IND vs BAN 1st Test: ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, କୁଲଦୀପ ଯାଦବଙ୍କ ଟେଷ୍ଟରେ ଶ୍ରେଷ୍ଟ ପ୍ରଦର୍ଶନ
Advertisement
Article Detail0/zeeodisha/odisha1490580

IND vs BAN 1st Test: ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, କୁଲଦୀପ ଯାଦବଙ୍କ ଟେଷ୍ଟରେ ଶ୍ରେଷ୍ଟ ପ୍ରଦର୍ଶନ

IND vs BAN 1st Test: ୫୧୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ଖେଳର ଶେଷ ଦିନ (ଡିସେମ୍ବର ୧୮) ରେ ୩୨୪ ରନରେ ଅଲଆଉଟ୍ ହୋଇଯାଇଛି । ଏହି ବିଜୟ ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ରେ ୧-୦ ଆଗୁଆ ରହିଛି । ଭାରତ ଓ ବାଂଲାଦେଶ ସିରିଜର ଦ୍ୱିତୀୟ ଓ ଶେଷ ମ୍ୟାଚ୍ ଡିସେମ୍ବର ୨୨ରୁ ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯିବ ।

IND vs BAN 1st Test: ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, କୁଲଦୀପ ଯାଦବଙ୍କ ଟେଷ୍ଟରେ ଶ୍ରେଷ୍ଟ ପ୍ରଦର୍ଶନ

India vs Bangladesh 1st Test: ଟିମ୍ ଇଣ୍ଡିଆ (Team India) ଚମତ୍କାର ଖେଳ ପ୍ରଦର୍ଶନ କରି ଚଟ୍ଟଗ୍ରାମ ଟେଷ୍ଟ ମ୍ୟାଚରେ ବାଂଲାଦେଶ (Bangladesh Team)କୁ ୧୮୮ ରନରେ ପରାସ୍ତ କରିଛି । ୫୧୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ଖେଳର ଶେଷ ଦିନ (ଡିସେମ୍ବର ୧୮) ରେ ୩୨୪ ରନରେ ଅଲଆଉଟ୍ ହୋଇଯାଇଛି । ଏହି ବିଜୟ ସହିତ ଭାରତୀୟ ଦଳ (Indian Cricket Team) ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs BAN Test Series) ରେ ୧-୦ ଆଗୁଆ ରହିଛି । ଭାରତ ଓ ବାଂଲାଦେଶ ସିରିଜ (India vs Bangladesh Test Series) ର ଦ୍ୱିତୀୟ ଓ ଶେଷ ମ୍ୟାଚ୍ (IND vs BAN 2nd Test) ଡିସେମ୍ବର ୨୨ରୁ ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯିବ ।

ଚେତେଶ୍ୱର ପୂଜାରା (Cheteshwar Pujara), କୁଲଦୀପ ଯାଦବ (Kuldeep Yadav) ଏବଂ ଅକ୍ସର ପଟେଲ (Axar Patel) ଏହି ଚମତ୍କାର ବିଜୟର ହିରୋ  ଥିଲେ । ଚେତେଶ୍ୱର ପୂଜାରା ପ୍ରଥମ ଇନିଂସରେ ୯୦ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୧୦୨ ରନ୍ କରିଥିଲେ । ଅର୍ଥାତ୍ ସେ ଏହି ମ୍ୟାଚରେ ମୋଟ ୧୯୨ ରନ୍ ସ୍କୋର କରିଥିଲେ । ଉଭୟ ଇନିଂସକୁ ମିଶାଇ କୁଲଦୀପ ଯାଦବ ୮ଟି ଓ ଅକ୍ସର ପଟେଲ ୫ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ଶୁଭମାନ ଗିଲ (Shubman Gill) ମଧ୍ୟ ଶତକୀୟ ଇଂନିସ କରି ବାଂଲାଦେଶକୁ ବ୍ୟାକଫୁଟରେ ରଖିବା ପାଇଁ କାର୍ଯ୍ୟ କରିଥିଲେ ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳର ପ୍ରଥମ ଇନିଂସରେ ଆରମ୍ଭ କିଛି ଖାସ୍ ନଥିଲା । ଟିମ୍ ଇଣ୍ଡିଆ ୪୮ ରନରେ ୩ଟି ୱିକେଟ୍ ହରାଇଥିଲା । ଏଭଳି ପରିସ୍ଥିତିରେ ଚେତେଶ୍ୱର ପୂଜାରା ଓ ଶ୍ରେୟାସ ଆୟର ପଞ୍ଚମ ୱିକେଟ୍ ପାଇଁ ୧୪୯ ରନର ପାର୍ଟନରଶିପ୍ କରିଥିଲେ । ଚେତେଶ୍ୱର ପୂଜାରା ୯୦ ଓ ଶ୍ରେୟାସ ଆୟର ୮୬ ରନର ଇଂନିସ ଖେଳିଥିଲେ । ଏହା ପରେ ଆର ଅଶ୍ୱିନ ଓ କୁଲଦୀପ ଯାଦବ ଅଷ୍ଟମ ୱିକେଟ୍ ପାଇଁ ୮୭ ରନର ପାର୍ଟନରଶିପ୍ କରି ଭାରତକୁ ୪୦୪ ରନ୍ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । ଆର ଅଶ୍ୱିନ ୫୮ ଓ ଋଷଭ ପନ୍ତ ୪୬ ରନ ସ୍କୋର କରିଥିଲେ । ଏଥିସହିତ କୁଲଦୀପ ଯାଦବଙ୍କ ବ୍ୟାଟରୁ ୪୦ ରନ୍ ବାହାରି ଥିଲା । ବାଂଲାଦେଶ ପାଇଁ ତାଇଜୁଲ ଇସଲାମ ଓ ମେହଦି ହାସନ ମିରାଜ ୪-୪ଟି ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ:-ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

ଏହାର ଜବାବରେ ବାଂଲାଦେଶର ପ୍ରଥମ ଇନିଂସ ୧୫୦ ରନରେ ଆଉଟ୍ ହୋଇଯାଇଥିଲା । ଆୟୋଜକ ଦଳର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠି ପାରି ନଥିଲେ । ମୁଶଫିକୁର ରହୀମ ୨୮ ଓ ମେହଦି ହାସନ ମିରାଜ ୨୫ ରନର ଇଂନିସ ଖେଳିଥିଲେ । ଭାରତୀୟ ଦଳ ପାଇଁ ପ୍ରଥମ ଇନିଂସରେ କୁଲଦୀପ ଯାଦବ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିଲେ । ଏଥି ସହ ମହମ୍ମଦ ସିରାଜ ତିନୋଟି ପାଇଥିବାବେଳେ ଉମେଶ ଯାଦବ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି ।

ଚଟ୍ଟଗ୍ରାମ ଟେଷ୍ଟ

ଭାରତର ପ୍ରଥମ ଇନିଂସ- ୪୦୪ ରନ୍ 

ବାଂଲାଦେଶର ପ୍ରଥମ ଇନିଂସ-୧୫୦ ରନ୍

ଭାରତର ଦ୍ୱିତୀୟ ଇନିଂସ୍- ୨୫୮/୨ ରନ୍ ( ଇଂନିସ ଘୋଷିତ) 

ବାଂଲାଦେଶ ଦ୍ୱିତୀୟ ଇନିଂସ-୩୨୪ ରନ୍