୍ରନ ଅଶ୍ୱିନ ୩ ୱିକେଟ୍ ନେଇଥିଲେ । ୧-୧  ୱିକେଟ୍ ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଖାତାକୁ ଯାଇଥିଲା 

IND vs AUS 1st Test Ravindra Jadeja​: ବିଜୟ ପରେ ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ICC ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ନେଲା ଏହି କଡ଼ା କାର୍ଯ୍ୟାନୁଷ୍ଠାନ

India vs Australia 1st Test: ଇଣ୍ଡିଆର ଦମଦାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ଆଇସିସି (ICC) ବଡ଼ ଝଟକା ଦେଇଛି । ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ (IND vs AUS 1s) ସମୟରେ ଆଇସିସି ଆଚରଣ ସଂହିତା (ICC Code of Conduct) ସ୍ତର ୧ ଉଲ୍ଲଂଘନ କରିବାକୁ ଯୋଗୁଁ ରବିନ୍ଦ୍ର ଜାଡେଜାଙ୍କ ଉପରେ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା ଲଗାଯାଇଛି । ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଆଇସିସି ଆଚରଣ ସଂହିତା ର ଧାରା ୨.୨୦ ଉଲ୍ଲଂଘନର ଦୋଷ ପ୍ରମାଣିତ ହୋଇଛି, ଯାହା ଖେଳ ଭାବନାର ​​ବିରୁଦ୍ଧରେ ଆଚରଣ ପ୍ରଦର୍ଶନ ସହିତ ଜଡିତ ।

ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ର ପ୍ରଥମ ଟେଷ୍ଟ (IND vs Aus 1st Test) ର ଉଦଘାଟନୀ ଦିନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ବଲ ସହ ଚମତ୍କାର ପ୍ରଦର୍ଶନ କରିଥିଲେ । ଫେବୃଆରୀ ୯ରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ୪୬ ତମ ଓଭରରେ ଏହା ଘଟିଥିଲା କି ଯେତେବେଳେ ରବିନ୍ଦ୍ର ଜାଡେଜା ତାଙ୍କ ଆଙ୍ଗୁଠିରେ ରିଲିଫ୍ କ୍ରିମ୍ ଲଗାଉଥିବାର ଦେଖାଯାଇଥିଲା । ଭିଡିଓ ଫୁଟେଜରେ ବାମହାତୀ ସ୍ପିନର ଜାଡେଜା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାପୁଲିରୁ କିଛି ତରଳ ପଦାର୍ଥ ନେଇ ବାମ ହାତର ତର୍ଜନୀ ଆଙ୍ଗୁଠିରେ ଘଷୁଥିବା ଦେଖିବାକୁ ମିଳିଥିଲା । ଅନ-ଫିଲ୍ଡ ଅମ୍ପାୟାରଙ୍କ ବିନା ଅନୁମତିରେ ଏହା କରାଯାଇଥିଲା, ଯେଉଁଥିପାଇଁ ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହି ଘଟଣା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ଜଣେ ଅଧିକାରୀ ଏ ସମ୍ପର୍କରେ ଏକ ଅପଡେଟ ଦେଇଥିଲେ । ବୋର୍ଡ ସୂତ୍ର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛି ଯେ,  ଏହା 'ଆଙ୍ଗୁଠିରେ ଯନ୍ତ୍ରଣା ଦୂର କରିବା ପାଇଁ ଏକ ମଲମ' ଥିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ରବିନ୍ଦ୍ର ଜାଡେଜା (Ravindra Jadeja) ଏହି ଅପରାଧକୁ ସ୍ୱୀକାର କରିଛନ୍ତି ଓ ମ୍ୟାଚ୍ ରେଫରିର ଆଣ୍ଡି ପାଇକ୍ରଫ୍ଟ (Andy Pycroft) ଙ୍କ ଦ୍ୱାରା ପ୍ରସ୍ତାବିତ ଦଣ୍ଡକୁ ଗ୍ରହଣ କରିଛନ୍ତି, ତେଣୁ ଆନୁଷ୍ଠାନିକ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ:-ଭାରତକୁ ମିଳିଲା ବିରାଟ ବିଜୟ, ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ଦେଲା ମାତ୍

ଅଧିକ ପଢ଼ନ୍ତୁ:-ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ଏଭଳି ସୂଚନା, ଶୁଣି ଖୁସିରେ ନାଚି ଉଠିବେ ରେଳ ଯାତ୍ରୀ!

ଅଧିକ ପଢ଼ନ୍ତୁ:-ସୁରେଶ ରାଇନା ବିବାଦୀୟ ବୟାନ ଦେଇ ଭାରତକୁ କରିଛନ୍ତି ଅପମାନିତ! ତ ଫ୍ୟାନ୍ସ ଦେଶରୁ ବାହାର କରିବାକୁ କଲେ ଦାବି

ଅଧିକ ପଢ଼ନ୍ତୁ:-ଟଡ ମର୍ଫିଙ୍କୁ ମିଳିଲା ୭ ୱିକେଟ୍, ଟିମ୍ ଇଣ୍ଡିଆ ୪୦୦ ରନରେ ଅଲଆଉଟ୍; ଶତକରୁ ବଞ୍ଚିତ ହେଲେ ଅକ୍ସର ପଟେଲ

ସୂଚନାଯୋଗ୍ୟ, ଏହି ମ୍ୟାଚର ପ୍ରଥମ ଇନିଂସରେ ୨୨ ଓଭର ବୋଲିଂ କରି ରବିନ୍ଦ୍ର ଜାଡେଜା (Ravindra Jadeja) ୫ ୱିକେଟ୍ ନେଇଥିଲେ । ଏଥି ସହିତ ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ୧୮୫ ବଲରେ ୭୦ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ଇନିଂସରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ୯ଟି ଚୌକା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ୧୨ ଓଭର ବୋଲିଂ କରି ୨ ୱିକେଟ୍ ନେଇଛନ୍ତି ।