IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍
Advertisement
Article Detail0/zeeodisha/odisha1445105

IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍

IPL 2023 Retention: କୋଲକାତା ନାଇଟ ରାଇଡର୍ସ ଦଳର ୩ ଷ୍ଟାର୍ ଖେଳାଳି IPL 2023ରୁ ନିଜକୁ ଅଲଗା କରିନେଇଛନ୍ତି । ଏହା KKR ଦଳକୁ ଏକ ବଡ଼ ଝଟକା ଦେଇଛି । ଟି-20 ବିଶ୍ୱକପ ୨୦୨୨ର ବିଜେତା ହେଉଛି ଇଂଲଣ୍ଡ । ଏହି ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ରୁ ବାହାର ହୋଇଯାଇଛି । 

IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍

IPL 2023 Retention Kolkata Knight Riders: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ନିଲାମ ପୂର୍ବରୁ ସମସ୍ତ ଦଳ ସେମାନଙ୍କ ଦ୍ୱାରା ରିଟେନ ଓ ରିଲିଜ୍ କରାଯାଇଥିବା ଖେଳାଳିଙ୍କ ତାଲିକା ଜାରି କରିଦେଇଛନ୍ତି । କିନ୍ତୁ ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ (Kolkata Knight Riders) ଦଳର ୩ ଷ୍ଟାର୍ ଖେଳାଳି IPL 2023 ରୁ ନିଜକୁ ଅଲଗା କରିନେଇଛନ୍ତି । ଏହା KKR ଦଳକୁ ଏକ ବଡ଼ ଝଟକା ଦେଇଛି । ଟି-20 ବିଶ୍ୱକପ ୨୦୨୨ର ବିଜେତା ହେଉଛି ଇଂଲଣ୍ଡ । ଏହି ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସ (Alex Hales) ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (Indian Premier League 2023) ରୁ ବାହାର ହୋଇଯାଇଛି । ତାଙ୍କର ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (KKR) ଏହା ଘୋଷଣା କରିଛି । 

ଆଲେକ୍ସ ହେଲ୍ସ (Alex Hales) ଙ୍କ ପରି ଇଂଲଣ୍ଡର ସାମ୍ ବିଲିଙ୍ଗସ୍ (Sam Billings) ଓ ଅଷ୍ଟ୍ରେଲିଆ ଟେଷ୍ଟ ଓ ଏକଦିବସୀୟ (ODI) ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଙ୍କ ଆଇପିଏଲର ପରବର୍ତ୍ତୀ ସିଜିନରେ ଖେଳିବେ ନାହିଁ । କେକେଆର ଏକ ଟ୍ୱିଟ୍‌ରେ କହିଛି ଯେ, "ଆମେ ସାମ ବିଲିଙ୍ଗସ୍, ପ୍ୟାଟ୍ କମିନ୍ସ ଏବଂ ଆଲେକ୍ସ ହେଲ୍ସଙ୍କ ବ୍ୟକ୍ତିଗତ ତଥା ଜାତୀୟ ଦଳର ପ୍ରତିବଦ୍ଧତା କାରଣରୁ ଆସନ୍ତା ବର୍ଷର ଆଇପିଏଲ୍ ଛାଡ଼ିବାର ନିଷ୍ପତ୍ତିକୁ ସମ୍ମାନ କରୁଛୁ । ଭବିଷ୍ୟତ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ।"

୨୯ ବର୍ଷୀୟ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ (Pat Cummins), ଯାହାଙ୍କ ଘରୋଇ ସ୍ତରରେ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଖରାପ ପ୍ରଦର୍ଶନ କରିଥିଲା ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ପ୍ୟାଟ୍ କମିନ୍ସ (Pat Cummins) ଙ୍କୁ ମେଗା ନିଲାମରେ କୋଲକାତା ନାଇଟ୍ ରାଇଡର୍ସ (KKR) ୭.୨୫ କୋଟି ଟଙ୍କାରେ କିଣିଥିଲା । ଚଳିତ ବର୍ଷ ଆରମ୍ଭରେ ୫ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ସାତୋଟି ୱିକେଟ୍ ନେଇଥିଲେ । 

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ୨୦୨୨ରେ ଏହି ଦଳର ନିରାଶାଜନକ ପ୍ରଦର୍ଶନର ହେବ ଯାଞ୍ଚ, ୩ ଦିଗ୍ଗଜ ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡରରେ ସରକାର କଲେ ବଡ଼ ପରିବର୍ତ୍ତନ, ପ୍ରତ୍ୟେକ ଗ୍ରାହକଙ୍କୁ ମିଳିବ ସିଧାସଳଖ ଲାଭ

ଅଧିକ ପଢ଼ନ୍ତୁ:-ଟି-20 ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟିମ୍ ଇଣ୍ଡିଆକୁ ନେଇ ଦେଲେ ଏଭଳି ମନ୍ତବ୍ୟ, ଶୁଣି ସମସ୍ତେ ଚକିତ

 

ପ୍ୟାଟ୍ କମିନ୍ସ (Pat Cummins) ଅନ୍ତର୍ଜାତୀୟ କାର୍ଯ୍ୟଭାରକୁ ଇସାରା କରି ଆସନ୍ତା ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଛାଡିବାକୁ ନିଷ୍ପତ୍ତି ନେଇଛି । ପ୍ୟାଟ୍ କମିନ୍ସ (Pat Cummins) କହିଛନ୍ତି ଯେ, "ମୁଁ ଆସନ୍ତା ବର୍ଷର ଆଇପିଏଲ୍ (IPL 2023) କୁ ମିସ୍ କରିବାର କଠିନ ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ୧୨ ମାସ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଟେଷ୍ଟ ଓ ODI ସହିତ ଭରା ରହିଛି । ତେଣୁ ଆଶେସ୍ ସିରିଜ୍ ଓ ଏକ ଦିବସୀୟ (ODI) ବିଶ୍ୱକପ୍ ପୂର୍ବରୁ କିଛି ସମୟ ବିଶ୍ରାମ ନେବ ।" ଏହା ପୂର୍ବରୁ ସାମ ବିଲିଙ୍ଗସ୍ (Sam Billings) ମଧ୍ୟ ଖେଳର ଲମ୍ବା ଫର୍ମାଟ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ଆଗାମୀ ଆଇପିଏଲ୍ (IPL) ସିଜନରୁ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ।