Sunrisers Hyderabad New Captain Aiden Markram: IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ନୂଆ ଅଧିନାୟକ, ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ନେବେ ଦଳର ନେତୃତ୍ୱ
Advertisement
Article Detail0/zeeodisha/odisha1583363

Sunrisers Hyderabad New Captain Aiden Markram: IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ନୂଆ ଅଧିନାୟକ, ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ନେବେ ଦଳର ନେତୃତ୍ୱ

Sunrisers Hyderabad New Captain IPL 2023: ସନରାଇଜର୍ସ ହାଇଦ୍ରାବାଦ ଟ୍ୱିଟ୍ କରି କହିଛନ୍ତି ଯେ, ଶେଷ ହେଲା ଅପେକ୍ଷା। ଆମର ନୂତନ ଅଧିନାୟକ ଆଡେନ ମାର୍କ୍ରାମଙ୍କୁ କୁହନ୍ତୁ ନମସ୍କାର । ନିକଟ ଅତୀତରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ଟି-20 ଲିଗରେ ଆଡେନ ମାର୍କ୍ରାମ ତାଙ୍କ ଦଳ ସନରାଇଜର୍ସ ଇଷ୍ଟର୍ଣ୍ଣ କେପକୁ ଚାମ୍ପିୟନ କରାଇଥିଲେ ।

Sunrisers Hyderabad New Captain Aiden Markram: IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ନୂଆ ଅଧିନାୟକ, ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ନେବେ ଦଳର ନେତୃତ୍ୱ

Aiden Markram Sunrisers Hyderabad New Captain: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଦଳକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମ (Aiden Markram) ଦଳର ଅଧିନାୟକ ହେବେ । ଟ୍ୱିଟ୍ କରି ସନରାଇଜର୍ସ ହାଇଦ୍ରାବାଦ ଦଳ ଏ ସମ୍ପର୍କରେ ସୂଚନା ଦେଇଛି । ଆଡେନ ମାର୍କ୍ରାମ (Aiden Markram) ସନରାଇଜର୍ସ ହାଇଦ୍ରାବାଦର ନବମ ଅଧିନାୟକ ହେବେ । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଟ୍ୱିଟ୍ କରି କହିଛନ୍ତି ଯେ, "ଶେଷ ହେଲା ଅପେକ୍ଷା। ଆମର ନୂତନ ଅଧିନାୟକ ଆଡେନ ମାର୍କ୍ରାମ (Aiden Markram) ଙ୍କୁ କୁହନ୍ତୁ ନମସ୍କାର ।" ନିକଟ ଅତୀତରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ଟି-20 ଲିଗ (South African T20 League) ରେ ଆଡେନ ମାର୍କ୍ରାମ ତାଙ୍କ ଦଳ ସନରାଇଜର୍ସ ଇଷ୍ଟର୍ଣ୍ଣ କେପକୁ ଚାମ୍ପିୟନ କରାଇଥିଲେ । ଉଭୟ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଓ ସନରାଇଜର୍ସ ହାଇଦ୍ରାବାଦର ମାଲିକ ହେଉଛି ସାଙ୍ଗ ସନ୍ ଗ୍ରୁପ୍ ।

ସନରାଇଜର୍ସ ହାଇଦ୍ରାବାଦ ଦଳ (SRH) 

ଆଡେନ ମାର୍କ୍ରାମ (ଅଧିନାୟକ), ଅବଦୁଲ ସମଦ, ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ଅଭିଷେକ ଶର୍ମା, ମାର୍କୋ ଜେନସନ୍, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, ଫଜଲହକ୍ ଫାରୁକି, କାର୍ତ୍ତିକ ତ୍ୟାଗୀ, ଟି ନାଟରାଜନ୍, ଉମ୍ରାନ୍ ମଲିକ, ମୟଙ୍କ ଅଗ୍ରୱାଲ, ଅକିଲ ହୁସେନ୍, ହେନ୍ରିଚ୍ କ୍ଲାସେନ୍, ଅନମୋଲପ୍ରୀତ ସିଂ, ଆଦିଲ ରସିଦ, ମାୟାନକ ମାର୍କାଣ୍ଡେ, ଭିଭ୍ରାନ୍ତ ଶର୍ମା, ସମରଥ ବ୍ୟାସ, ସାନଭୀର ସିଂ, ଉପେନ୍ଦ୍ର ସିଂ ଯାଦବ, ମୟଙ୍କ ଡାଗର, ନୀତୀଶ କୁମାର ରେଡ୍ଡୀ ।

