IND vs ENG 5th Test: କୁଲଦୀପ-ଅଶ୍ୱିନଙ୍କ ବୋଲିଂ ଆଗରେ ଆଣ୍ଟୁ ମାଡିଲା ଇଂଲଣ୍ଡ, କେବଳ ୨୧୮ ରନ୍ କରି ଅଲ୍ ହେଲା ଆଉଟ୍
Advertisement

IND vs ENG 5th Test: କୁଲଦୀପ-ଅଶ୍ୱିନଙ୍କ ବୋଲିଂ ଆଗରେ ଆଣ୍ଟୁ ମାଡିଲା ଇଂଲଣ୍ଡ, କେବଳ ୨୧୮ ରନ୍ କରି ଅଲ୍ ହେଲା ଆଉଟ୍

India vs England Dharamshala Test: ଓପନର୍ ଜ୍ୟାକ୍ କ୍ରୋଲି ଓ ବେନ୍ ଡକେଟ୍ ପ୍ରଥମ ୱିକେଟ୍ ପାଇଁ ୬୪ ରନ୍ ଯୋଡିଥିଲେ। ଚତୁର୍ଥ ଝଟକା ୧୭୫ ରନ୍ ସ୍କୋରରେ ଆସିଥିଲା। କିନ୍ତୁ ଏହା ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ଭାରତୀୟ ସ୍ପିନରଙ୍କ ବୋଲିଂ ସାମ୍ନା କରି ପାରିନଥିଲେ।

 

India vs England Dharamshala Test

IND vs ENG 5th Test Innings Report: ଧର୍ମଶାଳା ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ମାତ୍ର ୨୧୮ ରନ କରି ଅଲ୍ ଆଉଟ୍ ହୋଇଯଆଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ଜ୍ୟାକ୍ କ୍ରୋଲି ଓ ବେନ୍ ଡକେଟ୍ ପ୍ରଥମ ୱିକେଟ୍ ପାଇଁ ୬୪ ରନ୍ ଯୋଡିଥିଲେ। ଇଂଲଣ୍ଡ ଦଳକୁ ଚତୁର୍ଥ ଝଟକା ୧୭୫ ରନ୍ ସ୍କୋରରେ ଲାଗିଥିଲା। କିନ୍ତୁ ଏହା ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ସ୍ପିନରଙ୍କ ବୋଲିଂ ଖେଳି ନପାରି ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡ ପାଇଁ ଜ୍ୟାକ୍ କ୍ରୋଲେ ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ।

କୁଲଦୀପ ଯାଦବ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। କୁଲଦୀପ ଯାଦବ ୫ ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହି ସମୟରେ ରବି ଅଶ୍ୱିନ ନିଜର ୧୦୦ ତମ ଟେଷ୍ଟରେ ୪ ୱିକେଟ୍ ନେଇଥିଲେ। ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ସଫଳତା ମିଳିଥିଲା।

ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଝଟକା ଦଳକୁ ୬୪ ରନ୍ ସ୍କୋରରେ ଲାଗିଥିଲା। ଏହା ପରେ ଓଲି ପୋପ୍ ଓ ଜ୍ୟାକ୍ କ୍ରୋଲି ସ୍କୋରକୁ ୧୦୦ ରନ୍ ଯାଏଁ ଦଳର ସ୍କୋରକୁ ନେଇ ଯାଉଥିଲେ। ୧୦୦ ରନ୍ ସ୍କୋରରେ ବ୍ରିଟିଶ ଦଳକୁ ତୃତୀୟ ଝଟକା ପାଇଥିଲେ। ଇଂଲଣ୍ଡର ମଡିଲ ଅର୍ଡର ଖରାପ କିଛି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଜୋ ରୁଟ୍ ବ୍ୟତୀତ ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ ଓ ବେନ୍ ଫକ୍ସଙ୍କ ଭଳି ବ୍ୟାଟ୍ସମ୍ୟାନ୍ ମାନେ ଦଳକୁ ନିରାଶ କରିଥିଲେ।