IPL 2023 Auction: ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍
Advertisement

IPL 2023 Auction: ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍

IPL 2023 Auction: ବରୁଣ ଆରୋନଙ୍କ ପରି ଦିଗ୍ଗଜ ଖେଳାଳି ଅକ୍ସନରେ ବିକ୍ରି ହୋଇପାରି ନାହିଁ, ଯେଉଁଥିପାଇଁ ସେମାନେ ନିରାଶ ହୋଇଛନ୍ତି । ଏଥର ଆଇପିଏଲ ଅକ୍ସନରେ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡର ଜଣେ ଷ୍ଟାର୍ ଖେଳାଳି ବିକ୍ରି ହୋଇଛି । ଏହି ଖେଳାଳି ବହୁତ ଭଲ ଫର୍ମରେ ଚାଲିଛି । ଏହି ଖେଳାଳି ଟି-20 ବିଶ୍ୱକପ ୨୦୨୨ରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

IPL 2023 Auction: ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍

IPL 2023 Auction: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ପାଇଁ ଅକ୍ସନ ଶେଷ ହୋଇସାରିଛି । ବେନ୍ ଷ୍ଟୋକ୍ସ (Ben Stokes), ସାମ୍ କୁରାନ୍ (Sam Curran) ଏବଂ କ୍ୟାମେରନ୍ ଗ୍ରୀନ୍ (Cameron Green) ଉପରେ ପ୍ରବଳ ଟଙ୍କା ବର୍ଷା ହୋଇଛି । ଏଥି ସହିତ ବରୁଣ ଆରୋନ (Varun Aaron) ଙ୍କ ପରି ଦିଗ୍ଗଜ ଖେଳାଳି ଅକ୍ସନରେ ବିକ୍ରି ହୋଇପାରି ନାହିଁ, ଯେଉଁଥିପାଇଁ ସେମାନେ ନିରାଶ ହୋଇଛନ୍ତି । ଏଥର ଆଇପିଏଲ ଅକ୍ସନ (IPL Auction) ରେ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡର ଜଣେ ଷ୍ଟାର୍ ଖେଳାଳି ବିକ୍ରି ହୋଇଛି । ଏହି ଖେଳାଳି ବହୁତ ଭଲ ଫର୍ମରେ ଚାଲିଛି । ଏହି ଖେଳାଳି ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ...

ଆୟର୍ଲାଣ୍ଡର ଷ୍ଟାର୍ ଖେଳାଳି (Ireland Star Player) ଜୋଶୁଆ ଲିଟିଲ (Joshua Little) ଇତିହାସ ସୃଷ୍ଟି କରିଛନ୍ତି । ଜୋଶୁଆ ଲିଟିଲ ଆଇରଲ୍ୟାଣ୍ଡର ପ୍ରଥମ ଖେଳାଳି ଯିଏକି ଆଇପିଏଲ ଅକ୍ସନ (IPL Mini Auctin 2023) ରେ ବିକ୍ରି ହୋଇଛି । ଆଇପିଏଲ୍ ୨୦୨୩ ଅକ୍ସନ (IPL 2023 Auction) ରେ ତାଙ୍କୁ ବର୍ତ୍ତମାନର ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଦଳ (Gujarat Titans) ୪.୪୦ କୋଟି ଟଙ୍କାରେ କିଣିଛି । ଜୋଶୁଆ ଲିଟିଲଙ୍କର ବେସ୍ ପ୍ରାଇସ୍ ମୂଲ୍ୟ ମାତ୍ର ୫୦ ଲକ୍ଷ ଟଙ୍କା ଥିଲା । ଆଇପିଏଲ୍ ୨୦୨୨ (IPL 2022) ରେ ଜୋଶୁଆ ଲିଟିଲ୍ CSK ସହିତ ଜଣେ ନେଟ୍ ବୋଲର ଭାବରେ ସାମିଲ ହୋଇଥିଲେ । କିନ୍ତୁ ଜୋଶୁଆ ଲିଟିଲ ଖେଳିବାର ସୁଯୋଗ ପାଇ ନଥିଲେ ।

ଜୋଶୁଆ ଲିଟିଲ୍ (Joshua Little) ଟି-20 ବିଶ୍ୱକପ୍ ୨୦୨୨ (T20 World Cup 2022) ରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ । ଜୋଶୁଆ ଲିଟିଲ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ (Lucknow Super Giants Team) ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲେ । ଜୋଶୁଆ ଲିଟିଲ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ । ଏଥି ସହିତ ଜୋଶୁଆ ଲିଟିଲ୍ ଟି-20 ବିଶ୍ୱକପ ୨୦୨୨ରେ ମୋଟ ୧୧ଟି ୱିକେଟ୍ ନେଇଥିଲେ । ଜୋଶୁଆ ଲିଟିଲ୍ ଧୀର ଗତିରେ ବଲିଂ କରି ୱିକେଟ୍ ନେବାର ଜଣେ ପାରଦର୍ଶୀ ଖେଳାଳି ।

ଅଧିକ ପଢ଼ନ୍ତୁ:-କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

ଅଧିକ ପଢ଼ନ୍ତୁ:-ଶୀଘ୍ର କରନ୍ତୁ, ସୁନା ୧୮୦୦ ଟଙ୍କା ତ ରୁପା ୧୨୦୦୦ ଟଙ୍କା ମିଳୁଛି ଶସ୍ତା!

 

ଜୋଶୁଆ ଲିଟିଲ୍ (Joshua Little) ନିଜେ ଆୟର୍ଲାଣ୍ଡ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଏହି ୨୩ ବର୍ଷୀୟ ଖେଳାଳି ଉତ୍କୃଷ୍ଟ ବୋଲିଂ ଆଧାରରେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଜୋଶୁଆ ଲିଟିଲ ଏପର୍ଯ୍ୟନ୍ତ ଆୟର୍ଲାଣ୍ଡ ପାଇଁ ୨୨ଟି ଦିନିକିଆରେ ୩୩ ୱିକେଟ୍ ନେଇଥିବାବେଳେ ୫୩ଟି ଟି-20 ଇଣ୍ଟରନ୍ୟାସନାଲରେ ୬୨ ୱିକେଟ୍ ନେଇଛନ୍ତି ।