 ଆଡେନ ମାର୍କ୍ରାମ (Aiden Markram) ଏପର୍ଯ୍ୟନ୍ତ ଆଇପିଏଲରେ ୨୦ଟି ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା ।  ଆଡେନ ମାର୍କ୍ରାମ (Aiden Markram) ୪୦.୫୪ ଏଭେରେଜରେ ୫୨୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଗତ ସିଜନରେ  ଆଡେନ ମାର୍କ୍ରାମ (Aiden Markram) ସନରାଇଜର୍ସର ଏକ ଅଂଶ ଥିଲା । ଗତ ସିଜନରେ ସେ ୧୪ଟି ମ୍ୟାଚରେ ୩୮୧ ରନ୍ ସଂଗ୍ରହ କରିଥିଲେ ।  ଆଡେନ ମାର୍କ୍ରାମ (Aiden Markram) ଙ୍କୁ ୨୦୨୨ ନିଲାମରେ ସନରାଇଜର୍ସ ଦ୍ୱାରା ୨.୬୦ କୋଟି ଟଙ୍କା ବିନିମୟରେ ନିଜ ଦଳରେ ସାମିଲ କରାଯାଇଥିଲା । ତା’ପରେ ତାଙ୍କୁ ଏହି ସିଜନ ପାଇଁ ରଖାଯାଇଥିଲା । ଗତ ସିଜିନରେ କେନ୍ ୱିଲିୟମସନ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ, ଯିଏକି ଏହି ସିଜନ ପାଇଁ ସନରାଇଜର୍ସ ଦ୍ୱାରା ରିଲିଜ କରାଯାଇଥିଲା ।

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ ମିଳିବ ଅଧିକ ପେନସନ; ଶୀଘ୍ର କରନ୍ତୁ ଆବେଦନ, ଆପଣଙ୍କ ପାଖରେ ଅଛି କେବଳ ୯ ଦିନର ସୁଯୋଗ

ଅଧିକ ପଢ଼ନ୍ତୁ:-ବର୍ଡର-ଗାଭାସ୍କର ସିରିଜ ମଝିରେ ହିଁ ପରିବର୍ତ୍ତନ ହେବ ଦଳର ଅଧିନାୟକ! ଏହି ଖେଳାଳିଙ୍କୁ ମିଳିବ କମାଣ

ଅଧିକ ପଢ଼ନ୍ତୁ:-ଶୀଘ୍ର କରନ୍ତୁ, ସୁନା ୬,୮୮୨ ଟଙ୍କା ତ ରୁପା ୧୧,୧୮୦ ଟଙ୍କା ମିଳୁଛି ଶସ୍ତା!

ଏଠାରେ କହି ରଖୁଛୁ ଯେ, IPL 2023 ମାର୍ଚ୍ଚ ୩୧ରୁ ଆରମ୍ଭ ହେଉଛି । ମୋଟ ୫୨ ଦିନ ଧରି ଚାଲିଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୭୪ଟି ମ୍ୟାଚ୍ ଖେଳାଯିବ । ଏହି ସମୟ ମଧ୍ୟରେ ୭୦ଟି ଲିଗ୍ ମ୍ୟାଚ୍ ଓ ୪ଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହି ସିଜନର ଫାଇନାଲ ମ୍ୟାଚ୍ ମେ ୨୮ରେ ଖେଳାଯିବ । ଏଥର ମୋଟ ୧୨ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।