IND vs AUS 2nd Test: ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!
Advertisement

IND vs AUS 2nd Test: ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!

IND vs AUS 2nd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅତ୍ୟନ୍ତ ଚମତ୍କାର ଥିଲା । ଇନିଂସ ଓ ୧୩୪ ରନରେ ବିଶାଳ ବିଜୟ ସହ ଭାରତ ୧-୦ ଆଗୁଆ ରହିଛି । ଟିମ୍ ଇଣ୍ଡିଆରୁ ଟି-20 ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଅପେକ୍ଷା ପରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ଚାପରେ ଏହି ଖେଳାଳିଙ୍କ ବ୍ୟାଟରୁ ରନ୍ ବାହାରି ନଥିଲା ଓ ବର୍ତ୍ତମାନ ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ବାହାର ବସିଥିବାର ନଜରକୁ ଆସିପାରେ ।

IND vs AUS 2nd Test: ସୂର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ କ୍ୟାରିୟର ଶେଷ; ଯାହାଙ୍କ ପାଇଁ ମିଳିଥିଲା ସୁଯୋଗ, ସେ ହିଁ ବର୍ତ୍ତମାନ ଛଡ଼ାଇ ନେବେ ସ୍ଥାନ!

IND vs AUS 2nd Test Suryakumar Yadav: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ଟେଷ୍ଟ ସିରିଜ୍ ଚାଲିଛି । ଏହି ସିରିଜ ପ୍ରଥମ ମ୍ୟାଚ (India vs Australia 1st Test Match) ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ଧମାକାଦାର ବିଜୟ ମିଳିଛି । ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ (Team India) ୧-୦ରେ ଆଗୁଆ ରହିଛି । କଙ୍ଗାରୁ ଦଳ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ମାତ୍ର ଅଢ଼େଇ ଦିନରେ ଇନିଂସ ଓ ୧୩୨ ରନ୍‌ରେ ମ୍ୟାଚ୍‌ ହରାଇଥିଲା । ସିରିଜର ପ୍ରଥମ ମ୍ୟାଚ (IND vs AUS Nagpur Test) ରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । 

​​କିନ୍ତୁ ପ୍ରଥମ ଇନିଂସରେ ଶସ୍ତାରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଅତି କଷ୍ଟରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ମିଳିବା ପରେ ମଧ୍ୟ ସୂର୍ଯ୍ୟକୁମାର ଏହାର ଲାଭ ଉଠାଇ ପାରିନଥିଲେ । ଏହା ପରେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ (India vs Australia 2nd Test) ରେ ତାଙ୍କର ବାହାର ବସିବା ନିଶ୍ଚିତ ବୋଲି ମନେ କରାଯାଉଛି । ଭାରତୀୟ କ୍ରିକେଟ୍ ଦଳ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ଯେକୌଣସି ପରିସ୍ଥିତିରେ ୩ଟି ମ୍ୟାଚ୍ ଜିତିବାକୁ ପଡିବ ।

ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ପ୍ରତ୍ୟେକ ମ୍ୟାଚରେ ମଜବୁତ ପ୍ଲେଇଙ୍ଗ-11 ସହ ଓହ୍ଲାଇବାକୁ ଚାହୁଁଛନ୍ତି । ଆଘାତ ଲାଗି ବାହାରେ ବସିଥିବା ଜଣେ ଇନ୍-ଫର୍ମ ବ୍ୟାଟ୍ସମ୍ୟାନ୍ ଫେରନ୍ତି, ତେବେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ । ଦିଲ୍ଲୀ ଟେଷ୍ଟରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ (Team India Playing 11) ରୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ବାହାରେ ବସିପାରନ୍ତି । କାରଣ ଯଦି ଆହତ ଶ୍ରେୟସ୍ ଆୟର (Shreyas Iyer) ଫିଟ୍ ହୋଇ ଫେରନ୍ତି । ତେବେ ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ । ଦିଲ୍ଲୀ ମ୍ୟାଚ୍ ପୂର୍ବରୁ ତାଙ୍କ ପ୍ରତ୍ୟାବର୍ତ୍ତନ ଖବର ସାମ୍ନାକୁ ଆସିଛି । ନାଗପୁର ଟେଷ୍ଟରେ ଆହତ କାରଣରୁ ଶ୍ରେୟସ ଆୟର ଅନୁପସ୍ଥିତ ଥିଲେ, ସେହି କାରଣରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିଲା । ବର୍ତ୍ତମାନ ସେ ଫିଟ୍ ଅଛନ୍ତି ଓ ପ୍ଲେଇଙ୍ଗ-11ରେ ନଜରକୁ ଆସିବେ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍

ଅଧିକ ପଢ଼ନ୍ତୁ:-ମହାଶିବରାତ୍ରୀରୁ ଖୋଲିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ! ବର୍ଷିବ ଧନ, ବଢ଼ିବ ଆୟ

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପାଇଁ କଲେ ନାହିଁ ବିବାହ! ଲଗାତର କରୁଛନ୍ତି ରନ ବର୍ଷା, କିନ୍ତୁ ରୋହିତଙ୍କୁ ନାହିଁ ଭରସା, ବର୍ତ୍ତମାନ...