IND vs NZ: ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video
Advertisement

IND vs NZ: ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video

IND vs NZ 2nd ODI: ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳର ବ୍ୟାଟିଂ ଚାଲିଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା ଓ ମ୍ୟାଚ୍ ବନ୍ଦ କରିବାକୁ ପଡ଼ିଥିଲା । ଶେଷରେ ଏହି ମ୍ୟାଚକୁ ବାତିଲ କରିବାକୁ ପଡିଛି ।

IND vs NZ: ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video

India vs New Zealand 2nd ODI Sanju Samson: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ଦିବସୀୟ ସିରିଜ (IND vs NZ ODI Series) ଚାଲିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ଆଜି (ରବିବାର) ଅର୍ଥାତ ନଭେମ୍ୱର ୨୭ରେ ଖେଳା ଯାଇଛି । ଏହି ମ୍ୟାଚ୍ ଆଜି ହାମିଲଟନର ସିଡନ୍ ପାର୍କରେ ଖେଳା ଯାଇଛି । ଏହି ମ୍ୟାଚ (India vs New Zealand 2nd ODI Series) ରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳର ବ୍ୟାଟିଂ ଚାଲିଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା ଓ ମ୍ୟାଚ୍ ବନ୍ଦ କରିବାକୁ ପଡ଼ିଥିଲା । ଶେଷରେ ଏହି ମ୍ୟାଚକୁ ବାତିଲ କରିବାକୁ ପଡିଛି । ଏହି ମ୍ୟାଚରେ ସଞ୍ଜୁ ସାମସନ (Sanju Samson) ଙ୍କୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ସ୍ଥାନ ଦିଆଯାଇ ନଥିଲା, କିନ୍ତୁ ସେ ଏପରି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ବାସ୍ତବରେ, ଦ୍ୱିତୀୟ ଏକ ଦିବସୀୟ (ODI) ସମୟରେ ବର୍ଷା ବନ୍ଦ ହେବାର ନାମ ନେଉ ନଥିଲା । ଏହି କାରଣରୁ ଯେତେବେଳେ ବର୍ଷା ଆରମ୍ଭ ହୁଏ, ଗ୍ରାଉଣ୍ଡମ୍ୟାନ ମାନେ କଭର ସହିତ ମଇଦାନ ଆଡକୁ ଦୌଡୁଥିବା ଦେଖାଯାଇଥିଲା । କିନ୍ତୁ ଏସବୁ ମଧ୍ୟରେ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ (Sanju Samson) ଗ୍ରାଉଣ୍ଡମ୍ୟାନଙ୍କୁ ସାହାଯ୍ୟ କରିଥିଲେ ଓ ସେ ମଧ୍ୟ କଭରଗୁଡ଼ିକୁ ମଇଦାନରେ ନେଇଥିବାର ଦେଖାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡିଓ ଆଇପିଏଲ୍ (IPL) ଦଳ ରାଜସ୍ଥାନ ରୟାଲ୍ସ (Rajasthan Royals) ନିଜ ଟ୍ୱିଟରରେ ସେୟାର କରିଛି ଓ ପ୍ରଶଂସକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି ।

https://twitter.com/rajasthanroyals/status/1596745625038913536?ref_src=t...

ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେବା ପରେ ଶିଖର ଧାୱନ (Shikhar Dhawan) ଗଣମାଧ୍ୟମ ସହ କଥା ହୋଇଛନ୍ତି ।  ଯେଉଁଥିରେ ସଞ୍ଜୁ ସାମସନ (Sanju Samson) ଙ୍କୁ କାହିଁକି ସ୍ଥାନ ଦିଆଯାଇନଥିଲା ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ଶିଖର ଧାୱନ କହିଛନ୍ତି ଯେ, ଆମକୁ ଷଷ୍ଠ ବୋଲରର ଆବଶ୍ୟକତା ଥିଲା, ସେଥିପାଇଁ ଦୀପକ ହୁଡାଙ୍କୁ ସାମସନଙ୍କ ସ୍ଥାନରେ ଖେଳିବାକୁ ଦିଆଯାଇଥିଲା । ଏହା ବ୍ୟତୀତ ଧାୱନ କହିଛନ୍ତି ଯେ, ଆମେ ଆଶା କରୁଥିଲୁ ଯେ ବର୍ଷା ବନ୍ଦ ହୋଇଯିବ ଓ ମ୍ୟାଚ୍ ପୂରା ହେବ କିନ୍ତୁ ତାହା ହୋଇପାରିଲା ନାହିଁ । ଏବେ ଆମେ ତୃତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ।

ଅଧିକ ପଢ଼ନ୍ତୁ:-Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO

ଅଧିକ ପଢ଼ନ୍ତୁ:-ପ୍ରେମିକା ସହ ଶାରୀରିକ ସମ୍ପର୍କ ଗଢ଼ୁଥିବାବେଳେ ବ୍ୟକ୍ତିଙ୍କ ମୃତ୍ୟୁ, ଯୁବତୀ କଲେ ଏପରି କିଛି ଯାହା ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!

ଅଧିକ ପଢ଼ନ୍ତୁ:-ବର୍ଷା ଯୋଗୁଁ ଭାଙ୍ଗିଲା ଟିମ୍ ଇଣ୍ଡିଆର ବଡ଼ ସ୍ୱପ୍ନ, ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ODI ବାତିଲ

 

ଏପରି କିଛି ରହିଛି ଭାରତର ଚୂଡ଼ାନ୍ତ ଏକାଦଶ: ଶିଖର ଧାୱନ (ଅଧିନାୟକ), ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟକିପର), ଦୀପକ ହୁଡା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ । ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶ: ଫିନ୍ ଆଲେନ୍, ଡେଭୋନ୍ କନୱେ, କେନ୍ ୱିଲିୟମସନ (ଅଧିନାୟକ), ଟମ ଲାଥମ (ୱିକେଟକିପର), ଡେରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ମାଇକେଲ ବ୍ରେସୱେଲ, ମ୍ୟାଟ ହେନେରୀ, ଟିମ ସାଉଥୀ, ଲକି ଫର୍ଗୁସନ ।