IND vs SL: ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା
Advertisement
Article Detail0/zeeodisha/odisha1527949

IND vs SL: ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା

Suryakumar Yadav: ସିରିଜର ତୃତୀୟ ତଥା ମ୍ୟାଚ୍ ଜାନୁଆରୀ ୧୫ରେ କେରଳର ଥିରୁବନନ୍ତପୁରମରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୨-୦ରେ ଆଗୁଆ ରହିଛି । ତେଣୁ ଶେଷ ଦିନିକିଆ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳର ପ୍ଲେଇଙ୍ଗ 11 ବା ଚୂଡ଼ାନ୍ତ ଏକାଦଶରେ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରିପାରନ୍ତି ବୋଲି ମନେ କରାଯାଉଛି । 

IND vs SL: ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା

Suryakumar Yadav India vs Sri Lanka 3rd ODI: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜି (IND vs SL ODI Series) ଚାଲିଛି । ଏହି ସିରିଜର ତୃତୀୟ ତଥା ମ୍ୟାଚ୍ (IND vs SL 3rd ODI Match) ଜାନୁଆରୀ ୧୫ରେ କେରଳର ଥିରୁବନନ୍ତପୁରମରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ୨-୦ରେ ଆଗୁଆ ରହିଛି । ତେଣୁ ଶେଷ ଦିନିକିଆ (India vs Sri Lanka 3rd ODI) ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଦଳର ପ୍ଲେଇଙ୍ଗ 11 ବା ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ସାମିଲ କରିପାରନ୍ତି ବୋଲି ମନେ କରାଯାଉଛି । 

ଏଠାରେ କହି ରଖୁଛୁ ଯେ, ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏପର୍ଯ୍ୟନ୍ତ ଏହି ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଶ୍ରେୟସ୍ ଆୟର (Shreyas Iyer) ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ସେ ଏହି ଦୁଇଟି ମ୍ୟାଚରେ ଅଧିନାୟକଙ୍କ ବିଶ୍ୱାସ ଭାଙ୍ଗିଛନ୍ତି । ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାର ଯାଦବ ସିରିଜର ଶେଷ ମ୍ୟାଚରେ ଶ୍ରେୟସ ଆୟରଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦେଶର ଏକ ଅଂଶ ହୋଇପାରନ୍ତି । 

ସୂର୍ଯ୍ୟକୁମାର ଯାଦବ (Suryakumar Yadav) ବର୍ତ୍ତମାନ ସମୟରେ ଦମଦାର୍ ଫର୍ମରେ ଅଛନ୍ତି । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ତାଙ୍କର ଶେଷ ଅନ୍ତର୍ଜାତୀୟ ଟି-20 ଇନିଂସରେ ଏକ ଶତକ ହାସଲ କରିଥିଲେ । ସିରିଜର ପ୍ରଥମ ମ୍ୟାଚରେ ଶ୍ରେୟସ ଆୟର ୨୪ ବଲର ସାମ୍ନା କରି ମାତ୍ର ୨୮ ରନ ଯୋଗଦାନ କରିଥିଲେ । ଏହି ଇନିଂସରେ ଶ୍ରେୟସ ଆୟର ମାତ୍ର ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏଥି ସହିତ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରେୟସ୍ ଆୟର (Shreyas Iyer)  ୩୩ ବଲରେ ୨୮ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ତାଙ୍କ ବ୍ୟାଟରୁ ୫ଟି ଚୌକା ବାହାରି ଥିଲା । ଶ୍ରେୟସ୍ ଆୟରଙ୍କ ଏହି ଖରାପ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ତାଙ୍କୁ ଭାରି ପଡ଼ିପାରେ ।

ଅଧିକ ପଢ଼ନ୍ତୁ:-ହଠାତ୍ ବନ୍ଦ କରିବାକୁ ପଡ଼ିଲା ଭାରତ ଯୋଡ଼ୋ ଯାତ୍ରା, ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା କଂଗ୍ରେସ ସାଂସଦଙ୍କ ଦେହାନ୍ତ

ସୂଚନାଯୋଗ୍ୟ, ୨୦୨୨ ବର୍ଷ ଶ୍ରେୟସ୍ ଆୟର (Shreyas Iyer) ଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା । ଗତ ବର୍ଷ ୧୭ଟି ଦିନିକିଆ ମ୍ୟାଚରେ ଶ୍ରେୟସ୍ ଆୟର ୭୨୪ ରନ୍ ସ୍କୋର କରିଥିଲେ । ଶ୍ରେୟସ୍ ଆୟର ଚଳିତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏଥି ସହିତ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ ।

ଏଠାରେ କହି ରଖୁଛୁ ଯେ, ସୁର୍ଯ୍ୟକୁମାର ଯାଦବ (Suryakumar Yadav) ଏହି ସମୟରେ ଭାରତର ଅନ୍ୟତମ ପ୍ରମୁଖ ଖେଳାଳି । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୬ଟି ଦିନିକିଆ ଓ ୪୫ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ୩୨.୦ ଏଭେରେଜରେ ୩୮୪ ରନ୍ କରିଥିବାବେଳେ ଟି-20ରେ ସେ ୩ଟି ଶତକ ସହିତ ୪୬.୪୧ ଏଭେରେଜରେ ୧୫୭୮ ରନ୍ ସଂଗ୍ରହ କରିଛନ୍ତି ।