CSK vs LSG IPL 2023: ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!
Advertisement
Article Detail0/zeeodisha/odisha1638310

CSK vs LSG IPL 2023: ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

CSK vs LSG  IPL 2023: ମ୍ୟାଚ୍ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ କହିଛନ୍ତି ଯେ ବୋଲରମାନେ ସଠିକ୍ ପ୍ରଦର୍ଶନ କରିପାରିବେ ନାହିଁ, ଫଳସ୍ୱରୂପ ତାଙ୍କ ଦଳକୁ କ୍ଷତି ସହିବାକୁ ପଡ଼ିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ୭ ୱିକେଟ୍ ହରାଇ କେବଳ ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

CSK vs LSG  IPL 2023: ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

KL Rahul On Lucknow Super Giants vs Chennai Super Kings Mathch: ଆଇପିଏଲ୍ ୨୦୨୩ (IPL 2023) ର ଷଷ୍ଠ ମ୍ୟାଚ (CSK vs LSG) ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (Lucknow Super Giants) କୁ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ହାତରେ ୧୨ ରନ୍ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ମ୍ୟାଚ୍ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ (LSG Captain) କେ.ଏଲ୍ ରାହୁଲ (KL Rahul) କହିଛନ୍ତି ଯେ ବୋଲରମାନେ ସଠିକ୍ ପ୍ରଦର୍ଶନ କରିପାରିବେ ନାହିଁ, ଫଳସ୍ୱରୂପ ତାଙ୍କ ଦଳକୁ କ୍ଷତି ସହିବାକୁ ପଡ଼ିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ (CSK) ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ୭ ୱିକେଟ୍ ହରାଇ କେବଳ ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

ମ୍ୟାଚ୍ ପରେ କେ.ଏଲ ରାହୁଲ (KL Rahul) କହିଛନ୍ତି ଯେ, "ଟସ୍ ଜିତି ବୋଲିଂ କରିବା ପରେ ଆରମ୍ଭ ଭଲ ନଥିଲା । ବୋଲରମାନଙ୍କୁ ପିଚ୍‌ରୁ ସହାୟତା ମିଳୁଥିଲା, କିନ୍ତୁ ସେମାନେ ସଠିକ୍ ଦିଗରେ ବୋଲିଂ କରିପାରିନଥିଲେ । ଯେତେବେଳେ ବିପକ୍ଷ ଦଳରେ ଭଲ ଭଲ ବ୍ୟାଟ୍ସମ୍ୟାନ୍ ଥାଆନ୍ତି, ସେତେବେଳେ ଏହାର କ୍ଷତି ସହିବାକୁ ପଡ଼ିଥାଏ । କନଭେ ଓ ଋତୁରାଜ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ଆମକୁ ଏହି ପରାଜୟରୁ ଶିଖିବାକୁ ପଡ଼ିବ ଏବଂ ଆଗକୁ ବଢ଼ିବାକୁ ପଡ଼ିବ । ଛଅ ଓଭରରେ ୭୦ ରନ୍ ଦେବା ଆମକୁ ବହୁତ ମହଙ୍ଗା ପଡ଼ିଛି । ପରାଜୟର କୌଣସି କାରଣ ମୁଁ କହିପାରିବି ନାହିଁ କିନ୍ତୁ ମ୍ୟାଚରେ ଥିବା ସୁଯୋଗକୁ ଆମେ ଉପଯୋଗ କରିନାହୁଁ ଓ ମ୍ୟାଚ୍ ଆମ ହାତରୁ ଖସି ଯାଇଛି ।"

fallback

ସୋମବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ତରଫରୁ ଋତୁରାଜ ଗାଇକୱାଡ ଓ ଡିଭନ୍ କନୱେ ଏକ ଦମଦାର୍ ଶତକୀୟ ପାର୍ଟନରଶିପ୍ କରିଥିଲେ । ଏହା ପରେ ମୋଇନ୍ ଅଲି ଜବରଦସ୍ତ ବୋଲିଂ କରି ଲକ୍ଷ୍ନୌ ଦଳକୁ ୧୨ ରନରେ ପରାସ୍ତ କରି ୪ ବର୍ଷ ପରେ  ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ (Chennai Super Kings) ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୫ ରନ୍ କରିପାରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସତରଫୁ ମୋଇନ୍ ଅଲି ୪ ଓଭରରେ ୨୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଟପ୍ ଅର୍ଡରକୁ ଧ୍ୱସ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ-ସେହି 'ବଦନାମ କ୍ରିକେଟର' ଯିଏ ଦଶନ୍ଧି ପୂର୍ବରୁ କରିଥିଲେ ନିଜର ମୃତ୍ୟୁର ଭବିଷ୍ୟବାଣୀ, ସଚିନ ତେନ୍ଦୁଲକର ମଧ୍ୟ ଡରୁଥିଲେ!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!

ସେହିପରି ତୁଷାର ଦେଶପାଣ୍ଡେ ମଧ୍ୟ ଦୁଇଟି ୱିକେଟ୍ ନେଇଛନ୍ତି । ଅନ୍ୟପକ୍ଷରେ, ଲକ୍ଷ୍ନୌ ପାଇଁ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରି କାଇଲ୍ ମାୟର୍ସ ୮ଟି ଚୌକା ଓ ଦୁଇଟି ଛକା ସହାୟତାରେ ୨୨ଟି ବଲରେ ୫୩ ରନ୍ ସଂଗ୍ରହ କରିଥିଲେ । ଶେଷ ଓଭରଗୁଡ଼ିକରେ ନିକୋଲାସ୍ ପୁରନ୍ ୨୮ଟି ବଲରେ ୩୨ ରନ୍ ସଂଗ୍ରହ କରିଥିଲେ । ଏମାନଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠି ପାରି ନଥିଲେ । ୨୦ ରନ୍ ସ୍କୋର କରିବା ପରେ ଅଧିନାୟକ କେ.ଏଲ୍ ରାହୁଲ ଆଉଟ ହୋଇଯାଇଥିଲେ ।