IND vs NZ 2022: ବାପା ସେଲୁନ୍ ଚଲାନ୍ତି, ପୁଅ ଚମତ୍କାର କ୍ରିକେଟ୍ ଖେଳି ଟିମ୍ ଇଣ୍ଡିଆକୁ ମାରିଲେ ଧାଁସୁ ଏଣ୍ଟ୍ରି
Advertisement
Article Detail0/zeeodisha/odisha1420236

IND vs NZ 2022: ବାପା ସେଲୁନ୍ ଚଲାନ୍ତି, ପୁଅ ଚମତ୍କାର କ୍ରିକେଟ୍ ଖେଳି ଟିମ୍ ଇଣ୍ଡିଆକୁ ମାରିଲେ ଧାଁସୁ ଏଣ୍ଟ୍ରି

India vs New Zealand 2022: ୨୬ ବର୍ଷୀୟ କୁଲଦୀପ ସେନ ମଧ୍ୟପ୍ରଦେଶ ରିବାର ବାସିନ୍ଦା । ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ପିତା ରାମପାଲ ସେନ୍ ସିରମୋର୍ ସ୍କୋୟାରରେ ଏକ ଛୋଟ ସେଲୁନ୍ ଚଳାନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ...

 

ସୌ: ସୋସିଆଲ ମିଡିଆ

India vs New Zealand 2022: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଗାମୀ ଦିନିକିଆ ସିରିଜ ପାଇଁ ୨୬ ବର୍ଷୀୟ କୁଲଦୀପ ସେନ (Kuldeep Sen) ଭାରତୀୟ କ୍ରିକେଟ୍ ଦଳରେ (Team India) ଚୟନ ହୋଇଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ର (ICC T20 World Cup 2022) କିଛି ଦିନ ପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ପଡିବ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିରାଟ କୋହଲି (Virat Kohli), ରୋହିତ ଶର୍ମା (Rohit Sharma) ଓ କେ.ଏଲ୍ ରାହୁଲଙ୍କ(KL Rahul) ସମେତ ଅନେକ ଷ୍ଟାର ଖେଳାଳିଙ୍କୁ ଚୟନ କମିଟି ଆରାମ ଦେବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କୁ ମଧ୍ୟ ODI ସିରିଜରୁ ବିଶ୍ରାମ ଦିଆଯାଇଛି, ଯାହାଦ୍ୱାରା କୁଲଦୀପ ସେନଙ୍କ ପରି ଜଣେ ଯୁବ ଖେଳାଳି ପ୍ରଥମ ଥର ପାଇଁ ଦିନିକିଆ ଦଳ ପାଇଁ ଚୟନ ହୋଇଛନ୍ତି ।

ମଧ୍ୟପ୍ରଦେଶର ଦ୍ରୁତ ବୋଲର କୁଲଦୀପ ସେନ, ନିଜର ଦ୍ରୁତ ଗତିର ବୋଲିଂ ପାଇଁ ଜଣାଶୁଣା । କାରଣ ସେ ନିୟମିତ ଭାବରେ ୧୪୦ କିଲୋମିଟର ବେଗରେ ବୋଲିଂ କରିବାରେ କ୍ଷମତା ରଖିଛନ୍ତି । ସେ ରାଜସ୍ଥାନ ରୟାଲ୍ସ ପାଇଁ ୨୦୨୨ ସିଜିନରେ ଲାଇମଲାଇଟରେ ଆସିଥିଲେ । ସେ ଏହି ଫ୍ରାଞ୍ଚାଇଜ୍ ପାଇଁ ୭ ଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୮ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ତାଙ୍କର ଗୋଟିଏ ମ୍ୟାଚରେ ଚାରିଟି ୱିକେଟ୍ ନେବାର ରେକର୍ଡ ରହିଛି ।

କୋଲକାତାର ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ଆଇପିଏଲ୍ ୨୦୨୨ ମ୍ୟାଚ୍ ରେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିଲେ । ୨୬ ବର୍ଷୀୟ ଏହି ଖେଳାଳି ନିଜ ଡେବ୍ୟୁ ମ୍ୟାଚରେ ବୋଲିଂ ଦ୍ୱାରା ନିଜର ପ୍ରତିଭା ଦେଖାଇଥିଲେ, କାରଣ ସେ ଶେଷ ଓଭରରେ ୧୫ ରନ୍ ବଞ୍ଚାଇବାରେ ସଫଳ ହୋଇଥିଲେ ଓ ତାଙ୍କ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଜୟୀ କରିବାରେ ସାହାଯ୍ୟ କରିଥିଲେ ।

ଆଇପିଏଲ୍ ୨୦୨୨ ନିଲାମରେ ରାଜସ୍ଥାନ ରୟାଲ୍ସ ଏହି ଡାହାଣହାତୀ ଦ୍ରୁତ ବୋଲରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ରାଜସ୍ଥାନ ରୟାଲ୍ସର ଏହି ଫାଷ୍ଟ ବୋଲର ଏକ ସାଧାରଣ ପରିବାରରୁ ଆସିଛନ୍ତି, କାରଣ ତାଙ୍କ ପିତା ରାମପାଲ ସେନ୍ ମଧ୍ୟପ୍ରଦେଶର ରେୱା ସ୍ଥିତ ସିର୍ମୋର ସ୍କୋୟାରରେ ଏକ ଛୋଟ ସେଲୁନ୍ ଚଳାଉଛନ୍ତି । ସେ ଆଇପିଏଲ ସମୟରେ ରାଜସ୍ଥାନ ରୟାଲ୍ସ ମେନେଜମେଣ୍ଟକୁ ବହୁତ ପ୍ରଭାବିତ କରିଥିଲେ । ଦଳ ତରଫରୁ ସଙ୍କଟ ପରିସ୍ଥିତିରେ ମଧ୍ୟ ସେ କିଛି କଠିନ ଓଭର ବୋଲିଂ କରିଥିଲେ ।

ପ୍ରଥମ ଶ୍ରେଣୀ କ୍ରିକେଟରେ କୁଲଦୀପ ସେନଙ୍କର ଏକ ଉଲ୍ଲେଖନୀୟ ରେକର୍ଡ ରହିଛି, କାରଣ ସେ ହାରାହାରି ୨୮.୪୦ ରେ ୧୭ ଟି ମ୍ୟାଚରେ ୫୨ ୱିକେଟ୍ ନେଇଛନ୍ତି । ସେ ଲିଷ୍ଟ-ଏ ରେ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ ଖେଳି ୭ ୱିକେଟ୍ ହାସଲ କରିଛନ୍ତି । ସେ ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ଦଳ ସହ ନେଟ୍ ବୋଲର ଭାବରେ ଅନେକ ସିରିଜ୍ ଟୁର କରିଛନ୍ତି ଓ ବର୍ତ୍ତମାନ ତାଙ୍କୁ ବଡ ମଞ୍ଚରେ ନାମିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତ ଦିନିକିଆ ଦଳ: ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମନ ଗିଲ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମରାନ ମଲ୍ଲିକ, କୁଲଦୀପ ସେନ, ଅର୍ଶଦୀପ ସିଂ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।

ଏହା ବି ପଢ଼ନ୍ତୁ: IND vs BAN: ବାଙ୍ଗଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ କରିବ ବଡ଼ ପରିବର୍ତ୍ତନ, ଦଳରୁ ବାଦ ପଡିବେ ଏହି ୪ ଖେଳାଳି!