IND vs BAN: ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଏହି ୩ ଦିଗ୍ଗଜଙ୍କୁ ମିଳିଲା ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ
Advertisement
Article Detail0/zeeodisha/odisha1462461

IND vs BAN: ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଏହି ୩ ଦିଗ୍ଗଜଙ୍କୁ ମିଳିଲା ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ

Team India: ଟିମ୍ ଇଣ୍ଡିଆ ଏ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତ ପାଇଁ ବିସିସିଆଇ କୋଚିଂ ଷ୍ଟାଫ୍ ଘୋଷଣା କରିଛି । ଟିମ୍ ଇଣ୍ଡିଆ ଏ ଏହି ଗସ୍ତରେ ବାଂଲାଦେଶ ବିପକ୍ଷରେ ୨ଟି ଚାରି ଦିବସୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇସାରିଛି ।

IND vs BAN: ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଏହି ୩ ଦିଗ୍ଗଜଙ୍କୁ ମିଳିଲା ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ

India A in Bangladesh: ଭାରତୀୟ ସିନିୟର ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବେ । ଏହି ଗସ୍ତରେ ଟିମ୍ ଇଣ୍ଡିଆ (Team India) ବାଂଲାଦେଶ ବିପକ୍ଷରେ ୩ଟି ଦିନିକିଆ (ODI) ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଅନ୍ୟ ପଟେ ଟିମ୍ ଇଣ୍ଡିଆ ଏ (Team India A) ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତ ପାଇଁ ବିସିସିଆଇ କୋଚିଂ ଷ୍ଟାଫ୍ ଘୋଷଣା କରିଛି । ଟିମ୍ ଇଣ୍ଡିଆ ଏ (India A) ଏହି ଗସ୍ତରେ ବାଂଲାଦେଶ ବିପକ୍ଷରେ ୨ଟି ଚାରି ଦିବସୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ (IND vs BAN) ପାଇଁ ଦଳ ଘୋଷଣା ହୋଇସାରିଛି । ସୌରାଷ୍ଟ୍ରର ପୂର୍ବତନ ଅଧିନାୟକ ସିତାଂଶୁ କୋଟକ (Sitanshu Kotak) ଙ୍କୁ ୨ଟି ଚାରି ଦିନିଆ ସିରିଜ୍ ପାଇଁ ବାଂଲାଦେଶ ଗସ୍ତରେ ଯାଇଥିବା ଇଣ୍ଡିଆ ଏ ଦଳର କୋଚିଂ ଦାୟିତ୍ୱ ଦିଆଯାଇଛି। 

ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ବର ୨୯ରୁ ଆରମ୍ଭ ହେବ । ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ର ଅନ୍ୟତମ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକଙ୍କୁ ଏହି ଗସ୍ତରେ ଟ୍ରାଇ କୁଲି (Troy Cooley) ଓ ଟି ଦିଲୀପ ସହଯୋଗ କରିବେ । ଟି ଦିଲୀପ ସିନିୟର ଦଳର ଫିଲ୍ଡିଂ କୋଚ୍ ଅଛନ୍ତି । ଅଷ୍ଟ୍ରେଲିଆରେ ଭାରତର ଟି-20 ବିଶ୍ୱକପ ଅଭିଯାନ ପରେ ତାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦିଆଯାଇଥିଲା । ଟି ଦିଲୀପ (T Dilip) ଟିମ୍ ଇଣ୍ଡିଆ ଏ (Team India) ସହିତ ଗସ୍ତ କରିବେ । ତା’ପରେ ସିନିୟର ଦଳରେ ଯୋଗଦେବେ । ବାଂଲାଦେଶ ବିପକ୍ଷରେ ସିନିୟର ଦଳର ସିରିଜ ଡିସେମ୍ବର ୧୪ରୁ ୧୮ ମଧ୍ୟରେ ଚଟ୍ଟୋଗ୍ରାମରେ ଓ ଡିସେମ୍ବର ୨୨ରୁ ୨୬ ମଧ୍ୟରେ ଢାକାରେ ଖେଳା ଯିବ । ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ (VVS Laxman) ଓ ତାଙ୍କ ସପୋର୍ଟ ଷ୍ଟାଫ୍ ହ୍ରିକିକେଶ କାନିତକର ଏବଂ ସାଇରାଜ ବାହୁଟୁଲେ ବର୍ତ୍ତମାନ ଭାରତର ସିନିୟର ଦଳ ସହିତ ନ୍ୟୁଜିଲ୍ୟାଣ୍ଡରେ ଥିବାରୁ ଭାରତର ଏ କୋଚିଂ ଷ୍ଟାଫଙ୍କ ପରିବର୍ତ୍ତନର ଆବଶ୍ୟକତା ପଡ଼ିଛି ।

ଅଧିକ ପଢ଼ନ୍ତୁ:-ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ତେବେ ଯାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ହେବ ସୁନିଶ୍ଚିତ!

ଅଧିକ ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ପ୍ରଥମ ଚାରି ଦିନିଆ ମ୍ୟାଚ୍ ପାଇଁ ଟିମ୍: ଅଭିମନ୍ୟୁ ଇଶ୍ୱରନ୍ (ଅଧିନାୟକ), ରୋହନ କୁନ୍ନୁମାଲ, ଯଶସ୍ୱୀ ଜୈସୱାଲ, ଯଶ ଢୁଲ, ସରଫରାଜ ଖାନ, ତିଲକ ବର୍ମା, ଉପେନ୍ଦ୍ର ଯାଦବ (ୱିକେଟକିପର), ସୌରଭ କୁମାର, ରାହୁଲ ଚହର, ଜୟନ୍ତ ଯାଦବ, ମୁକେଶ କୁମାର, ନବଦୀପ ସୈନୀ ଏବଂ ଅତିତ୍ ସେଠ୍ ।

ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ ପାଇଁ ଦଳ: ଅଭିମନ୍ୟୁ ଇଶ୍ୱରନ୍ (ଅଧିନାୟକ), ରୋହନ କୁନ୍ନୁମାଲ, କେ.ଏସ୍ ଭରତ (ୱିକେଟକିପର), ଯଶସ୍ୱୀ ଜୈସୱାଲ, ଯଶ ଢୁଲ, ସରଫରାଜ ଖାନ, ତିଲକ ବର୍ମା, ଉପେନ୍ଦ୍ର ଯାଦବ (ୱିକେଟକିପର), ସୌରଭ କୁମାର, ରାହୁଲ ଚହର, ଜୟନ୍ତ ଯାଦବ, ମୁକେଶ କୁମାର, ନବଦୀପ ସୈନୀ, ଚେତେଶ୍ୱର ପୂଜାରା, ଉମେଶ ଯାଦବ, ଅତିତ ସେଠ୍ ।