NZ vs SL: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବିରାଟ କୋହଲିଙ୍କ ବନ୍ଧୁ ଭାରତକୁ ଦେଲେ ଏହି ଖାସ୍ ଗିଫ୍ଟ
Advertisement

NZ vs SL: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବିରାଟ କୋହଲିଙ୍କ ବନ୍ଧୁ ଭାରତକୁ ଦେଲେ ଏହି ଖାସ୍ ଗିଫ୍ଟ

WTC Final: ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଦ୍ୱାରା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲର ଟିକେଟ୍ ଗିଫ୍ଟରେ ମିଳିଛି । ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତ କରିଛି । ଶେଷ ବଲରେ ନ୍ୟୁଜିଲ୍ୟାଣ୍ଡ (New Zealand) କୁ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା ଓ ବଲ୍ କେନ୍ ୱିଲିୟମସନଙ୍କ ବ୍ୟାଟକୁ ନ ଲାଗିବା ସତ୍ତ୍ୱେ ସେ ଦୌଡ଼ି ୧ ରନ୍ ପୂରା କରିନେଇଥିଲେ । ଏହା ସହିତ ଶ୍ରୀଲଙ୍କା  WTC ଫାଇନାଲ ରେସରୁ ବାହାର ହୋଇଯାଇଛି । 

NZ vs SL: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ବିରାଟ କୋହଲିଙ୍କ ବନ୍ଧୁ ଭାରତକୁ ଦେଲେ ଏହି ଖାସ୍ ଗିଫ୍ଟ

India Qualify For ICC WTC Final: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ (India vs Australia 4th Test Match) ଜାରି ରହିଛି । ଏହି ମ୍ୟାଚର ଆଜି ପଞ୍ଚମ ଦିନର ଖେଳ ଜାରି ରହିଛି । ଏହି ସମୟରେ ଟିମ୍ ଇଣ୍ଡିଆ (Team India) କୁ ସବୁଠାରୁ ବଡ଼ ଉପହାର ମିଳିଛି । ଅହମ୍ମଦାବାଦରେ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ (Indian Cricket Team) କଙ୍ଗାରୁ ଦଳ ବିପକ୍ଷରେ ସଂଘର୍ଷ କରୁଛନ୍ତି । ଏହି ସମୟରେ ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଦ୍ୱାରା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (ICC WTC Final) ର ଟିକେଟ୍ ଗିଫ୍ଟରେ ମିଳିଛି । ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତ କରିଛି । ଶେଷ ବଲରେ ନ୍ୟୁଜିଲ୍ୟାଣ୍ଡ (New Zealand) କୁ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା ଓ ବଲ୍ କେନ୍ ୱିଲିୟମସନ (Kane Williamson) ଙ୍କ ବ୍ୟାଟକୁ ନ ଲାଗିବା ସତ୍ତ୍ୱେ ସେ ଦୌଡ଼ି ୧ ରନ୍ ପୂରା କରିନେଇଥିଲେ । ଏହା ସହିତ ଶ୍ରୀଲଙ୍କା (Sri Lanka) WTC ଫାଇନାଲ (WTC Final) ରେସରୁ ବାହାର ହୋଇଯାଇଛି । ଅନ୍ୟପଟେ ଭାରତୀୟ ଦଳ ପାଇଁ ଫାଇନାଲକୁ ଯିବାର ରାସ୍ତା ସଫା ହୋଇଯାଇଛି ।

ପ୍ରକୃତରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ICC World Test Championship) ର ଟାଇଟଲ୍‌ ମ୍ୟାଚ୍‌ରେ ପହଞ୍ଚିବା ପାଇଁ ଅହମ୍ମଦାବାଦରେ ଭାରତକୁ ଏକ ବିଜୟର ଆବଶ୍ୟକତା ଥିଲା । ଅନ୍ୟପକ୍ଷରେ ଶ୍ରୀଲଙ୍କା ଉଭୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାର ଆବଶ୍ୟକତା ଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହିଁ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରିଛି । ​​ତେଣୁ ଭାରତକୁ ଫାଇନାଲ ଟିକେଟ ମିଳିଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବ । ଏହି ମ୍ୟାଚ ଜୁନ ୭ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାର ଅଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ WTC ଫାଇନାଲ ମ୍ୟାଚ୍ ଖେଳାଯିବାର ଅଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ୨୮୫ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଆୟୋଜକ ଦଳ ୭୦ ଓଭରରେ ୮ ୱିକେଟ ହରାଇ ୨୮୫ ରନର ଲକ୍ଷ୍ୟ ପୂରା କରିନେଇଥିଲା । ପଞ୍ଚମ ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବର୍ଷା ଯୋଗୁଁ ଖେଳାଯାଇ ପାରି ନଥିଲା, କିନ୍ତୁ ଯେତେବେଳେ ଖେଳ ଆରମ୍ଭ ହେଲା, କେନ୍ ୱିଲିୟମ୍ସନ୍ ଓ ଡ୍ୟାରିଲ୍ ମିଚେଲ ଚମତ୍କାର ବ୍ୟାଟିଂ କରିଥିଲେ । ଶତକରୁ ବଞ୍ଚିତ ହୋଇଥିବା ମିଚେଲ ୮୬ ବଲରେ ୮୧ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ଇନିଂସରେ ୩ ଚୌକା ଓ ୪ ଛକା ସାମିଲ ଥିଲା । ଟମ ଲାଥାମ ୨୪ ଓ ହେନେରୀ ନିକୋଲ୍ସ ୨୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଚମତ୍କାର ବ୍ୟାଟିଂ କରି ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ନିଜର ୨୭ତମ ଟେଷ୍ଟ ଶତକ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ଖୁସି ଖବର: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ-ଯେଉଁ କାମ ବିରାଟ-ରୋହିତ-ସ୍ମିଥଙ୍କ ପରି ଦିଗ୍ଗଜମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଛନ୍ତି କେଏସ୍ ଭରତ