IND vs NZ 2nd T20: ଦ୍ୱିତୀୟ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦଳକୁ ଫେରିବା ଅସମ୍ଭବ
Advertisement

IND vs NZ 2nd T20: ଦ୍ୱିତୀୟ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦଳକୁ ଫେରିବା ଅସମ୍ଭବ

IND vs NZ 2nd T20: ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜକୁ ଟିମ୍ ଇଣ୍ଡିଆ ୧-୧ରେ ବରାବର କରିନେଇଛି । ଏହି ଟି-20 ମ୍ୟାଚରେ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଥିବା ଜଣେ ଖେଳାଳି ଅଛନ୍ତି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପାଦରେ କୁରାଢ଼ୀ ମାରିଛନ୍ତି । 

IND vs NZ 2nd T20: ଦ୍ୱିତୀୟ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦଳକୁ ଫେରିବା ଅସମ୍ଭବ

India vs New Zealand 1st T20: ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚ (IND vs NZ 2nd T20 Match) ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆ (Team India) କୁ ୬ ୱିକେଟରେ ପରାସ୍ତ କରିଛି । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (India vs New Zealand T20 Series) କୁ ଟିମ୍ ଇଣ୍ଡିଆ ୧-୧ରେ ବରାବର କରିନେଇଛି । ଏହି ଟି-20 ମ୍ୟାଚରେ ଭାରତୀୟ ଦଳ (Indian Cricket Team) ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଥିବା ଜଣେ ଖେଳାଳି ଅଛନ୍ତି । ଏହି ଖେଳାଳିଙ୍କୁ ସୁଯୋଗ ଦେଇ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜ ପାଦରେ କୁରାଢ଼ୀ ମାରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚ୍ (IND vs NZ 1st T20 Match) ଓ ବର୍ତ୍ତମାନ ଲକ୍ଷ୍ନୌରେ ଖେଳାଯାଇଥିବା ଟି-20 ମ୍ୟାଚ୍ ସହିତ ଟିମ୍ ଇଣ୍ଡିଆ (Team India) ର ଏହି ଫ୍ଲପ୍ ଖେଳାଳିଙ୍କ ଟି-20 କ୍ୟାରିୟର ଶେଷ ହେଉଥିବାର ନଜରକୁ ଆସୁଛି । ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -20 ମ୍ୟାଚରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ବର୍ତ୍ତମାନ ଦ୍ୱିତୀୟ ଟ-20 ମ୍ୟାଚରେ ଏହି ଖେଳାଳି ବ୍ୟାଟିଂରେ ସମ୍ପୂର୍ଣ୍ଣ ଫ୍ଲପ୍ ବୋଲି ପ୍ରମାଣିତ କରିଛନ୍ତି । ଏହି ଖେଳାଳିଙ୍କ ଫ୍ଲପ୍ ପ୍ରଦର୍ଶନ ଦଳକୁ ଅସୁବିଧାରେ ପକାଇବା କାର୍ଯ୍ୟ କରିଛି । 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ (Rahul Tripathi) ଙ୍କୁ ସୁଯୋଗ ଦେଇ ବିସିସିଆଇ (BCCI) ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜ ଗୋଡରେ କୁରାଢ଼ୀ ମାରିଛନ୍ତି । ଦ୍ୱତୀୟ ଟି-20 ମ୍ୟାଚରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦେଇ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡ (Rahul Dravid) ସବୁଠାରୁ ବଡ଼ ଭୁଲ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ଦ୍ରାବିଡ ପୃଥ୍ୱୀ ଶ'ଙ୍କ ବଦଳରେ ଦଳର ଚୂଡ଼ାନ୍ତ ଏକାଦଶରେ ରାହୁଲ ତ୍ରିପାଠୀଙ୍କୁ ପୁଣି ଥରେ ସୁଯୋଗ ଦେଇଥିଲେ । କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡଙ୍କ ଏହି ନିଷ୍ପତ୍ତି ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଛି ।

ରାହୁଲ ତ୍ରିପାଠୀଙ୍କ ଉପରେ ଅତ୍ୟଧିକ ନିର୍ଭର କରି ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଞ୍ଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚରେ ନମ୍ବର 3 ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାଟିଂ ପାଇଁ ତାଙ୍କୁ ସୁଯୋଗ ଦେଇଥିଲେ । ରାହୁଲ ତ୍ରିପାଠୀ ନମ୍ବର ୩ରେ ବ୍ୟାଟିଂ କରି ଫ୍ଲପ୍ ହୋଇଛନ୍ତି ଓ ୧୮ ବଲରେ ୧୩ ରନ୍ କରି ଆଉଟ ହୋଇଥିଲେ । ସେହିପରି ପ୍ରଥମ ଟି-20 ମ୍ୟାଚରେ ରାହୁଲ ତ୍ରିପାଠୀ ୦ ରନରେ ଆଉଟ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହାକୁ କଲେ ଦାୟୀ

ଅଧିକ ପଢ଼ନ୍ତୁ:-ନବ ଦାସଙ୍କ ସମ୍ମାନରେ ରାଜ୍ୟ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ

 

କୌଣସି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବା ଅତ୍ୟନ୍ତ କଷ୍ଟକର ବୋଲି ମନେ କରାଯାଏ । ରାହୁଲ ତ୍ରିପାଠୀ ଅନେକ ମୂଲ୍ୟବାନ ସୁଯୋଗ ନଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ଫେବୃଆରୀ ୧ (ବୁଧବାର ଦିନ) ଅହମ୍ମଦାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚରେ ରାହୁଲ ତ୍ରିପାଠୀଙ୍କୁ ଡ୍ରପ କରାଯାଇପାରେ । ଏଭଳି ପରିସ୍ଥିତିରେ ରାହୁଲ ତ୍ରିପାଠୀ ସବୁଦିନ ପାଇଁ ଟି-20 ଦଳରୁ  ଆଉଟ ହୋଇପାରନ୍ତି । ରାହୁଲ ତ୍ରିପାଠୀଙ୍କ ଟି-20 କ୍ୟାରିୟର ମଧ୍ୟ ଶେଷ ହେବ । ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚରେ ପୃଥ୍ୱୀ ଶୋ'ଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କୁ ସୁଯୋଗ ଦେବେ । ତୃତୀୟ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ନମ୍ବର ୩ରେ ମଇଦାନକୁ ଓହ୍ଲାଇପାରନ୍ତି ଓ ଶୁଭମାନ ଗିଲଙ୍କ ସହ ପୃଥ୍ୱୀ ଶୋ' ଓପନିଂ କରିପାରନ୍ତି ।