IND vs PAK World Cup 2022: ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି
Advertisement
Article Detail0/zeeodisha/odisha1407041

IND vs PAK World Cup 2022: ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି

IND vs PAK World Cup 2022: ଏହି ମ୍ୟାଚ୍ ଅଧିକ ଦମଦାର୍ ଏଥିପାଇଁ ହେବ । କାରଣ ଏହି ମ୍ୟାଚ୍ ଜିତିବା ବ୍ୟତୀତ ଭାରତ ପାଖରେ କୌଣସି ବିକଳ୍ପ ନାହିଁ, ପ୍ରଥମତଃ ଗତ ଟି-20 ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟତଃ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ଏହି ବିଶ୍ୱକପରେ ଏକ ପଜିଟିଭ ଆରମ୍ଭ କରିବାକୁ ଚାହିଁବ । 

IND vs PAK World Cup 2022: ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି

IND vs PAK World Cup 2022: ପ୍ରଶଂସକମାନଙ୍କୁ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ଅବଶ୍ୟ, ଏଥର ଏହି ମ୍ୟାଚ୍ ଶେଷ ମ୍ୟାଚ୍ ଅପେକ୍ଷା ଅଧିକ ଧମାକାଦାର ଓ ଟକ୍କର ହେବ ବୋଲି ଆଶା କରାଯାଉଛି । କାରଣ ପ୍ରାୟ ଏକ ବର୍ଷ ପରେ ଉଭୟ ଦଳ ଆଇସିସି ଇଭେଣ୍ଟରେ ପରସ୍ପର ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ । ତେବେ ଚଳିତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ (India vs Pakistan Match) ହୋଇସାରିଛି । ଆଜି ଅର୍ଥାତ ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ଟି-20 ବିଶ୍ୱକପ (T20 World Cup 2022) ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଉ ପ୍ରଶଂସକମାନେ ଉତ୍ସାହର ସହ ଏହି ମ୍ୟାଚକୁ ଚାହିଁ ବସିଛନ୍ତି ।

ଚଳିତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ ୟୁଏଇରେ ଖେଳାଯାଇଥିବା ଏସିଆ କପ୍ ସମୟରେ ହୋଇଥିଲା । ଏସିଆ କପ୍ ଜିତିବା ପାଇଁ ଭାରତ ପ୍ରବଳ ଦାବିଦାର ଥିଲା ଓ ଦଳ ଏହାର ଉଦଘାଟନୀ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏହା ପ୍ରମାଣ କରିଥିଲା ।​ ଏହି ମ୍ୟାଚ୍ ବିଷୟରେ ଆଲୋଚନା କରିବା ତ  ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ୧୯.୫ ଓଭରରେ ମାତ୍ର ୧୪୭ ରନ୍ ସ୍କୋର କରି ସମସ୍ତ ୱିକେଟ୍ ହରାଇଥିଲା । ହାର୍ଦ୍ଦିକଙ୍କୁ ୩ଟି, ଭୁବନେଶ୍ୱର ୪ଟି ଏବଂ ଅର୍ଶଦୀପ ସିଂଙ୍କୁ ୨ଟି ୱିକେଟ୍ ମିଳିଥିଲା । ଟାର୍ଗେଟକୁ ପିଛା କରି ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଏକ ଦମଦାର୍ ଇନିଂସ ଖେଳିଥିଲେ ।

କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟର ସୁପର ୪ ପର୍ଯ୍ୟାୟରେ ପାକିସ୍ତାନ ପାଲଟା ଆକ୍ରମଣ କରି ଭାରତକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚ୍‌ରେ କୋହଲି ୬୦ ରନର ଏକ ଦମଦାର୍ ଇନିଂସ ଖେଳିଥିଲେ । ତେବେ ଭାରତୀୟ ବୋଲରମାନେ ଯଥାସମ୍ଭବ ପ୍ରଦର୍ଶନ କରିପାରିନଥିଲେ ଓ ଟିମ୍ ଇଣ୍ଡିଆ ମ୍ୟାଚକୁ ୫ ୱିକେଟରେ ହାରି ଯାଇଥିଲା । ମହମ୍ମଦ ରିଜୱାନ ପାକିସ୍ତାନ ପାଇଁ ୭୦ ରନର ଇନିଂସ ଖେଳିଥିଲେ । ଏହି ଉଭୟ ମ୍ୟାଚ୍ ଶେଷ ଓଭରରେ ଶେଷ ହୋଇଥିଲା, ଯେଉଁଥିପାଇଁ ଏହି ମ୍ୟାଚରେ ଏକ ରୋମାଞ୍ଚକର ସ୍ଥିତି ଜାରି ରହିଥିଲା ।

ସେପଟେ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟି-20 ବିଶ୍ୱକପରେ ଉଭୟ ଦଳ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ମ୍ୟାଚ୍ ରବିବାର (ଅକ୍ଟୋବର ୨୩) ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରାୟ ୯୦ ହଜାର ହଜାର ଦର୍ଶକ ମୈଦାନରେ ଉପସ୍ଥିତ ରହିବେ ଓ ଅଧିକାଂଶ ଭାରତୀୟ ପ୍ରଶଂସକ ସେଠାରେ ଉପସ୍ଥିତ ରହିବେ । ତେଣୁ ଯଦି ବର୍ଷା ଏହି ମ୍ୟାଚ୍ ଉପରେ ପ୍ରଭାବ ପକାଇବ ନାହିଁ, ତେବେ ଏହି ମ୍ୟାଚ୍ ଖେଳାଳି ତଥା ପ୍ରଶଂସକଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

