IND vs BAN 1st Test: ରୋହିତ ଶର୍ମାଙ୍କ ସ୍ଥାନରେ ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ହେଲେ ଅଧିନାୟକ, ପଡ଼ିଆରେ ଧୋନିଙ୍କ ଭଳି ନିଅନ୍ତି ନିଷ୍ପତ୍ତି
Advertisement
Article Detail0/zeeodisha/odisha1483584

IND vs BAN 1st Test: ରୋହିତ ଶର୍ମାଙ୍କ ସ୍ଥାନରେ ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ହେଲେ ଅଧିନାୟକ, ପଡ଼ିଆରେ ଧୋନିଙ୍କ ଭଳି ନିଅନ୍ତି ନିଷ୍ପତ୍ତି

IND vs BAN 1st Test: ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ବର୍ତ୍ତମାନ ଜଣେ ଷ୍ଟାର ଖେଳାଳିଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି । ଏହି ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ପରି ପଡ଼ିଆରେ ନିଷ୍ପତ୍ତି ନିଅନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

IND vs BAN 1st Test: ରୋହିତ ଶର୍ମାଙ୍କ ସ୍ଥାନରେ ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ହେଲେ ଅଧିନାୟକ, ପଡ଼ିଆରେ ଧୋନିଙ୍କ ଭଳି ନିଅନ୍ତି ନିଷ୍ପତ୍ତି

India vs Bangaldesh 1st Test Indian Captain: ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ (Indian Cricket Team) ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ ODI ସିରିଜ୍ (India vs Bangladesh ODI Series) ଖେଳି ସାରିବା ପରେ ଏବେ ବାଂଲାଦେଶ ବିପକ୍ଷରେ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (IND vs BAN Test Series) ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳ (Indian Team) କୁ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ (Indian Test Captain) ରୋହିତ ଶର୍ମା (Rohit Sharma) ଆହତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚ (IND vs BAN 1st Test) ରୁ ବାଦ ପଡିଛନ୍ତି । ବର୍ତ୍ତମାନ ଜଣେ ଷ୍ଟାର ଖେଳାଳିଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି । ଏହି ଖେଳାଳି ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ପରି ପଡ଼ିଆରେ ନିଷ୍ପତ୍ତି ନିଅନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ (India vs Bangaldesh First Test Match) ପାଇଁ ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ କେଏଲ ରାହୁଲ ଟିମ୍ ଇଣ୍ଡିଆ (Team India) ଙ୍କୁ ଟିମ୍ ଇଣ୍ଡିଆର କମାଣ ମିଳିସାରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କେଏଲ ରାହୁଲ ଟିମ୍ ଇଣ୍ଡିଆର କମାଣ ସମ୍ଭାଳି ଥିଲେ,  ଯେଉଁଥିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କେଏଲ ରାହୁଲ ଆଇପିଏଲ (IPL) ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (Lucknow Super Giants) ର ଅଧିନାୟକ ଅଛନ୍ତି ।

(KL Rahul) ଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (Lucknow Super Giants) ଦଳ ଆଇପିଏଲ୍ ୨୦୨୨ (IPL 2022) ରେ ପ୍ଲେ ଅଫ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା ।​ କେଏଲ ରାହୁଲ ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ପରି ପଡ଼ିଆରେ ନିଷ୍ପତ୍ତି ନିଅନ୍ତି । କେଏଲ ରାହୁଲ DRS ନେବା ଓ ବୋଲିଂକୁ ଚମତ୍କାର ଭାବରେ ପରିବର୍ତ୍ତନ କରନ୍ତି । ଏଭଳି ପରିସ୍ଥିତିରେ କେଏଲ ରାହୁଲ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ (Team India) କୁ ବିଜୟ ଦେଇ ଏକଦିବସୀୟ ସିରିଜର ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ।

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି

ଏହା ବି ପଢ଼ନ୍ତୁ:-ଫ୍ରି ରାସନ ପରି ଏହି ଦେଶର ସରକାର ମାଗଣାରେ ଦେବେ କଣ୍ଡୋମ, ରାଷ୍ଟ୍ରପତି କଲେ ଘୋଷଣା

ଏହା ବି ପଢ଼ନ୍ତୁ:-ଜୋ ରୁଟ୍ ସୃଷ୍ଟି କଲେ ମହାରେକର୍ଡ, ଯାହାକୁ ବିରାଟ କୋହଲି-ରୋହିତ ଶର୍ମା ବି ପାରିବେନି ଛୁଇଁ

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପାଇଁ ଭାରତୀୟ ଦଳ

କେ.ଏଲ୍ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା (ଉପ ଅଧିନାୟକ), ବିରାଟ କୋହଲି (Virat Kohli), ଶ୍ରେୟସ୍ ଆୟର୍, ଋଷଭ ପନ୍ତ, କେ.ଏସ୍ ଭାରତ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ୱରନ୍, ନବଦୀପ ସୈନୀ, ସୌରଭ କୁମାର ଏବଂ ଜୟଦେବ ଉନାଦକଟ୍ ।