Yashasvi Jaiswal ରଚିଲେ ଇତିହାସ, ଟେଷ୍ଟରେ ୧୦୦୦ ରନ୍ ସ୍କୋର କରିବାରେ ହେଲେ ଦ୍ରୁତତମ ଭାରତୀୟ
Advertisement

Yashasvi Jaiswal ରଚିଲେ ଇତିହାସ, ଟେଷ୍ଟରେ ୧୦୦୦ ରନ୍ ସ୍କୋର କରିବାରେ ହେଲେ ଦ୍ରୁତତମ ଭାରତୀୟ

Yashasvi Jaiswal Fastest 1000: ଯଶସ୍ୱୀ ଜୈସୱାଲ ଚେତେଶ୍ୱର ପୂଜାରା ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

 

Yashasvi Jaiswal Fastest 1000

Yashasvi Jaiswal Records: ଭାରତୀୟ ଓପନର୍ ଯଶ୍ୱସୀ ଜୈସୱାଲ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୦୦୦ ରନ୍ ପୂରଣ କରିବାରେ ଜୈସୱାଲ ବର୍ତ୍ତମାନ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ମିଳିତ ଭାବେ ଏକ ନମ୍ବରରେ ଥିବା ଚେତେଶ୍ୱର ପୂଜାରା ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି। ୧୧ଟି ଟେଷ୍ଟ ମ୍ୟାଚରେ ଦୁହେଁ ଏହି କୀର୍ତ୍ତିମାନ କରିଥିବାବେଳେ ଯଶସ୍ୱୀ ଜୈସୱାଲ କେବଳ କ୍ୟାରିୟରର ୯ମ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। ସାମଗ୍ରିକ ରେକର୍ଡ ବିଷୟରେ କହିବାକୁ ଗଲେ ଜୈସୱାଲ ମିଳିତ ଭାବରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଯିଏ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି।

ଦ୍ରୁତତମ ୧୦୦୦ ରନ୍ 
ଏହି ଫର୍ମାଟରେ ୧୦୦୦ ରନ୍ ସ୍କୋର କରିବାରେ ଡନ୍ ବ୍ରାଡମ୍ୟାନ୍ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଓ ନମ୍ବର ୱାନରେ ଅଛନ୍ତି। କେବଳ ୭ଟି ଟେଷ୍ଟ ମ୍ୟାଚରେ ବ୍ରାଡମ୍ୟାନ୍ ଏହି କୀର୍ତ୍ତିମାନ କରିଛନ୍ତି। ଜୈସୱାଲ୍ ହର୍ବର୍ଟ ସଟକ୍ଲିଫ୍, ଏଭର୍ଟନ୍ ୱିକ୍ସ ଏବଂ ଜର୍ଜ ହାଡଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଏହି ସମସ୍ତ ତିନୋଟି ଖେଳାଳି ବର୍ତ୍ତମାନ ମିଳିତ ଭାବେ ୧୦୦୦ ରନ୍ ପୂରଣ କରିବାରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଅଟନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଟେଷ୍ଟ କ୍ରିକେଟରେ ଏହା ଜୈସୱାଲଙ୍କ ୧୬ ତମ ଇନିଂସ ଥିଲା। ଏଭଳି ପରିସ୍ଥିତିରେ ଏହି ବ୍ୟାଟ୍ସମ୍ୟାନ୍ ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି ଓ ରେଡ୍ ବଲ୍ ଫର୍ମାଟରେ ୧୦୦୦ ରନ୍ ପୂରଣ କରିଛନ୍ତି। ତେବେ ଇନିଂସ ଦୃଷ୍ଟିରୁ ବିନୋଦ କାମ୍ବଲି ହେଉଛନ୍ତି ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ମାତ୍ର ୧୪ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ଚେତେଶ୍ୱର ପୂଜାରା ୧୮ଟି ଇନିଂସରେ ଏହି କାରନାମା କରିଛନ୍ତି।

 

ବିରାଟ କୋହଲି ମଧ୍ୟ ପଛରେ ରହିଗଲେ
ଯଶସ୍ୱୀ ଜୈସୱାଲ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଜୈସୱାଲ୍ ହୋଇ ଯାଇଛନ୍ତି। ସେ ଏହି ପ୍ରସଙ୍ଗରେ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ୬୫୬ ରନ୍ ସହ ଜୈସୱାଲ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଯିଏ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ କୋହଲିଙ୍କ ନାମରେ ଥିଲା। ସେ ୨୦୧୬-୧୭ ରେ ଇଂଲଣ୍ଡ ବିପକ୍ଷରେ ୬୫୫ ରନ୍ ସ୍କୋର କରିଥିଲେ। ଏହା ସହ ସେ କୋହଲି ଓ ରାହୁଲ ଦ୍ରାବିଡଙ୍କ ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିବାରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଟେଷ୍ଟରେ ଦ୍ରୁତତମ ୧୦୦୦ ରନ୍ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍

ଯଶସ୍ୱୀ ଜୈସୱାଲ: ୯ ଟେଷ୍ଟ
ସୁନୀଲ ଗାଭାସ୍କର: ୧୧ ଟେଷ୍ଟ
ଚତେଶ୍ୱର ପୂଜାରା: ୧୧ ଟେଷ୍ଟ
ବିନୋଦ କାମ୍ୱଲି: ୧୨ ଟେଷ୍ଟ
ମୟଙ୍କ ଅଗ୍ରୱାଲ: ୧୨ ଟେଷ୍ଟ