IPL 2023: ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ କୋଲକାତାକୁ ଲାଗିଲା ବହୁତ ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି
Advertisement

IPL 2023: ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ କୋଲକାତାକୁ ଲାଗିଲା ବହୁତ ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

IPL 2023: ସେପଟେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି । ଆଇପିଏଲ ୨୦୨୩ରେ ଖେଳିବାକୁ ନେଇ ସନ୍ଦେହ ରହିଛି । ଏଭଳି ପରିସ୍ଥିତିରେ ଶାକିବ ଅଲ ହାସନଙ୍କୁ ଆଇପିଏଲ ୨୦୨୩ ପାଇଁ ଦଳର ଦାୟିତ୍ୱ ଦାୟିତ୍ୱ ଦିଆଯାଇପାରେ । କାରଣ ତାଙ୍କ ପାଖରେ ଅଧିନାୟକତ୍ୱର କରିବାର ଅଭିଜ୍ଞତା ଅଛି । କିନ୍ତୁ ବର୍ତ୍ତମାନ ବାଂଲାଦେଶ କ୍ରିକେଟ୍ ବୋର୍ଡରୁ ଶାକିବଙ୍କୁ ଏନଓସି ନ ମିଳିବାରୁ ତାଙ୍କୁ ଅଧିନାୟକତ୍ୱର କମାଣ ମିଳିବ ନାହିଁ ।

IPL 2023: ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ କୋଲକାତାକୁ ଲାଗିଲା ବହୁତ ବଡ଼ ଝଟକା, ଦଳରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛନ୍ତି । ସେପଟେ ଆଇପିଏଲର ୧୬ ତମ ସିଜିନ ଆରମ୍ଭ ପୂର୍ବରୁ ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଦଳର ଷ୍ଟାର ଖେଳାଳି ଶାକିବ ଅଲ ହସନ (Shakib Al Hasan) ଓ ଲିଟନ ଦାସ (Litton Das) ଆଇପିଏଲ ୧୬ ତମ ସିଜିନର କିଛି ମ୍ୟାଚକୁ ମିସ୍ କରିପାରନ୍ତି ।  ଆଇପିଏଲ୍ ୨୦୨୩ (IPL 2023) ପାଇଁ ଉଭୟ ଖେଳାଳିଙ୍କ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (Bangladesh Cricket Board) ଦ୍ୱାରା NOC (No Objection Certificate) ଦିଆଯାଇ ନାହିଁ ।

ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ଶାକିବ ଅଲ ହସନ (Shakib Al Hasan) ଓ ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ (Litton Das) ଉଭୟ ଖେଳାଳି କେକେଆର ଦଳ (KKR Team) ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏଭଳି ପରିସ୍ଥିତିରେ ସେମାନଙ୍କ ବାହାରେ ରହିବା ଦଳ ପାଇଁ ଏକ ବଡ଼ ଝଟକା ହୋଇପାରେ । ଶାକିବ ଅଲ ହସନ (Shakib Al Hasan) ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଗଣାଯାଏ । ଶାକିବ ଅଲ ହସନ (Shakib Al Hasan) ବଲ୍ ସହିତ ବ୍ୟାଟ୍ ମାଧ୍ୟମରେ ଝଡ଼ ସୃଷ୍ଟି କରିପାରନ୍ତି । ଯେକୌଣସି ସମୟରେ ମ୍ୟାଚର ଗତି ପରିବର୍ତ୍ତନ କରିବାର କ୍ଷମତା ଶାକିବ ଅଲ ହସନ (Shakib Al Hasan) ଙ୍କ ପାଖରେ ଅଛି । ଅନ୍ୟପକ୍ଷରେ ବାଂଲାଦେଶର ତାରକା ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ (Litton Das) ଙ୍କ ଅନୁପସ୍ଥିତି ଦଳ ପାଇଁ ଅସୁବିଧା ବଢ଼ାଇପାରେ । ଏଭଳି ପରିସ୍ଥିତିରେ କେକେଆର୍ ପ୍ରାରମ୍ଭିକ ମ୍ୟାଚ୍‌ରେ ତାଙ୍କ କମିକୁ ଅନୁଭବ କରିବ ।

ଏଥିସହିତ କେକେଆର ଅଧିନାୟକ (KKR Captain) ଶ୍ରେୟସ ଆୟର (Shreyas Iyer) ଆହତ ହୋଇଛନ୍ତି । IPL 2023 ରେ ଖେଳିବାକୁ ନେଇ ସନ୍ଦେହ ରହିଛି । ଏଭଳି ପରିସ୍ଥିତିରେ ଶାକିବ ଅଲ ହାସନଙ୍କୁ ଆଇପିଏଲ ୨୦୨୩ ପାଇଁ ଦଳର ଦାୟିତ୍ୱ ଦାୟିତ୍ୱ ଦିଆଯାଇପାରେ । କାରଣ ତାଙ୍କ ପାଖରେ ଅଧିନାୟକତ୍ୱର କରିବାର ଅଭିଜ୍ଞତା ଅଛି । କିନ୍ତୁ ବର୍ତ୍ତମାନ ବାଂଲାଦେଶ କ୍ରିକେଟ୍ ବୋର୍ଡରୁ ଶାକିବଙ୍କୁ ଏନଓସି ନ ମିଳିବାରୁ ତାଙ୍କୁ ଅଧିନାୟକତ୍ୱର କମାଣ ମିଳିବ ନାହିଁ । ତେବେ ଶ୍ରେୟସ ଆୟରଙ୍କ ଆଘାତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ-ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା, ବର୍ତ୍ତମାନ ରୋହିତ କଲେ ଅଣଦେଖା; ଜାଣନ୍ତୁ କିଏ ସେହି ଖେଳାଳି, ଯାହାଙ୍କୁ ମିଳୁନି ସୁଯୋଗ

ଅଧିକ ପଢ଼ନ୍ତୁ-ରେଲୱେ ଷ୍ଟେସନରେ ହଠାତ୍ ଚାଲିବାକୁ ଲାଗିଲା ପର୍ଣ୍ଣ ଭିଡିଓ, ଯାତ୍ରୀଙ୍କ ଅଭିଯୋଗ ପରେ ରେଳବାଇ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ

IPL 2023 ପାଇଁ KKR ସ୍କ୍ୱାଡ

ଶ୍ରେୟସ୍ ଆୟର (ଅଧିନାୟକ), ନୀତିଶ ରାଣା, ରହମାନୁଲ୍ଲା ଗୁରୁବାଜ, ଭେଙ୍କଟେଶ ଆୟର, ଆଣ୍ଡ୍ରେ ରସେଲ, ସୁନୀଲ ନରେନ, ଶାର୍ଦ୍ଦୁଲ ଠାକୁର, ଲକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଥୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ରିଙ୍କୁ ସିଂ, ନାରାୟଣ ଜଗଦିଶନ, ବୈଭବ ଅରୋଡ଼ା, ସୂୟଶ ଶର୍ମା, ଡେଭିଡ ୱିସେ, କୁଲୱନ୍ତ ଖେଜ୍ରୋଲିଆ, ମନଦୀପ ସିଂ, ଲିଟନ୍ ଦାସ, ଶାକିବ ଅଲ ହାସନ ।