ଗତ ବର୍ଷ ୟୁଏଇରେ ଉଭୟ ଦଳ ମଧ୍ୟରେ ଟି-20 ବିଶ୍ୱକପ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳାଯାଇଥିଲା ଓ ଏଥର ଏହା ଅକ୍ଟୋବର ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଗୋଟିଏ ବର୍ଷ ପରେ ଏହି ଦୁଇ ଦଳ ଏହି ମେଗା ଇଭେଣ୍ଟରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଅଧିକ ଦମଦାର୍ ଏଥିପାଇଁ ହେବ । କାରଣ ଏହି ମ୍ୟାଚ୍ ଜିତିବା ବ୍ୟତୀତ ଭାରତ ପାଖରେ କୌଣସି ବିକଳ୍ପ ନାହିଁ, ପ୍ରଥମତଃ ଗତ ଟି-20 ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟତଃ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ଏହି ବିଶ୍ୱକପରେ ଏକ ପଜିଟିଭ ଆରମ୍ଭ କରିବାକୁ ଚାହିଁବ । ଚଳିତ ବର୍ଷ ଅନୁଷ୍ଠିତ ଉଭୟ ମ୍ୟାଚ୍‌ରେ ଭାରତର ଷ୍ଟାର ଦ୍ରୁତ୍ ବୋଲର ଜସପ୍ରୀତ ବୁମ୍ରା ଖେଳିପାରିନଥିଲେ । ପୁଣି ଥରେ ସେ ଏହି ହାଇ ଭୋଲଟେଜ ମ୍ୟାଚର ଅଂଶ ନୁହଁନ୍ତି, ଯାହାକୁ ଭାରତ ମିସ୍ କରିବ । ଅନ୍ୟପକ୍ଷରେ ପାକିସ୍ତାନର ଷ୍ଟାର୍ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଆଣ୍ଠୁରେ ଆଘାତ ପାଇବା ପରେ ମୈଦାନକୁ ରିଟର୍ଣ୍ଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ସକାଳୁ ଉଠିବା ମାତ୍ରେ କରନ୍ତୁ ଏସବୁ କାମ, ଦିନସାରା ହେବ ନାହିଁ କୌଣସି ଅସୁବିଧା

ଅଧିକ ପଢ଼ନ୍ତୁ:- ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

ଶାହିନ୍ ଏସିଆ କପର ଉଭୟ ମ୍ୟାଚ୍ ଖେଳି ନଥିଲେ । ଗତ ବିଶ୍ୱକପରେ ସେ ଭାରତର ଟପ୍ ଅର୍ଡରକୁ ଖେଳିବାକୁ ଦେଇଥିଲେ, ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଫ୍ରିଦିଙ୍କ ବିପକ୍ଷରେ ଭଲ ଖେଳିବାକୁ ପଡ଼ିବ । ଏଥି ସହିତ ଭାରତ ପାଇଁ ଖୁସି ଖବର ହେଉଛି ମହମ୍ମଦ ଶାମି ୱାର୍ମ ଅପ୍ ମ୍ୟାଚରେ ମାତ୍ର ୧ ଓଭର ବୋଲିଂ କରିବାକୁ ଅଷ୍ଟ୍ରେଲିଆ ବିପକ୍ଷରେ ଆସିଥିଲେ ଓ ଏହି ଓଭରରେ ସେ ଅଷ୍ଟ୍ରେଲିଆର ୩ ୱିକେଟ୍ ନେଇଥିଲେ ।

ଭାରତୀୟ ଦଳର ବୋଲରଙ୍କ ଦକ୍ଷତା ଅଛି କିନ୍ତୁ ସେମାନେ ମ୍ୟାଚରେ ଖରାପ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ପାକିସ୍ତାନର ବ୍ୟାଟିଂ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ଆଖପାଖରେ ଘେରି ରହିଛି । ଏଭଳି ପରିସ୍ଥିତିରେ ଯଦି ଭାରତୀୟ ଦଳର ବୋଲରମାନେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ୍ କରିଦିଅନ୍ତି, ତେବେ ଭାରତ ପାଇଁ ମ୍ୟାଚ୍ ଜିତିବା ବହୁତ ସହଜ ହେବ । ତଥାପି, ଯଦି ଏହା ନ ଘଟେ, ତେବେ ଏହା ଭାରତ ପାଇଁ ଚିନ୍ତାର ବିଷୟ ହେବ । କାରଣ ଯଦି ଏହି ଦୁଇ ଜଣ ଅଧିକ ସମୟ ଖେଳନ୍ତି, ତେବେ ଭାରତ ପାଇଁ ସମସ୍ୟା ବୃଦ୍ଧି ପାଇବ । ଅନ୍ୟପକ୍ଷରେ ପାକିସ୍ତାନର ଦ୍ରୁତ ବୋଲିଂ ଆକ୍ରମଣ ଅତ୍ୟନ୍ତ ବିପଜ୍ଜନକ । ଏହି ଟିମରେ ବୋଲରମାନେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରୁଛନ୍ତି, ଯାହା ଭାରତୀୟ ବ୍ୟାଟିଂ କ୍ରମକୁ ଧ୍ୱସ୍ତ କରିବାର ଦମ୍ ରଖିଥାଏ ।