T20 World Cup 2022: ରୋହିତ ଶର୍ମାଙ୍କୁ ପୁଣି ଥରେ ବାମହାତୀ ପେସର ବିରୁଦ୍ଧରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଟେନସନର ବିଷୟ । ଏହି ଦୁଇ ଖେଳାଳିଙ୍କ ପରେ ବ୍ୟାଟିଂରେ ଟିମ୍ ଇଣ୍ଡିଆ ପାଇଁ ଫିନିସର୍ ଭାବରେ ସାମିଲ ଦୀନେଶ କାର୍ତ୍ତିକ ମଧ୍ୟ ବହୁତ ନିରାଶ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ ଆରମ୍ଭ ହେବା ପାଇଁ ଗୋଟିଏ ସପ୍ତାହ ବି ବାକି ନାହିଁ । ଏହା ପୂର୍ବରୁ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଭାରତୀୟ ଦଳକୁ ଏହି ମେଗା ଇଭେଣ୍ଟରେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡ଼ିବ । ସୋମବାର ଅର୍ଥାତ ଅକ୍ଟୋବର ୧୧ରେ ଟି-20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିଛି । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ୧୩ ରନରେ ଜିତିଛି । କିନ୍ତୁ ଏହି ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ଟେନସନ୍ ବୃଦ୍ଧି ପାଇଛି । ଆସନ୍ତୁ ଦେଖିବା କେଉଁ ଖେଳାଳିମାନେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ହିରୋ ବୋଲି ପ୍ରମାଣିତ ହୋଇଛନ୍ତି ଓ କେଉଁ ଖେଳାଳିମାନେ ଜିରୋ ।
ଏହି ମ୍ୟାଚରେ ଋଷଭ ପନ୍ତଙ୍କ ସହ କ୍ୟାପଟେନ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ । ଉଭୟ ରୋହିତ ଓ ପନ୍ତ ବ୍ୟାଟ୍ସମ୍ୟାନ ଭାବେ ଫ୍ଲପ ହୋଇଛନ୍ତି । ରୋହିତ ଚାରି ବଲରେ ମାତ୍ର ତିନି ରନ୍ ସଂଗ୍ରହ କରିଥିବାବେଳେ ପନ୍ତ ୧୬ଟି ବଲ ଖେଳି ମାତ୍ର ୯ ରନ୍ କରିବା ପରେ ପାଭିଲିୟନକୁ ଫେରିଥିଲେ । ରୋହିତ ଶର୍ମାଙ୍କୁ ପୁଣି ଥରେ ବାମହାତୀ ପେସର ବିରୁଦ୍ଧରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଟେନସନର ବିଷୟ । ଏହି ଦୁଇ ଖେଳାଳିଙ୍କ ପରେ ବ୍ୟାଟିଂରେ ଟିମ୍ ଇଣ୍ଡିଆ ପାଇଁ ଫିନିସର୍ ଭାବରେ ସାମିଲ ଦୀନେଶ କାର୍ତ୍ତିକ ମଧ୍ୟ ବହୁତ ନିରାଶ କରିଛନ୍ତି । ଡିକେ ୨୩ଟି ବଲ ଖେଳି ମାତ୍ର ୧୯ ରନ୍ କରିପାରିଥିଲେ । ଦଳ ତାଙ୍କୁ ଦେଇଥିବା ଭୂମିକା ଅନୁଯାୟୀ ତାଙ୍କ ବ୍ୟାଟିଂ ସମ୍ପୂର୍ଣ୍ଣ ବିପରୀତ ଦେଖାଯାଉଥିଲା ।
ସେପଟେ ଯଦିଓ ସମସ୍ତେ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ହର୍ଷଲ ପଟେଲ ପ୍ରଦର୍ଶନ ଏତେଟା ଭଲ ନଥିଲା । ସେ ଯେଉଁଭଳି ଭାବରେ ରନ୍ ଦେଇଥିଲେ ଓ ଏପରିକି ୧୦ ନମ୍ବର ବ୍ୟାଟ୍ସମ୍ୟାନ୍ ମଧ୍ୟ ତାଙ୍କୁ ସହଜରେ ଖେଳୁଥିଲେ, ସେଥିରୁ ଟେନସନ୍ ବଢ଼ିଯାଇଛି । ଟିମ୍ ଇଣ୍ଡିଆ ପାଇଁ ହର୍ଷଲଙ୍କ ବୋଲିଂ ମୁଣ୍ଡବିନ୍ଧାର କାରଣ ଜାରି ରହିଛି ।
ଅଧିକ ପଢ଼ନ୍ତୁ:-'ମୁଁ ତାଙ୍କୁ କିପରି ଭୁଲିଯିବି', ଇମୋସନାଲ ପୋଷ୍ଟ କଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ- ଋଷଭ ଭାଇଙ୍କୁ ମନେଇ ନେବା
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ଆଉ ଏକ ଭଲ ଖବର, ଖୁବ୍ ଶୀଘ୍ର ଘୋଷଣା ହେବ DA ବକେୟା ରାଶି! ଜାଣନ୍ତୁ କେତେ ମିଳିବ ଟଙ୍କା
ସୂର୍ଯ୍ୟକୁମାର ଯାଦବ ପୁଣି ଥରେ କଠିନ ସମୟରେ ଟିମ୍ ଇଣ୍ଡିଆର ଲଜ୍ଜା ରକ୍ଷା କରିଥିଲେ । ୪୫ ରନରେ ରୋହିତ ଶର୍ମା, ଦୀପକ ହୁଡା ଏବଂ ଋଷଭ ପନ୍ତ ପାଭିଲିୟନକୁ ଫେରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୫ ବଲରେ ୫୨ ରନର ଇନିଂସ ଖେଳିଥିଲେ । ଏଥିରୁ ଦର୍ଶାଏ ଯେ ସେ ଏହି ମେଗା ଇଭେଣ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ବୋଲିଂରେ ଅର୍ଶଦୀପ ସିଂ ତିନି ଓଭରରେ ମାତ୍ର ୬ ରନ ଖର୍ଚ୍ଚ କରି ୩ ୱିକେଟ ନେଇଥିଲେ । ସେହିପରି ଭୁବନେଶ୍ୱର କୁମାର ଚାରି ଓଭରରେ ୨୬ ରନ ଖର୍ଚ୍ଚ କରି ୨ଟି ୱିକେଟ୍ ନେଇଥିଲେ । ଯୁଜଭେନ୍ଦ୍ର ଚହଲ ଚାରି ଓଭରର କୋଟାରେ ୧୫ ରନ ଦେଇ ୨ଟି ୱିକେଟ୍ ନେଇଥିଲେ ।