IND vs NZ 2nd ODI ପରେ ICC କଲା ଏହି ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ
Advertisement
Article Detail0/zeeodisha/odisha1539017

IND vs NZ 2nd ODI ପରେ ICC କଲା ଏହି ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

IND vs NZ 2nd ODI:  ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ଆଇସିସି ପୁରୁଷ ଦିନିକିଆ ଟିମ୍ ର଼୍ୟାଙ୍କିଙ୍ଗରେ ଏହା ଏକ ବଡ଼ କ୍ଷତି ସହିଥିବାବେଳେ ଟିମ୍ ଇଣ୍ଡିଆକୁ ଏହି ବଡ଼ ବିଜୟରୁ ଲାଭ ମିଳିଛି ।

IND vs NZ 2nd ODI ପରେ ICC କଲା ଏହି ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ICC Men's ODI Team Rankings: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ର ଦ୍ୱିତୀୟ ମ୍ୟାଚ (IND vs NZ 2nd ODI) କୁ ଟିମ୍ ଇଣ୍ଡିଆ (Team India) ୮ ୱିକେଟରେ ଜିତିଛି । ଏହା ପରେ ଆଇସିସି ପୁରୁଷ ଦିନିକିଆ ଟିମ୍ ର଼୍ୟାଙ୍କିଙ୍ଗ (ICC Men's ODI Team Rankings) ରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ଆଇସିସି ପୁରୁଷ ଦିନିକିଆ ଟିମ୍ ର଼୍ୟାଙ୍କିଙ୍ଗରେ ଏହା ଏକ ବଡ଼ କ୍ଷତି ସହିଥିବାବେଳେ ଟିମ୍ ଇଣ୍ଡିଆକୁ ଏହି ବଡ଼ ବିଜୟରୁ ଲାଭ ମିଳିଛି । ରାୟପୁରରେ ଭାରତ ଠାରୁ ହାରିବା ପରେ ନ୍ୟୁଜିଲ୍ୟାଣ୍ଡ ଏମଆରଏଫ ଟାୟାର ଆଇସିସି ପୁରୁଷ ଦିନିକିଆ ଦଳ ର଼୍ୟାଙ୍କିଙ୍ଗରେ ୨ ନମ୍ବର ସ୍ଥାନକୁ ଖସି ଆସିଛି । 

ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୧୧୫ ରେଟିଂ ପଏଣ୍ଟ ସହ ଶୀର୍ଷରେ ଥିଲା । ୧୧୩ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ, ଅଷ୍ଟ୍ରେଲିଆ ୧୧୨ ରେଟିଂ ପଏଣ୍ଟ ସହ ତୃତୀୟ ଏବଂ ୧୧୧ ରେଟିଂ ପଏଣ୍ଟ ସହ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଭାରତ ଠାରୁ ୮ ୱିକେଟରେ  ପରାସ୍ତ ହେବା ପରେ ନ୍ୟୁଜିଲ୍ୟାଣ୍ଡ ୧୧୩ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏଥି ସହିତ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଭାରତର ରେଟିଂ ପଏଣ୍ଟ ୧୧୩ ରହିଛି । ଫଳରେ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ଖସି ଆସିଛି । ଅନ୍ୟପଟେ ୧୧୩ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଟପରେ ରହିଛି । 

ଯଦି ଚଳିତ ସିରିଜରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ଆଇସିସି ODI ର଼୍ୟାଙ୍କିଙ୍ଗ (ICC Men's ODI Team Rankings) ରେ ଏକ ନମ୍ବର ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ଯଦି ଟିମ୍ ଇଣ୍ଡିଆ ଏହି ସିରିଜର କ୍ଲିନ ସ୍ୱିପ୍ କରେ, ତେବେ ଦଳର ୧୧୪ ପଏଣ୍ଟ ହୋଇଯିବ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ୧୧୧ ପଏଣ୍ଟକୁ ଖସି ଆସିବ । ଏଭଳି ପରିସ୍ଥିତିରେ ଏହି ସିରିଜ୍ ପରେ ଟିମ୍ ଇଣ୍ଡିଆରେ ODI ରେ ଏକ ନମ୍ବର ହେବାର ସୁଯୋଗ ରହିଛି । ବର୍ତ୍ତମାନ ଟିମ ଇଣ୍ଡିଆ ଏହି ସିରିଜରେ ୨-୦ ଆଗୁଆ ରହିଛି ।

ଅଧିକ ପଢ଼ନ୍ତୁ:-ସିରିଜ୍ ବିଜୟ ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଏହି ୨ ଖେଳାଳିଙ୍କୁ କହିଲେ ଟିମ୍ ଇଣ୍ଡିଆର ବିଜୟର ହିରୋ

ଅଧିକ ପଢ଼ନ୍ତୁ:-ନିଜ ଭାଇକୁ ବିବାହ କରି ଗର୍ଭବତୀ ହେଲେ ଯୁବତୀ!

ଅଧିକ ପଢ଼ନ୍ତୁ:-ଏହି ଭାରତୀୟ କ୍ରିକେଟଙ୍କୁ ଧୋକା ଦେଲେ ନିଜ ବନ୍ଧୁ, ଆକାଉଣ୍ଟରୁ ଲୁଟି ନେଲେ ୪୪ ଲକ୍ଷ ଟଙ୍କା

ଚଳିତ ବର୍ଷ ଶେଷରେ ଦିନିକିଆ ବିଶ୍ୱକପ (ODI World Cup 2023) ଭାରତରେ ଖେଳାଯିବ । ନିକଟ ଅତୀତରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ODI ସିରିଜରୁ ଟିମ୍ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିଛି । ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍ ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୧ ମସିହାରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ଦିନିକିଆ ବିଶ୍ୱକପ୍ ଜିତିଥିଲା, ଏହି ବିଶ୍ୱକପ୍ ସେତେବେଳେ ଭାରତରେ ଖେଳାଯାଇଥିଲା ।