IND vs BAN 2nd Test: ବିରାଟ କୋହଲିଙ୍କ ସହିତ ବିମାନରେ ଏକାଠି ଆସିଲେ, ମୈଦାନରେ ଓ୍ୱିକେଟ ନେଇଗଲେ
Advertisement
Article Detail0/zeeodisha/odisha1497949

IND vs BAN 2nd Test: ବିରାଟ କୋହଲିଙ୍କ ସହିତ ବିମାନରେ ଏକାଠି ଆସିଲେ, ମୈଦାନରେ ଓ୍ୱିକେଟ ନେଇଗଲେ

IND vs BAN: ବନ୍ଧୁ ସାଜି ବିମାନରେ ଏକାଠି ଆସିଲେ। କିନ୍ତୁ ମୈଦାନରେ ପ୍ରତିଦ୍ୱନ୍ଦ୍ୱୀ ସାଜିଲେ। ଆଉ ବନ୍ଧୁଙ୍କର ଓ୍ୱିକେଟ ନେବା ପରେ ବେଶ ଖୁସି ବ୍ୟକ୍ତି କଲେ। ଫଟୋକୁ ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି। ଜାଣନ୍ତୁ କେଉଁ ଖେଳାଳି ଏପରି କରିଛନ୍ତି।

IND vs BAN 2nd Test: ବିରାଟ କୋହଲିଙ୍କ ସହିତ ବିମାନରେ ଏକାଠି ଆସିଲେ, ମୈଦାନରେ ଓ୍ୱିକେଟ ନେଇଗଲେ

IND vs BAN 2nd Test: ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଯାଇ ଶେଷ ଟେଷ୍ଟ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ ଏବଂ ଶୀଘ୍ର ବାହାରକୁ ଯାଇଥିଲେ। ଏହା ସହିତ ଟେଷ୍ଟରେ ତାଙ୍କର ଶତାବ୍ଦୀର ମରୁଡ଼ି ଜାରି ରହିଛି। ୨୦୧୯ ପରଠାରୁ କୋହଲି ଟେଷ୍ଟରେ ଶତକ ହାସଲ କରିନାହାଁନ୍ତି। ଆଶା କରାଯାଉଥିଲା ଯେ ବାଂଲାଦେଶ ଗସ୍ତରେ ଟି-୨୦ ଏବଂ ODI ପରେ ସେ ଟେଷ୍ଟରେ ଏକ ଶତକ ହାସଲ କରିବେ। ସେ ପ୍ରଥମ ଟେଷ୍ଟରେ ଏବଂ ଦ୍ୱିତୀୟ ମ୍ୟାଚରେ ମଧ୍ୟ ନିରାଶ ହୋଇଥିଲେ। କୋହଲିଙ୍କୁ ବାଂଲାଦେଶର ଦ୍ରୁତ ବୋଲର ତାସ୍କିନ୍ ଅହମ୍ମଦ ବରଖାସ୍ତ କରିଛନ୍ତି।

କୋହଲିଙ୍କୁ ଆଉଟ କରିବା ସବୁ ବୋଲରଙ୍କର ଏକ ସ୍ୱପ୍ନ ଥାଏ। ତସ୍କିନ ତାଙ୍କୁ ଆଉଟ କରି ସବୁଠାରୁ ବଡ଼ ଓ୍ୱିକେଟ ଅକ୍ତିଆର କରି ନିଜର ସ୍ୱପ୍ନକୁ ପୁରଣ କରିଛନ୍ତି। କିନ୍ତୁ ଏହି ଓ୍ୱିକେଟ ନେବାର କିଛି ଦିନ ପୂର୍ବର ଫଟୋକୁ ସେୟାର କରି ଯଥେଷ୍ଟ ଖୁସି ହୋଇଛନ୍ତି। ଏଠାରେ କହି ରଖୁ କି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜାରି ରହିଛି। ଆଜି ମ୍ୟାଚର ଦ୍ୱିତୀୟ ଦିନ। ତେବେ ଏହି ମ୍ୟାଚ ଖେଳିବା ପାଇଁ ମିରପୁର ଅଭିମୁଖେ ଉଭୟ ଦଳ ବିମାନ ଯୋଗେ ବାହାରିଥିଲେ। ସେହିସମୟରେ ବିମାନରେ ପାଖାପାଖି ବସିକି ଆସିଥିଲେ ତସ୍କିନ ଓ ବିରାଟ କୋହଲି। ସେହି ସମୟର ଏକ ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ତସ୍କିନ ଏହା ସହିତ ସେ ନିଜର ଖୁସି ପ୍ରକାଶ କରିଛନ୍ତି। ତେବେ ଏହି ଯାତ୍ରା ସମୟରେ ତସ୍କିନ ବିରାଟଙ୍କ ସହିତ ଅନେକ ଆଲୋଚନା କରିବା ସହିତ ସମୟ ବିତାଇଥିଲେ। ତେବେ ସେହି ସମୟର ଫଟୋକୁ ସେୟାର କରି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଥିଲେ କି ଦ୍ୱିତୀୟ ଟେଷ୍ଟ ପାଇଁ ପୁରା ପ୍ରସ୍ତୁତ ରହିଛୁ। 

ତେବେ ଏହି ଯାତ୍ରା ପରେ ମୈଦାନରେ ତସ୍କିନ ଭାରତୀୟ ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଆଉଟ କରିଥିଲେ। ଏପରିକି ଭାରତକୁ ପ୍ରଥମ ଇନିଂସରେ ଏକ ବଡ଼ ସ୍କୋର ଖେଳିବାକୁ ଦେଇନଥିଲେ। ତସ୍କିନ ଲେନଥ ବୋଲିଂ କରି କୋହଲିଙ୍କୁ ଆଉଟ କରିଥିଲେ। ତସ୍କିନଙ୍କର ଏକ ବଲକୁ ଖେଳିବାକୁ ଯାଇ ନୁରୁଲ ହାସନଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ଦୀର୍ଘ ଦିନରୁ ଶତକୀୟ ଇନିଂସ ଖେଳିନଥିବା ବିରାଟ କୋହଲି ଚଳିତ ବର୍ଷ ଏସିଆ କପରେ ଶତକୀୟ ଇନିଂସ ଖେଳିଥିଲେ। ସେହିପରି ବାଂଲାଦେଶ ବିପକ୍ଷରେ ମଧ୍ୟ ତୃତୀୟ ଦିନିକିଆରେ ଶତକୀୟ ଇନିଂସ ଖେଳିଥିଲେ। କିନ୍ତୁ ଟେଷ୍ଟ ମ୍ୟାଚରେ ଏପର୍ଯ୍ୟନ୍ତ ଶତକ ହାସଲ କରିପାରିନାହାନ୍ତି। ତେବେ ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ପାଇଁ ଶେଷ ସୁଯୋଗ ରହିଛି।