IND vs WI 1st ODI: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା, କପିଲ ଦେବଙ୍କୁ ପଛରେ ପକାଇ ହୋଇଗଲେ ନମ୍ବର-1 ବୋଲର
Advertisement

IND vs WI 1st ODI: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା, କପିଲ ଦେବଙ୍କୁ ପଛରେ ପକାଇ ହୋଇଗଲେ ନମ୍ବର-1 ବୋଲର

IND vs WI 1st ODI: କେନ୍ସିଙ୍ଗଟନ୍ ଓଭାଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରବିନ୍ଦ୍ର ଜାଡେଜା (Ravindra Jadeja) ଏକ ପ୍ରମୁଖ ସଫଳତା ହାସଲ କରିଛନ୍ତି ।

ସାଙ୍କେତିକ ଫଟୋ

Ravindra Jadeja breaks Kapil Dev's 30-year-old ODI record: କେନ୍ସିଙ୍ଗଟନ୍ ଓଭାଲରେ (Kensington Oval) ଭାରତ ଓ ୱେଷ୍ଟଇଣ୍ଡିଜ୍ (India and West) ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭ୍ରମଣକାରୀ ଦଳ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ୫ ୱିକେଟରେ ବିଜୟ ହାସଲ କରିଥିଲା । ଏହା ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୧-୦ ରେ ଆଗରେ ରହିଛି । ଏହି ମ୍ୟାଚରେ ଭାରତୀୟ ଦଳର (Indian team) ବୋଲିଂ ଉତ୍କୃଷ୍ଟ ଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ନିଜ ଘାତକ ସ୍ପିନ ବୋଲିଂରେ କାରିବିଆନ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲେନ ପଠାଇଥିଲେ । ଜାଡେଜା ଏହି ମ୍ୟାଚ୍‌ରେ ୩ ୱିକେଟ୍ ନେଇ ନିଜ ନାମରେ ଏକ ବଡ଼ ରେକର୍ଡ ଲିପିବଦ୍ଧ କରିଥିଲେ ।

କପିଲ ଦେବଙ୍କୁ ଅପଛରେ ପକାଇଲେ ରବିନ୍ଦ୍ର ଜାଡେଜା 
ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ମାତ୍ର ୬ ଓଭର ବୋଲିଂ କରିଥିଲେ ଓ ଏଥିରେ ସେ ୩୭ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ । ଜାଡେଜା ଶିମ୍ରନ୍ ହେଟମିୟର, ରୋମେନ ପାୱେଲ ଓ ରୋମାନିଆ ଶେପାର୍ଡଙ୍କୁ ନିଜର ଶିକାର କରିଥିଲେ । ମ୍ୟାଚ୍‌ରେ ୩ ୱିକେଟ୍ ନେବା ସହ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ରେ ସର୍ବାଧିକ ୱିକେଟ୍ ନେଇଛନ୍ତି । କାରିବିଆନ୍ ଦଳ ବିପକ୍ଷରେ ସେ ନିଜପ ୪୪ ୱିକେଟ୍ ପୂରା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ ୪୩ ୱିକେଟ୍ ନେଇ ଚାମ୍ପିଅନ୍ ଖେଳାଳି କପିଲ ଦେବଙ୍କୁ (Kapil Dev) ପଛରେ ପକାଇ ଦେଇଛନ୍ତି । ଏହି ତାଲିକାରେ ଅନିଲ କୁମ୍ବଲେ (୪୧), ମହମ୍ମଦ ଶାମି (୩୭) ଓ ହରଭଜନ ସିଂ (୩୩) ୱିକେଟ୍ ନେଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ସଫଳ ବୋଲର 
1. ରବିନ୍ଦ୍ର ଜାଡେଜା - ୪୪ ୱିକେଟ୍
2. କପିଲ ଦେବ - ୪୩ ୱିକେଟ୍
3. ଅନିଲ କୁମ୍ବଲେ - ୪୧ ୱିକେଟ୍
4. ମହମ୍ମଦ ଶାମି - ୩୭ ୱିକେଟ୍
5. ହରଭଜନ ସିଂ -୩୩ ୱିକେଟ୍

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏପରି ଥିଲା ପ୍ରଥମ ଦିନିକିଆ ମ୍ୟାଚ୍
ମ୍ୟାଚ୍ ବିଷୟରେ କହିବାକୁ ଗଲେ ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ୧୦ ଓଭର ପରେ ୩ ୱିକେଟ୍ ହରାଇ ୫୩ ରନ୍ କରିଥିଲା । ଏହା ପରେ କାରିବିଆନ୍ ଦଳର ବ୍ୟାଟିଂ ଅର୍ଡର ବିଫଳ ହୋଇଥିଲା । କ୍ରମାଗତ ୱିକେଟ୍ ପତନ ମଧ୍ୟରେ କ୍ୟାପଟେନ୍ ଶାଇ ହୋପ୍ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ ଓ ସମଗ୍ର ଦଳ ୨୩ ଓଭରରେ ଅଲ୍ ଆଉଟ ହୋଇ ଯାଇଥିଲା । କୁଲଦୀପ ଯାଦବ ଭାରତ ପାଇଁ ସର୍ବାଧିର ୪ ୱିକେଟ୍ ନେଇଥିଲେ । ଭାରତର ବ୍ୟାଟିଂ ବିଷୟରେ କହିଲେ କିଶାନ (୫୨) ଓ ସୂର୍ଯ୍ୟକୁମାର ଯାଦବ (୧୯) ଇନିଂସ ଯୋଗୁଁ ଭାରତ ଏହି ଛୋଟ ଲକ୍ଷ୍ୟକୁ ୫ ୱିକେଟ ହରାଇ ହାସଲ କରି ନେଇଥିଲା ।

ଏହା ବି ପଢ଼ନ୍ତୁ: '6 6 6 6 6, କ୍ରିକେଟ୍ ପଡ଼ିଆରେ ନଜର ଆସିଲେ ଦ୍ୱିତୀୟ' ରିଙ୍କୁ ସିଂ', ଶେଷ ଓଭରରେ ମାରିଲେ ଲଗାତର ୫ ଛକା

ଏହା ବି ପଢ଼ନ୍ତୁ: Virat Kohli Records: ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଙ୍ଗଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ଭଲ ବ୍ୟାଟ୍ସମ୍ୟାନ! ଏଠାରେ ଦେଖନ୍ତୁ ରେକର୍ଡ